ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଷା ହିଁ ଜାତିର ପରିଚୟ -ଭାଷା ପ୍ରତି ଅନୁରାଗ କମିବା ବିଡମ୍ବନା – ଜଳେଶ୍ୱରରେ ” ଭାଷା ସାହିତ୍ୟ ବିକାଶ ପରିଷଦ”ର ଶୁଭ ଉଦଘାଟିତ 

ଭାଷା ହିଁ ଜାତିର ପରିଚୟ -ଭାଷା ପ୍ରତି ଅନୁରାଗ କମିବା ବିଡମ୍ବନା –

ଜଳେଶ୍ୱରରେ ” ଭାଷା ସାହିତ୍ୟ ବିକାଶ ପରିଷଦ”ର ଶୁଭ ଉଦଘାଟିତ 

ଜଳେଶ୍ଵର,୧୪/୬-(ମନିସ)-ଭାଷା ହିଁ ଗୋଟିଏ ଜାତିର ନିଜସ୍ୱ ପରିଚୟ , ଭାଷା ବିନା ଗୋଟିଏ ଜାତିର ମହତ୍ୱ କେବେ ପ୍ରକାଶ ପାଏ ନାହିଁ। ମାତ୍ର ସାମ୍ପ୍ରତିକ ଯୁବ ସମାଜ ଭାଷା ସାହିତ୍ୟ ପ୍ରତି ରୁଚି ନ ରଖିବା ବିଡମ୍ବନା ବୋଲି ରବିବାର ଜଳେଶ୍ୱର ସହର ଜଗନ୍ନାଥ ଡିଗ୍ରୀ କଲେଜ ସଭା ଗୃହରେ ” ଭାଷା ସାହିତ୍ୟ ବିକାଶ ପରିଷଦର ଶୁଭ ଉଦଘାଟନ ଉତ୍ସବରେ ଅତିଥିମାନେ ଯୋଗ ଦେଇ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ନବ ଗଠିତ ଏହି ପରିଷଦର ସଭାପତି ଡ଼ଃ ସୁକାନ୍ତ କୁମାର ଗିରିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସାରସ୍ୱତ ସାଧକ ପ୍ରଧ୍ୟାପକ ସୁଧାଂଶୁ ଶେଖର ପ୍ରଧାନ ଉଦଘାଟକ ମୁଖ୍ୟ ଅତିଥି, ଶବ୍ଦବ୍ରହ୍ମ ପତ୍ରିକାର ସମ୍ପାଦକ ତଥା ଗୌଡିୟ ବୈଷ୍ଣବ ଧର୍ମର କଥା ବାଚକ ଡ଼ଃ ରସିକା ନନ୍ଦ ମହାନ୍ତି ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ବାଲିଆପାଳ ସାରସ୍ୱତ ସହର ଅଭିଯାନ କମିଟିର ସଭାପତି ସୁବାସ ଚନ୍ଦ୍ର ଚୌଧୁରୀ, ଶିଶୁ ସାହିତ୍ୟିକ ପୂର୍ଣ୍ଣ ଚନ୍ଦ୍ର ଓଝା ପ୍ରମୁଖ ଯୋଗ ଦେଇ ଉଦବୋଧନ ପ୍ରଦାନ କରିଥିଲେ। ପରିଷଦର ଆବାହକ ଅଧ୍ୟାପକ ଦେବବ୍ରତ ପ୍ରଧାନ ମଞ୍ଚ ଆବାହନ ଅତିଥି ପରିଚୟ, ପ୍ରାକ୍ତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କନକ ମଞ୍ଜରୀ ମହାନ୍ତି ସ୍ୱାଗତ ଭାଷଣ, ପରିଷଦର ସମ୍ପାଦକ ଅଧ୍ୟାପକ ନୀଳକଣ୍ଠ ଖଣ୍ଡା ପ୍ରାକ ସୂଚନା ବିବରଣୀ ପାଠ କରିଥିଲେ। ଆଲୋକ ଜାନା ଓ ତାଙ୍କ ସହଯୋଗୀମାନେ ବାଣୀ ବନ୍ଦନା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଶବ୍ଦ କୁଞ୍ଜ ସମ୍ପାଦକ କାର୍ତ୍ତିକ ସେଠୀ, ଅଧ୍ୟକ୍ଷା ଅଞ୍ଜଳି ଚକ୍ରବର୍ତ୍ତୀ, ସୁକୁମାର ରଣା, ସତ୍ୟବ୍ରତ ପ୍ରଧାନ, ରବି ନାରାୟଣ ପାତ୍ର, ଭୂପତି ପରିଡା, ସତ୍ୟ ସାଧନା ଗିରି, ରମେଶ ଚନ୍ଦ୍ର ନାୟକ, ସୁଶୀଳ ମାହାନା, ଜୟନ୍ତୀ ବେହେରା, ପ୍ରଶାନ୍ତ ଜେନା, କମଳ କାମିନୀ ଦେ, କାର୍ତ୍ତିକ ସେଠୀ, ସିଦ୍ଧେଶ୍ୱର ପଣ୍ଡା, ଡ଼ଃ ମୋନାଲିସା ଚାନ୍ଦ,ରଞ୍ଜୁ ରାଣୀ ସାହୁ, ପ୍ରଦୀପ ଦାସ, ସୁଶାନ୍ତ ଦାସ, ସୁଧୀର କୁମାର କର, ଇନ୍ଦୁମତୀ ଗିରି, ଦେବୀ ଦତ୍ତା ବାରିକ, ମନୋଜ ମହାନ୍ତି, ସ୍ବର୍ଣ୍ଣ ଲତା ସେଠୀ ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ। ସୁଷମା ରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଶ୍ରୀହରି ମଣ୍ଡଳ, ସେକ ନିମାଜୀ, ବିମଳା ବେହେରା, ମଧୁସ୍ମିତା ସିଂ, ବ୍ରଜ କିଶୋର ମଲ୍ଲିକ, ପ୍ରଶାନ୍ତ ଦାସ, ଶିବ ଶଙ୍କର ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଉତ୍କଳ ସାଂସ୍କୃତିକ ପରିଷଦର ୩୩ତମ ବୋଇତ ବନ୍ଦାଣ ଉତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ 

masiha

ବ୍ରହ୍ମପୁରରେ ନାରୀ ଶକ୍ତି ବନ୍ଦନ, ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଲେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ଜିଲ୍ଲାର ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ 

Sunil Chandra Nayak

ଭାରତ ର ସବୁଠାରୁ ସଫଳ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ ଙ୍କ ମୃତ୍ୟୁ ଦେଶ ପାଇଁ ଅପୂରଣୀୟ କ୍ଷତି 

masiha

Leave a Comment

error: Content is protected !!