ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ରେ ଜଣେ ଅଜଣା ବ୍ୟକ୍ତି ଙ୍କ ମୃତ୍ୟୁ

କେସିଙ୍ଗା ତା୧୪.୫.୨୨(ମ ନି ସ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଜଗନ୍ନାଥ ପଡା କମ୍ପ୍ଲେକ୍ସ ନିକଟରେ ଜଣେ ଅଜଣା ବ୍ୟକ୍ତି ଅଚେତ ଅବସ୍ଥାରେ ଥିବା ବେଳେ କେସିଙ୍ଗା ଆଦର୍ଶ ଥାନା ପୁଲିସ ଖବର ପାଇ ଅଜଣା ବ୍ୟକ୍ତି ଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ତାଙ୍କର ବୟସ ୫୦ ବର୍ଷ ହେବ ଏବଂ ସେ ଗୋରା ରଙ୍ଗର ହୋଇଥିବା ବେଳେ ଦେଖିବାକୁ ପତଳା ଅଟନ୍ତି। ସେହି ଅଜଣା ବ୍ୟକ୍ତି ଙ୍କ ଶବ କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଶବ ଗୃହରେ ରଖା ଯାଇଥିବା ବେଳେ କେସିଙ୍ଗା ପୁଲିସ ତାଙ୍କର ସଂପକୀୟ ଓ କେଉଁ ପରିସ୍ଥିତିରେ ତାର ମୃତ୍ୟୁ ହୋଇଛି ତାହା ତଦନ୍ତ କରୁଥିବା ଜଣାପଡିଛି ।

Related posts

ଜୁନାଗଡ଼ ସବୁମଣ୍ଡପରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ

Sunil Chandra Nayak

ଅଭିଯୋଗ ପରେ ଆରମ୍ଭ କଲା ଭିଜିଲାନ୍ସ ତଦନ୍ତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Leave a Comment

error: Content is protected !!