ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିବେକ ସେନା ତରଫରୁ ଡା.ପଲଉ ପଧାନ ଙ୍କୁ ଶ୍ରଦ୍ଧାଞ୍ଜଳି

ବିବେକ ସେନା ତରଫରୁ ଡା.ପଲଉ ପଧାନ ଙ୍କୁ ଶ୍ରଦ୍ଧାଞ୍ଜଳି

ଭବାନୀପାଟଣା ତା : ୧୫/୦୬/୨୦୨୬ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିବେକ ସେନା ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାର ବିଶିଷ୍ଠ ଲୋକପ୍ରିୟ ଶିଶୁରୋଗ ବିଶେଷଜ୍ଞ ଡ଼ା. ପଲଉ ପଧାନ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । 

ଡ଼ା ପଧାନ କଳାହାଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଦୀର୍ଘ ଦଶନ୍ଧି ଧରି ଶିଶୁ ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅଞ୍ଚଳର ହଜାର ହଜାର ଶିଶୁଙ୍କୁ ନୂତନ ଜୀବନଦାନ ଦେବାରେ ତାଙ୍କର ଚିକିତ୍ସା ଅତୁଳନୀୟ ଥିଲା। କେବଳ ଜଣେ ଦକ୍ଷ ଡାକ୍ତର ଭାବେ ନୁହେଁ ବରଂ ଗରିବ ଓ ଅସହାୟ ପରିବାରର ଶିଶୁମାନଙ୍କୁ ସ୍ଵଳ୍ପ ମୂଲ୍ୟରେ ଏବଂ ଅନେକ ସମୟରେ ମାଗଣାରେ ଚିକିତ୍ସା ସେବା ଯୋଗାଇ ସେ ଜିଲ୍ଲାରେ ‘ଗରିବଙ୍କ ବନ୍ଧୁ’ ପାଲଟିଥିଲେ। ତାଙ୍କର ମେଳାପୀ ଓ ଅମାୟିକ ବ୍ୟବହାର ପାଇଁ ସେ ରୋଗୀଙ୍କ ପରିବାର ମଧ୍ୟରେ ଅତ୍ୟନ୍ତ ପ୍ରିୟପାତ୍ର ହୋଇପାରିଥିଲେ ବୋଲି ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ. ଶିବରାମ ନାୟକ ଉପସ୍ଥିତ ରହି ତାଙ୍କ ବକ୍ତବ୍ୟ ରଖିଥିଲେ | ଆଶୁତୋଷ ପାଢ଼ୀ, ପ୍ରଶାନ୍ତ କୁମାର ମେହେର, ନିକା ମେହେର, ବୈଷ୍ଣବ ଜାଲ, ଜଗଦୀଶ ମାଝୀ, ପ୍ରତାପ ପାଣିଗ୍ରାହୀ, ଅର୍ଜୁନ ନାଏକ, ଭଗବାନ ପାଣିଗ୍ରାହୀ ସମେତ ବହୁ ସଦଶ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇଥିଲେ |

Related posts

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ // ଲୋକ ପରମ୍ପରା ଓ ଧର୍ମୀୟଧାରା ର ମହାପ୍ରବାହ କାମନା ଦଣ୍ଡ

Sunil Chandra Nayak

ଆମ ହସ୍ପିଟାଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଅଭାସି ମାଧ୍ୟମରେ କଲେ ଉଦ୍ଘାଟନ…

masiha

ଆଇନ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂଘର ବୈଠକ

Sunil Chandra Nayak

Leave a Comment

error: Content is protected !!