ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯୁବନେତା ଅନିଲଙ୍କୁ ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ବ 

ଯୁବନେତା ଅନିଲଙ୍କୁ ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ବ 

ଆସିକା, ୧୨/୬/୨୬ (ଶିବ ଶଙ୍କର ମିଶ୍ର ) ଆସିକା ବିଜେପି ଯୁବମୋର୍ଚ୍ଚା ଘୁମୁସର ଆସିକା ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରିଣୀ ଘୋଷଣା ହୋଇଥ‌ିବା ବେଳେ ଆସିକା ନିର୍ବାଚନ ମଣ୍ଡଳୀର ଜଣାଶୁଣା ଯୁବ ନେତା ଅନିଲ କୁମାର ସ୍ବାଇଁ ଙ୍କୁ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଦାୟିତ୍ବ ପ୍ରଦାନ କରାଯାଇଛି। ଛାତ୍ର ଜୀବନରୁ ଏବିଭିପି ସହିତ ଜଡିତ ରହି ରାଷ୍ଟ୍ରୀୟ ବିଚାରକୁ ପାଥେୟ କରି ଜିଲ୍ଲା ସୁରରୁ ରାଜ୍ୟ ସୁର ପର୍ଯ୍ୟନ୍ତ ଅନେକ ପଦପଦବୀରେ ରହି ନିଜର ଦକ୍ଷତା ପ୍ରତିପାଦନ କରିସାରିଛନ୍ତି। କାର୍ଯ୍ୟଶୈଳୀ ସହ ଦୃଢ଼ ସଂଗଠକ ଭାବେ ସବୁବେଳେ ଚର୍ଚ୍ଚିତ ରହିଥ‌ିବା ଅନିଲ ଙ୍କୁ ଏହି ଦାୟିତ୍ବ ନିଜର ରାଜନୈତିକ ଜୀବନରେ ଅନେକ ଆଗକୁ ବଢ଼ିବାର ପଥ ଦେଖାଇବ ବୋଲି ଚର୍ଚ୍ଚା ହେଉଛି। ବିଜେପି ଯୁବମୋର୍ଚ୍ଚା ଉପସଭାପତି ଦାୟିତ୍ବ ମିଳିଥିବାରୁ ସେ ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁ, ଆସିକାର ମାନ୍ୟବର ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ରାଜ୍ୟ ଉପସଭାପତି ଶ୍ରୀ ତୁତୁନ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଜିତ ପଣ୍ଡାଙ୍କ ସହ ରାଜ୍ୟ ଓ ଜିଲ୍ଲାର ଜ୍ୟେଷ୍ଠ ଶ୍ରେଷ୍ଠ ନେତା ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଯୁବଶକ୍ତି ଙ୍କୁ ସୁଦୃଢ଼ ସହ ବିକାଶ ଧାରାରେ ଅଗ୍ରାଧୂକାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Related posts

ଆଜି କଂଗ୍ରେସ ଦଳ ଛାଡି ବିଜେଡି ରେ ମିଶିଲେ ଜୟନ୍ତୀ ନଗର ର ବୁଟୁ ଜେନା ଓ ରିଣ୍ଟୁ ଜେନା

masiha

ବିଜେଡି ର ପ୍ରତିଷ୍ଠା ଦିବସ ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର

masiha

ବିଜେପି ସାଂସଦ ବଳଭଦ୍ର ମାଝୀଙ୍କ ଝରିଗାଁ ବିଧାନସଭା ଗସ୍ତ ଓ ରୋଡ ସୋ

masiha

Leave a Comment

error: Content is protected !!