ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଂସଦ ପାଣ୍ଠିରୁ ଖଡ୍ଗ ଭବନକୁ ସହାୟତା ଘୋଷଣା 

ସାଂସଦ ପାଣ୍ଠିରୁ ଖଡ୍ଗ ଭବନକୁ ସହାୟତା ଘୋଷଣା 

ରାଉରକେଲା: ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟିର ସଭାପତି ତଥା ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦିଲିପ ରାୟଙ୍କ ରାଉରକେଲା ଗସ୍ତ ଅବସରରେ ସେକ୍ଟର ୩ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ଖଡ୍ଗ ଭବନ କୁ ଆସି ଅନୁଷ୍ଠାନର ଭଲମନ୍ଦ ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଶଶଧର ପାତ୍ରଙ୍କ ଆବାହକତ୍ୱରେ ଏକ ବୈଠକ କରାଯାଇ ଶ୍ରୀ ରାୟଙ୍କୁ ଉଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନୁଷ୍ଠାନ ତରଫରୁ ଶ୍ରୀ ରାୟଙ୍କୁ ମନ୍ଦିରର ପଶ୍ଚିମ ଫାଟକ ଖୋଲିବା, ଆଇନଗତ ବିବାଦ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶ୍ରୀ ରାୟ ଏହାର ଶିଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବାସହ ଖଡ଼୍ଗ ଭବନର ମଣ୍ଡପ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା କରିବା ସହ ଶୁକଦେଇ ମହିଳା ଗୋଷ୍ଠୀର ମହିଳାମାନଙ୍କ ଦାବି ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ। ସେହିପରି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଉପଦେଷ୍ଟା ହରିହର ରାଉତରାୟ ଓ ସାଂସଦ ପ୍ରତିନିଧି ରଣଜିତ କୁମାର ନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀ ରାୟ ମନ୍ଦିର ନିକଟରେ ପହଞ୍ଚିବା ପରେ ମହିଳା ସଦସ୍ୟ ମାନେ ହୁଳହୁଳି ଓ ଶଙ୍ଖ ଫୁଙ୍କି ତାଙ୍କୁ ଖଡ୍ଗ ଭବନ କାର୍ଯ୍ୟାଳୟ କୁ ପାଛୋଟି ନେଇଥିଲେ। ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ରବିନାରାୟଣ ପରିଡ଼ା, ସ୍ବପ୍ନାରାଣୀ ଭଞ୍ଜଦେଓ,ତନୁ ପ୍ରଧାନ,ଶାନ୍ତିଲତା ବେହେରା, ତପସ୍ଵିନୀ ନାୟକ, ମଧୁସ୍ମିତା ପାତ୍ର, ଦୀପିକା ବିଶ୍ବାଳ, ଶାନ୍ତିଲତା ବିଶ୍ବାଳ,ଚାନ୍ଦମଣି ବେହୁରା, ଅକ୍ଷୟ କୁମାର ଦାସ,ସୁବ୍ରତ ମଲ୍ଲିକ, ନାରାୟଣ ଚନ୍ଦ୍ର ସାମଲ, ମହେନ୍ଦ୍ର ପ୍ରସାଦ ମଲ୍ଲିକ, ରଞ୍ଜନ ବିଶ୍ୱାଳ, କୁଞ୍ଜବିହାରୀ ରାଉତ, ଉଗ୍ରସେନ ବିଶ୍ବାଳ, ଜଗନ୍ନାଥ ରାଉତ,ବିଭୁଦପ୍ରସାଦ ନାୟକ, ଭଜକୃଷ୍ଣ ସ୍ବାଇଁ, ହୃଷିକେଶ ପରିଡ଼ା, ପ୍ରଫୁଲ୍ଲ କୁମାର ସିଂ, ନୀଳମଣି ଜେନା, କନକଲତା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମୁଖପାତ୍ର କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ଦାମୁଡିଗଡା ଛକରେ ସ୍କୋର୍ପିଓ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ, ମହିଳା ଓ ନାବାଳକ ଗୁରୁତର 

Sunil Chandra Nayak

ଜୁନାଗଡ଼ ରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

masiha

ନାନ୍ଦୁପଲା ଗାଁ ର ଏକ ଗଭୀର ନଳକୂପ ରୁ ବାହାରୁଛି ସୁନା ଭଳି ପଦାର୍ଥ , ସୁନା ଖଣି ନେଇ ଚର୍ଚ୍ଚା, ଘଟଣା ସ୍ଥଳରେ ପ୍ରଶାସନ

Sunil Chandra Nayak

Leave a Comment

error: Content is protected !!