ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ବାଳ ଶ୍ରମିକ ବିରୋଧ ଦିବସ ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ 

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ବାଳ ଶ୍ରମିକ ବିରୋଧ ଦିବସ ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ 

ଧର୍ମଗଡ଼ :ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ଗମ୍ଭାରୀଗୁଡା ସ୍ଥିତ ଯଶୋଦା ଅନାଥ ଆଶ୍ରାମରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଗୁଣ୍ଡିଚା ସାମନ୍ତ ସିଂହାରଙ୍କ ଅଧ୍ୟକ୍ଷତା ରେ ବିଶ୍ୱ ବାଳ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି I କାର୍ଯ୍ୟକ୍ରମ ରେ ସମ୍ନାନିତ ଅତିଥି ଭାବରେ ସହକାରୀ ଶ୍ରମିକ ଅଧିକାରୀ ତୁଳସିରାମ ମାଝୀ, ସହକାରୀ ଜିଲ୍ଲାପାଳ ଅଜିତ କୁମାର ଶବର, ବରିଷ୍ଠ ଆଇନଜୀବୀ ଧିରେନ୍ଦ୍ରନାଥ ପାତ୍ର, କମଳିନୀ ରଥ ଓ ଏହି ସଂସ୍ଥା ର ସଭାପତି ଶ୍ୟାମସୁନ୍ଦର ଜାଲ ଓ ତାଙ୍କ ଧର୍ମପତ୍ନୀ କସ୍ତୁରୀ ଜାଲ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ସାମନ୍ତସିଂହାର କହିଥିଲେ ଯେ ଶିଶୁ ଶ୍ରମିକ ର ହାର ବଢିବା ପଛରେ ନିରକ୍ଷରତା, ଦାରିଦ୍ର୍ୟତା ଓ ସଚେତନତା ର ଘୋର ଅଭାବ ବୋଲି କହିଥିଲେ। ସେ ଶିଶୁ ମାନଙ୍କୁ ଅନ୍ୟାୟ ଅତ୍ୟାଚାର ସହିବା ଏକ ବଡ଼ ଅପରାଧ ବୋଲି କହିଥିଲେ ଓ ଯଦି କେହି ଏପରି ପରିସ୍ଥିତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ କହିଥିଲେ। ସେ ଶିଶୁ ମାନଙ୍କ ର ବିଭିନ୍ନ ଅଧିକାର ଯଥା ମାଗଣା ଶିକ୍ଷା, ବଞ୍ଚିବାର ଅଧିକାର, ସୁରକ୍ଷା ଅଧିକାର ବିଷୟରେ କହିଥିଲେ। ଏହି ସଭାରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସହକାରୀ ଶ୍ରମିକ ଅଧିକାରୀ ଶ୍ରୀ ମାଝୀ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ବିରୋଧ କରିବା ପାଇଁ ସରକାର ଙ୍କ ତରଫରୁ ନିଆଯାଉଥିବା ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଶ୍ରମିକ। ସେ କହିଥିଲେ ଯେ ଶିଶୁ କୁ କାମ ନୁହେଁ କଲମ ଦେବା, ଶ୍ରମ ନୁହେଁ ଶିକ୍ଷ୍ୟା ଦେବା।ଏହି ସଭା କୁ ଶ୍ରୀମତୀ କମଳିନୀ ରଥ ପରିଚାଳନା କରିଥିଲେ ଓ ଶ୍ରୀ ଶ୍ୟାମ ସୁନ୍ଦର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭା ରେ ଉକ୍ତ ଅନୁଷ୍ଠାନ ର ଅନ୍ତେବାସୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶିତ

କୁସୁର୍ଲା, ଯୋରାଡବରା- ମ.ରାମପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

ବନ୍ଧୁଗାଁ ବ୍ଲକରେ ନୂତନ ଭାବେ ୨୮୩ ଜଣଙ୍କୁ ମଧୁବାବୁ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ

masiha

Leave a Comment

error: Content is protected !!