ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଳମ୍ବିତ ମୌସୁମୀ ଚିନ୍ତା

ବିଳମ୍ବିତ ମୌସୁମୀ ଚିନ୍ତା

ଢେ଼ଙ୍କାନାଳ – ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଖରିଫ ଚାଷ ଉପରେ ଜଳବାୟୁ ପରିବର୍ତ୍ତନର ଜିଲ୍ଲାରେ ଦୀର୍ଘ ଦିନ ଧରି ଓଡ଼ିଶାର ବୃଷ୍ଟି ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ କରିଆସିଛି। ବିଶେଷ କରି ଖରିଫ ଋତୁରେ ଏଠାରେ ବହୁଳ ପରିମାଣରେ ଧାନ ଚାଷ ହେଉଛି। କୃଷି ବୃଷ୍ଟିକୋଣରୁ ଏହି ଜିଲ୍ଲାକୁ କେହି କେହିଁ ଅନ୍ନଭଣ୍ଡାର ବୋଲି ମଧ୍ୟ କହନ୍ତି। କିନ୍ତୁ ଗତ କିଛି ବର୍ଷ ଧରି ବଦଳୁ ଥିବା ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏହି ପାରମ୍ପରିକ କୃଷି ବ୍ୟବସ୍ଥା ପ୍ରଭାବିତ କରିଛି। ଖରିଫ ଚାଷ ଆରମ୍ଭ ହେବାର ସମୟ ଧୀରେ ଧୀରେ ପଛକୁ ଘୁଞ୍ଚୁଥିବା ବେଳେ ଚାଷୀଙ୍କ ମଧ୍ୟରେ ଅନିଶ୍ଚିତତା ଓ ଚିନ୍ତା ବଢ଼ିବାରେ ଲାଗିଛି। ପୂର୍ବରୁ ଅକ୍ଷୟ ତୃତୀୟା ପରେ ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ବୁଣା କାମ ଆରମ୍ଭ ହେଉଥିଲା ଚାଷୀମାନେ ଧାନ ବିହନ ବୁଣୁଥିଲେ। କିଛି ସପ୍ତାହ ପରେ ମୌସୁମା ବର୍ଷାର ଆଗମନ ସହ ଜିଲ୍ଲାରେ ଧାନ ରୁଆ ହେଉଥିଲା। ବାପା- ଜେଜେଙ୍କ ଅମଳରୁ ଚଳି ଆସୁଥିବା ଏହି ପାରମ୍ପରିକ କୃଷି କ୍ୟାଲେଣ୍ଡର ପ୍ରାୟ ଅପରିବର୍ତିତ ଥିଲା। କିନ୍ତୁ ଏବେ ପରିସ୍ଥିତି ବଦଳିଯାଇଛି। ମୌସୁମା ଦର୍ଶାଇ ଆଗମନରେ ବିଳମ୍ବ ଓ ବର୍ଷାର ଅନିୟମିତତା ଚାଷାଙ୍କ ଯୋଜନାକୁ ବିପର୍ଯ୍ୟସ୍ତ କରିଛି। ଚଳିତ ବର୍ଷ ମଧ୍ୟ ମୌସୁମୀ ବର୍ଷା ବିଳମ୍ବିତ ହେବାର ଆଭାସ ମିଳୁଛି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସାଧାରଣତଃ ରଜ ପର୍ବ ସମୟରେ ଜିଲ୍ଲାରେ ବର୍ଷାକୁ ଲକ୍ଷ୍ୟ କରି ଚାଷୀମାନେ ଧାନ ବୁଣିବା କାମରେ ବ୍ୟସ୍ତ ରହନ୍ତି। ହେଲେ ଏବେ ବର୍ଷାର କୌଣସି ନିଶ୍ଚିତତା ନଥିବାରୁ ଅନେକ ଚାଷା ଧାନ ବୁଣା ଆରମ୍ଭ କରିବେ ନି ନାହିଁ ସେନେଇ ଦ୍ଵନ୍ଦରେ ରହିଛନ୍ତି। ଉଚିତ ସମୟରେ ବର୍ଷା ନ ହେଲେ ଧାନତଳି ନଷ୍ଟ ହେବା ସହ ଧାନରୁଆ ମଧ୍ୟ ବିଳମ୍ବିତ ହେବ । ଏହାର ପ୍ରଭାବ ଅମଳ ଉପରେ ପଡ଼ିବ । ଢେ଼ଙ୍କାନାଳ ଜିଲ୍ଲାର ଖରିଫ ଋତୁରେ ହଜାରେ ଏକ,ହଜାରେ ନଅ,ଶ୍ୟାମ ମାଣୁରୀ,ସନ,ସ୍ପର୍ଶ ମସୁରୀ ଭଳି ବିଭିନ୍ନ କିସମର ଧାନ ଚାଷ କରାଯାଏ। ଏହି ଧାନ ପ୍ରଜାତିଗୁଡିକ ସମୟାନୁକୂଳ ବର୍ଷା ଉପରେ ଅଧିକ ନିର୍ଭରଶୀଳ ବର୍ଷା ବିଳମ୍ବିତ ହେଲେ ଚାରାର ବୃଦ୍ଧି ଓ ଉତ୍ପାଦନ ଉଭୟ ପ୍ରଭାବିତ ହୋଇଥାଏ। ଏଥିପାଇଁ ଚାଷୀମାନେ ବର୍ଷାର ପ୍ରତୀକ୍ଷାରେ ରହିଥିବା ବେଳେ ଜଳବାୟୁର ଅନିଶ୍ଚିତତା ସେମାନଙ୍କ ଚିନ୍ତାକୁ ଆହୁରି ବଢାଇ ଦେଇଛି। କୃଷି ବିଶେଷଜ୍ଞଙ୍କ ମତରେ,ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ପ୍ରକୃତିରେ ବଡ଼ ଧରଣର ପରିବର୍ତ୍ତନ ଆସିଛି। ପୂର୍ବରୁ ନିର୍ଦ୍ଦିଷ୍ଟ ସମୟରେ ଏବଂ ସମାନ ଭାବେ ବର୍ଷା ହେଉଥିଲା। ଏବେ କେତେବେଳେ ଅତ୍ୟଧିକ ବର୍ଷା ହେଉଛି ତ ଆଉ କେତେବେଳେ ଦୀର୍ଘ ସମୟ ଧରି ବର୍ଷା ହେଉନି। ଏହି ଅସ୍ୱାଭାବିକ ପାଣିପାଗ ବୃଷିକୁ ଅଧିକ ଦିପଦଗାମୀ କରିଦେଇଛି। ତେଣୁ ଚାଷୀମାନେ ଜଳ ସଂରକ୍ଷଣ,ବିକଳ୍ପ ଫସଲ ଓ ଖରା ସହନଶୀଳ ଧାନ ପ୍ରଜାତି ଉପରେ ଗୁରୁତ୍ବ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଅନ୍ୟପଟେ ଗତ କିଛି ବର୍ଷ ହେବ ଜିଲ୍ଲାରେ ଧାନ ସହ ତୈଳବୀଳ ଚାଷର କ୍ଷେତ୍ରଫଳ ମଧ୍ୟ କମିବାରେ ଲାଗିଛି। ଜଳସେଚନର ବ୍ୟବସ୍ଥା ନଥିବା ଚାଷ ଖର୍ଚ ବୃଦ୍ଧି,ଶ୍ରମିକ ଅଭାବ ଏବଂ ଅନିଶ୍ଚିତ ପାଣିପାଗ ଏଥିପାଇଁ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହା ସହ ବର୍ଷା ନ ହେଲେ ଜିଲ୍ଲାର ବିଭିନ୍ନ; ଜଳସେଚନ ପ୍ରକଳ୍ପ ଓ ଡ୍ୟାମ ଗୁଡ଼ିକରେ ଜଳ ସଂରକ୍ଷଣ ମଧ୍ୟ ପ୍ରଭାବିତ ହେବ । ଫଳରେ କେବଳ ଖରିଫ ନୁହେଁ,ରବି ଚାଷ ମଧ୍ୟ ସଙ୍କଟରେ ପଡ଼ିପାରେ। ଢେ଼ଙ୍କାନାଳ ଜିଲ୍ଲାର ଅର୍ଥନୀତିର ମୂଳ ଆଧାର କୃଷି। ହଜାର ହଜାର ପରିବାର ସିଧାସଳଖ ଭାବେ ଏହା ଉପରେ ନିର୍ଭର କରୁଛନ୍ତି। ତେଣୁ ସମୟୋପଯୋଗୀ ବର୍ଷା ଓ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ଚାଷୀଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ମୌସୁମୀ ବର୍ଷାର ବିଳମ୍ବ ଯଦି ଦୀର୍ଘସ୍ଥାୟୀ ହୁଏ,ତେବେ ଏହା କେବଳ ଚାଷୀଙ୍କ ଜୀବିକା ନୁହେଁ, ଜିଲ୍ଲାର ଖାଦ୍ୟ ଉତ୍ପାଦନ ବ୍ୟବସ୍ଥା ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇପାରେ। ଏବେ ସମସ୍ତଙ୍କ ନଜର ଆକାଶ ଉପରେ। ଚାଷୀ ଆଶା କରୁଛି,ଠିକ୍ ସମୟରେ ବର୍ଷା ଆସିବ ଏବଂ ଢେ଼ଙ୍କାନାଳ ଜିଲ୍ଲାର ସବୁଜ ଧାନ କ୍ଷେତ ପୁଣିଥରେ ସମୃଦ୍ଧିର କାହାଣୀ ଲେଖିବ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସିଜିମାଳୀ ଖଣି ଖାଦାନ ତୁରନ୍ତ ଖୋଳିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

masiha

ଫକୀର ମୋହନ ବିଶ୍ୱବିଦ୍ୟାଳୟ ଯୁକ୍ତ ତିନି ସମ୍ମାନ ପରୀକ୍ଷା ଫଳ ପ୍ରକାଶିତ

ସେବା ପର୍ବ ‘ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପରିଯୋଗିତା ଅନୁଷ୍ଠିତ ବିକଶିତ ଭାରତର ରଙ୍ଗ, କଳା ମାଧ୍ୟମରେ

Sunil Chandra Nayak

Leave a Comment

error: Content is protected !!