ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ

ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୱାର୍ଡ ନମ୍ବର–୦୧, ଭୀମଖୋଜପଡ଼ା ପ୍ରହରୀ ମଣ୍ଡପଠାରେ ୱାର୍ଡ ସ୍ତରୀୟ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ମନୀଷା ମିଶ୍ର, ସମସ୍ତ ପାରିଷଦବୃନ୍ଦ ଏବଂ ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର ଉପସ୍ଥିତ ରହି ନାଗରିକମାନଙ୍କ ସହ ବିଭିନ୍ନ ଉନ୍ନୟନମୂଳକ ବିଷୟ ଉପରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର ଏବଂ ସାନିଟେସନ ସୁପରଭାଇଜରମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଏହି ଅବସରରେ ସମ୍ପତ୍ତି କର ଆଦାୟ, ଜଳ ସଂଯୋଗ, ବ୍ୟବସାୟ ଲାଇସେନ୍ସ, ଗୃହ ନିର୍ମାଣ ଯୋଜନା, ଅଭିଯୋଗ ଓ ଅନୁରୋଧ ପଞ୍ଜିକରଣ ସୁବିଧା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପରିମଳ ଓ ସ୍ୱଚ୍ଛତା ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥା, ଷ୍ଟ୍ରିଟ୍ ଲାଇଟ୍ ସୁବିଧା, ସିୱେରେଜ ଓ ସେଫ୍ଟେଜ ପରିଚାଳନା, ପାର୍କ ଓ ଖୋଲା ସ୍ଥାନର ବିକାଶ ସମେତ ୱାର୍ଡ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ ପ୍ରସଙ୍ଗ ଉପରେ ନାଗରିକମାନଙ୍କ ସହ ବିସ୍ତୃତ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ଅଭିମତ ଓ ପରାମର୍ଶ ସଂଗ୍ରହ କରାଯାଇଥିବାବେଳେ, ସହରର ସାମଗ୍ରିକ ବିକାଶ ଓ ଉତ୍ତମ ନାଗରିକ ସେବା ପ୍ରଦାନ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଖଡ଼ିଆଳ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି ଅଖିଳ ଭାରତବର୍ଷ ଯାଦବ ମହା ସମାଜର ଉପ-ସଭାପତି ରୂପେ ମନୋନୀତ, ଖଡିଆଳ ଜିଲ୍ଲା ଓ ନଗର ଯାଦବ ସମାଜ ପକ୍ଷ ରୁ ବିପୁଳ ସମ୍ବର୍ଦ୍ଧନା

masiha

ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳିତ 

masiha

କୋଏଲନଗର ରେ ସ୍ବରେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ କୁ ନେଇ ସି ପି ଆଇ ଏମ୍ ର ଉଦବେଗ,ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି

masiha

Leave a Comment

error: Content is protected !!