ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟର ୩୦ ପ୍ରତିଶତ ପିଲା ସ୍କୁଲକୁ ଆସୁନାହାନ୍ତି

ସେମାନଙ୍କୁ ସ୍କୁଲ ମୁହାଁ କରାଇବାକୁ ପଞ୍ଚ ସୂତ୍ରୀ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟସରକାର …..

ଜିଲ୍ଲାପାଳ ମାନଙ୍କୁ ଗଣଶିକ୍ଷା ସଚିବ ଙ୍କ ଚିଠି

ରାଜ୍ୟରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଜ୍ୟ ସରକାର। ଅଧାରୁ ପାଠ ଛାଡ଼ୁଥିବା ଛାତ୍ର ଛାତ୍ରୀ କେମିତି ପୁଣି ଥରେ ସ୍କୁଲକୁ ଅଣାଯିବ ସେନେଇ ଜିଲ୍ଲାପାଳମାନଙ୍କୁ ଚିଠି କରିଛନ୍ତି ଗଣଶିକ୍ଷା ସଚିବଙ୍କ। ସ୍କୁଲରେ କାହିଁକି ଅନୁପସ୍ଥିତ ରହୁଛନ୍ତି ପିଲା ତାର ପର୍ଯ୍ୟବେକ୍ଷଣ ପାଇଁ ଏକ କମିଟି ଗଠନ କରାଯିବ । ଏମିତିକି କନିଷ୍ଠ ଶିକ୍ଷକମାନେ ପିଲାଙ୍କୁ ସ୍କୁଲ ଆଣିବାକୁ ଘରକୁ ଘର ଯାଇ ପ୍ରୋତ୍ସାହିତ କରିବେ । ଆବଶ୍ୟକ ସ୍ଥଳରେ ପିଲାଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେବେ ସ୍କୁଲ କର୍ତ୍ତୃପକ୍ଷ । ସେପଟେ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ମଧ୍ୟରେ ଅନେକ ଡ୍ରପଆଉଟ ଛାତ୍ରଛାତ୍ରୀ ଥିବା ସନ୍ଦେହ କରାଯାଉଛି ।

ରାଜ୍ୟରେ ଡ୍ରପଆଉଟ୍ ପିଲାଙ୍କୁ ନେଇ ଥିବା ତଥ୍ୟ ଅନୁସାରେ ୨୦୧୯ -୨୦ ଶିକ୍ଷାବର୍ଷରେ ରେ ସ୍କୁଲରୁ ଅଧାରୁ ପାଠ ଛାଡିଛନ୍ତି ୮୧୬୮ । ଯାହା ଭିତରେ କେନ୍ଦୁଝରରେ ସର୍ବାଧିକ  ୬୮୧, ଖୋର୍ଦ୍ଧାରେ ୬୦୩ ଓ କୋରାପୁଟରେ ୪୨୮ ଜଣ ପିଲା ପାଠ ଅଧାରୁ ଛାଡିଛନ୍ତି ।  ୨୦୨୦-୨୧ ଶିକ୍ଷାବର୍ଷରେ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ସ୍ତରରେ ୪୯, ୦୯୮ ପିଲା ପାଠ ଛାଡିଛନ୍ତି । ସେହିପରି କଳାହାଣ୍ଡି ଜିଲ୍ଲାରେ ୬ ହଜାର ୭୩୧, କୋରାପୁଟରେ ୩୫୮୭, ସୁନ୍ଦରଗଡ଼ରେ ୩୪୨୬ ଜଣ ପିଲା ଅଧାରୁ ପାଠ ପଢିଛୁ। ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛି ଗଣ ଶିକ୍ଷା ବିଭାଗ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ତେରେସିଂହାରେ ବିରାଟ ପର୍ବ ନାଟ୍ୟ ମହୋତ୍ସବ

ସଂଯୁକ୍ତା ସାହୁ ଙ୍କ କବିତା ମନ ଏକ ଉଡନ୍ତା ପକ୍ଷୀ

Sunil Chandra Nayak

ନବ କୁମାର ଦାସ ଙ୍କ କବିତା  ଝଡ଼ ବତାସ

Sunil Chandra Nayak

Leave a Comment

error: Content is protected !!