ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ସରପଂଚ ସଂଗଠନର ବୈଠକରେ ନିନ୍ଦା

ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ସରପଂଚ ସଂଗଠନର ବୈଠକରେ ନିନ୍ଦା

ବ୍ରହ୍ମପୁର,15/6 : ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ ସରପଂଚ ସଂଗଠନର ଏକ ଜରୁରୀ ବୈଠକ ନବୀନ ଭବନ ଠାରେ ସଂଗଠନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମେ ସଂଗଠନର ସାଧାରଣ ସମ୍ପାଦକ ରମାକାନ୍ତ ସାହୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ଗ୍ରାମପଞ୍ଚାୟତ ସରପଂଚ ଚାମେଲି ଓଝାଙ୍କ ପ୍ରତି ମହାକାଳପଡ଼ା ବିଧାୟକଙ୍କ ଇସାରାରେ ସ୍ଥାନୀୟ ବିଡିଓ ଓ ସ୍ଥାନୀୟ ପୋଲିସ ଯେଉଁଭଳି ଭାବେ ଦୁଃବ୍ୟବହାର କଲେ ସେ ସମ୍ପର୍କରେ ସୂଚନା ଦେଇ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରସ୍ତାବ ଅାଗତ କରିଥିଲେ ରାଜ୍ୟ ସରକାର ଏହି ଘଟଣାରେ ନିରବ ରହିବା ଏକ ଅତ୍ୟନ୍ତ ପରିତାପର ବିଷୟ ଅଟେ ବୋଲି ସଭାପତି ଶ୍ରୀ ରଥ ପ୍ରକାଶ କରି ରାଜ୍ୟର ସମସ୍ତ ସରପଞ୍ଚମାନେ ଏକାଠି ହେବା ପାଇଁ ଅାହ୍ବାନ ଦେଇଥିଲେ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜୀବନାନନ୍ଦ, ସରପଂଚ ଦଣ୍ଡପାଣି ବେହେରା, ସରପଂଚ ପ୍ରଦିପ କୁମାର ପ୍ରଧାନ (ହିଞ୍ଜିଳି), ରଞ୍ଜନ କୁମାର ସାହୁ. ପବିତ୍ର ଚୌଧୁରୀ, ନିରଞ୍ଜନ ସାହୁ ପ୍ରମୁଖ ଅାଲୋଚନାରେ ଅଂଶଗ୍ରହଣ କରିଥିଲେ  

ରବି ରଥ

ସଭାପତି

Related posts

ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ସମ୍ପାଦକ ଙ୍କୁ ବ୍ୟାଙ୍କ କର୍ମଚାରୀ ଙ୍କ ଦୁର୍ବ୍ୟବହାର କୁ ନେଇ ଥାନା ଦ୍ୱାରସ୍ଥ ଜିଲ୍ଲା ସାମ୍ବାଦିକ ସଙ୍ଘ

masiha

NAC ତାଲିକାରୁ ଖଇରା ବାଦ୍, ଦୃଢ ନିନ୍ଦା କଲେ ଯୁବନେତା ଇଂ. ରାଜେଶ ମୋହକୁଡ 

masiha

ବିପଦପୂର୍ଣ୍ଣ ଭାବେ ମେଟାଲ ପରିବହନ ଚାଲିଛି

Leave a Comment

error: Content is protected !!