ବାରିଜାଙ୍ଗ କେନାଲ ରୁ ମାଟି ତାଡି ନେଲେ
କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦେଇ ପ୍ରବାହିତ ରେଙ୍ଗାଲି ବାମ ମୁଖ୍ୟ କେନାଲ ର ଏକ ତଳ ମୁଣ୍ଡ କେନାଲ ରାସ୍ତାରୁ ମାଟି ତାଡି ନିଆଯାଇଥିବା ଦେଖା ଯାଇଛି। ଅଭିଯୋଗ ରୁ ଜଣାଯାଏ ଯେ ଭୁବନ ବ୍ଲକ ଓଡିଶ ଠାରୁ ସୃଷ୍ଟି ହୋଇଥିବା ଭୁବନ ଶାଖା କେନାଲ ର ତଳ ମୁଣ୍ଡ ରେ ରହିଛି କଣ୍ଟାପାଳ ମାଇନର କେନାଲ। ଏହି କେନାଲ ରୁ ବାରିଜାଙ୍ଗ ଠାରେ ଏକ ସବ ମାଇନର କେନାଲ ବାହାରି ଭୁବନ ଢେଙ୍କାନାଳ ପୂର୍ତ୍ତ ରାସ୍ତା ପାର ହୋଇ ଦକ୍ଷିଣ କୁ ଯାଇଛି। କଣ୍ଟାପାଳ ମାଇନରକେନାଲ ରେ 19ଟି କାଡ଼ା କରନାଲି କେନାଲ ଚଳିତ ବର୍ଷ କରାଯାଇଛି। ଭୁବନ ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତା କୁ ବାରିଜାଙ୍ଗ ସବ ମାଇନର କେନାଲ ସଂଯୋଗ ସ୍ଥାନରୁ କେହି ଦୁବୁର୍ତ୍ତ କାଡା କାମ ଚାଲିଥିବା ସମୟରେ ମାଟି ତାଡି ନେଇଛି। ଯାହା ଫଳରେ ଏହି ରାସ୍ତାରେ ଟ୍ରାକ୍ଟର ଯିବାକୁ ସୁବିଧା ଥାଇ ବି ଏବେ ପାଦ ରେ ଚାଲି କରି ଯିବା ସମ୍ଭବ ହେଉନାହିଁ। ତେବେ ଏହି ରାସ୍ତା କୁ କିଏ କାଟିଲା ତାହା ଜଣାପଡ଼ିନାହିଁ । ଏନେଇ ଏହି କଣ୍ଟାପାଳ ମାଇନର କେନାଲ କୁ ନେଇ ହୋଇଥିବା ବାଜିରାଉତ ପାଣି ପଂଚାୟତର ସଭାପତି କୁହନ୍ତି ଏସବୁ ଆମ ଜାଣିବା ବାହାରେ ହୋଇଛି। ଘଟଣା ସ୍ଥଳକୁ ଯାଇ କ୍ଷେତ୍ର ପରୀକ୍ଷଣ କରିବା ପରେ ଯାହା କିଛି କହିପାରିବି। ଗତ କାଲି କେତେ ଜଣ ଚାଷୀ ଆସି କହିଥିଲେ। ମୁଁ ବାହାରିଥିଲି। ରଜ ପରେ ଯାଇ ଦେଖିବି କରନାଲି କାର୍ଯ୍ୟ ସହ ଏହି ରାସ୍ତା ର କଣ ସଂପର୍କ ରହିଛି। କରନାଲି ଯୋଗୁଁ ଚାଷୀ କୁ ଜମିରେ କିଛି କ୍ଷତି ହୋଇଛି କି ନାହିଁ ତାହା ତଦନ୍ତ କରାଯିବ। ଭୁବନ ଜୋନ ର ଅଧିକ୍ଷଣ ଯନ୍ତ୍ରୀ ଦୁଃଖୁ କିସ୍କୁ କୁହନ୍ତି ଏ ସଂପର୍କରେ କୌଣସି ଚାଷୀ ଅଭିଯୋଗ କରିନାହାନ୍ତି। ରଜ ଛୁଟି ଅଛି। ଛୁଟି ଖୋଲିଲେ ତଦନ୍ତ କରାଯିବ।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

