ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ’

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ’

ଭବାନୀପାଟଣା – ତା. ୧୨.୦୬.୨୦୨୬ – ରାଜ୍ୟର ଗରିବ ଓ ନିଷ୍ପେଷିତ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା ସରକାର ଐତିହାସିକ ପଦକ୍ଷେପ ସ୍ବରୂପ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣା ଯୋଜନା’ ଆରମ୍ଭ କରିଛନ୍ତି । ସ୍ଥାନୀୟ ଟାଉନହଲ୍‌ ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ତଥା ଶ୍ରମ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶ ରାମ ସିଂ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଭୁବନେଶ୍ବରର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ରାଜ୍ୟସ୍ତରୀୟ ମେଗା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା । ରାଜ୍ୟରେ କୌଣସି ବ୍ୟକ୍ତି ଯେପରି ଖାଦ୍ୟ ଅଭାବରୁ କଷ୍ଟ ନ ପାଆନ୍ତି, ସେଥ‌ିପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ । ଏହି ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ଆଭାସି ମାଧ୍ୟମରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ଗରିବ ପରିବାରଗୁଡ଼ିକୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯିବ । ଯାହା ସେମାନଙ୍କ ଆର୍ଥିକ ବୋଝକୁ ଲାଘବ କରିବ । ଚାଷୀମାନେ ଯେପରି ବିନା ଦ୍ବିଧାରେ ନିଜ ଧାନ ବିକ୍ରି କରିପାରିବେ ସେଥ‌ିପାଇଁ ସରକାର ସିଧାସଳଖ ଧାନ କିଣୁଛନ୍ତି ଓ ମଣ୍ଡିରୁ ମିଲ୍ ଦେଇ ସିଧାସଳଖ ହିତାଧିକାରୀଙ୍କ ପାଖରେ ଚାଉଳ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି । କୌଣସି ଶିଶୁ ଯେପରି ଅନ୍ନ ଅଭାବରୁ ଅପପୁଷ୍ଟିର ଶିକାର ନ ହୁଅନ୍ତି, ସେଥିପ୍ରତି ସରକାର ସମ୍ପୂର୍ଣ ସଜାଗ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଯୋଜନା ସମ୍ପର୍କରେ ସୂଚନା ଦେଇ କୁହାଯାଇଛି ଯେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାକାରୀଙ୍କୁ ମାସିକ ୫ କିଲୋ ଚାଉଳ ମିଳୁଥୁବା ବେଳେ, ଏବେ ରାଜ୍ୟ ସରକାର ଅତିରିକ୍ତ ୫ କିଲୋ ପ୍ରଦାନ କରିବେ। ଫଳରେ ପ୍ରତ୍ୟେକ ଯୋଗ୍ୟ ବିତାଧିକାରୀ ମାସିକ ମୋଟ ୧୦ କିଲୋ ଚାଉଳ ମାଗଣାରେ ପାଇବେ । ଏଥିରେ କଲାହାଣ୍ଡି ଜିଲ୍ଲାରେ ମୋଟ 4,32,448 ପରିବାରର 13,74,237 ହିତାଧିକାରୀ ଉପକୃତ ହେବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଖୁଣ୍ଟିଆ କହିଥିଲେ ଯେ, ରାଜ୍ୟର ପ୍ରତ୍ୟେକ ଗରିବ ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ ମୂଳ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ରାଜ୍ଯ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ମିଳିତ ସମନ୍ଵୟରେ ଓଡ଼ିଶାର ପ୍ରାୟ ୩ କୋଟି ୨୮ ଲକ୍ଷ୍ୟ ୫୨ ହଜାର ହିତାଧକାରୀ ଏହି ଯୋଜନାରୁ ସିଧାସଳଖ ଉପକୃତ ହେବେ ବୋଲି ସେ ପ୍ରକାଶ କରିଛନ୍ତି। 

ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଧର୍ମଗଡ ଶ୍ରୀଯୁକ୍ତ ସୁଧୀର ରଞ୍ଜନ ପଟ୍ଟଯୋଶୀ, କଳାହାଣ୍ଡି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ସଭାପତି, ବିଜୟ କୁମାର ଦିଶାରୀ, ଜିଲ୍ଲା ବିଜେପି ସଭାପତି, ଯୁଗଳ କିଶୋର ପୋଡ଼ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଏହି ଗରିବ କଲ୍ୟାଣକାରୀ ଯୋଜନାକୁ ଭୂପସୀ ପ୍ରଶଂସା କରିଥିଲେ। ପ୍ରଶାସନିକ ସ୍ତରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ (ଭା.ପ୍ର.ସେ.), ଅତିରିକ୍ତ ଜିଲ୍ଲପାଳ ତନ୍ମୟ କୁମାର ଦରୱାନ, ସିଡିଓ ତଥା ନିର୍ବାହୀ ଅଧିକାରୀ ସୋମ୍ୟରଞ୍ଜନ ପ୍ରଧାନ(ଭା. ପ୍ର. ସେ.), ଜିଲ୍ଲା ବନଖଣ୍ଡ ଅଧିକାରୀ(ଦ), ଆର. କଲାଇ ଭାନ,ଜିଲ୍ଲା ବନଖଣ୍ଡ ଅଧିକାରୀ(ଉ), ପ୍ରଭାକର ବର୍ମା ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ବିଶ୍ୱବିଦ୍ୟାଳୟ ରେ ମେରି ମାଟି ମେରା ଦେଶ” କାର୍ଯ୍ୟକ୍ରମ

masiha

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଜ୍ଞାନ ମେଳା 

masiha

ରେଳ ବିଭାଗର ତ୍ରୁଟି ଯୋଗୁଁ ଯାତ୍ରୀ ହନ୍ତସନ୍ତ

Leave a Comment

error: Content is protected !!