ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ନମ୍ବର–୦୧, ଭୀମଖୋଜପଡ଼ା ପ୍ରହରୀ ମଣ୍ଡପଠାରେ ୱାର୍ଡ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ମନୀଷା ମିଶ୍ର, ସମସ୍ତ ପାରିଷଦବୃନ୍ଦ ଏବଂ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ଉପସ୍ଥିତ ରହି ନାଗରିକମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ବିଷୟ ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର ଏବଂ ସାନିଟେସନ ସୁପରଭାଇଜରମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଏହି ଅବସରରେ ସମ୍ପତ୍ତି କର ଆଦାୟ, ଜଳ ସଂଯୋଗ, ବ୍ୟବସାୟ ଲାଇସେନ୍ସ, ଗୃହ ନିର୍ମାଣ ଯୋଜନା, ଅଭିଯୋଗ ଓ ଅନୁରୋଧ ପଞ୍ଜିକରଣ ସୁବିଧା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପରିମଳ ଓ ସ୍ୱଚ୍ଛତା ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥା, ଷ୍ଟ୍ରିଟ୍ ଲାଇଟ୍ ସୁବିଧା, ସିୱେରେଜ ଓ ସେଫ୍ଟେଜ ପରିଚାଳନା, ପାର୍କ ଓ ଖୋଲା ସ୍ଥାନର ବିକାଶ ସମେତ ୱାର୍ଡ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ ପ୍ରସଙ୍ଗ ଉପରେ ନାଗରିକମାନଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ଅଭିମତ ଓ ପରାମର୍ଶ ସଂଗ୍ରହ କରାଯାଇଥିବାବେଳେ, ସହରର ସାମଗ୍ରିକ ବିକାଶ ଓ ଉତ୍ତମ ନାଗରିକ ସେବା ପ୍ରଦାନ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

Sunil Chandra Nayak

ଆଦିବାସୀ ମହାବିଦ୍ୟାଳୟ ର ୪୦ ତମ ବାର୍ଷିକ ଉତ୍ସବ 

Sunil Chandra Nayak

୩୭ ତମ ନେସନାଲ ଗେମ୍ସ ରେ ନବରଙ୍ଗପୁର ଖେଳାଳୀଙ୍କ ରୌପ୍ୟ ପଦକ ହାସଲ

masiha

Leave a Comment

error: Content is protected !!