ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାର ପୂଜାରୀ ବରିଷ୍ଠ ସାମ୍ବାଦିକ ସର୍ବେଶ୍ୱର ମିଶ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

କଳାର ପୂଜାରୀ ବରିଷ୍ଠ ସାମ୍ବାଦିକ ସର୍ବେଶ୍ୱର ମିଶ୍ରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ 

କଟକ : ବରିଷ୍ଠ ସାମ୍ବାଦିକ ତଥା ନାଟ୍ୟ ନିର୍ଦ୍ଦେଶକ ସର୍ବେଶ୍ୱର ମିଶ୍ରଙ୍କୁ କଳା,ସାହିତ୍ୟ,ସାମ୍ବାଦିକତା,ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନେଇ କିଶୋରନଗର ହାଟ ତୋଟା ଠାରେ କଟକ ସଦର ରଜ ମହୋତ୍ସବ – ୨୦୨୬ ପକ୍ଷରୁ ଆୟୋଜିତ ଚାରି ଦିନିଆ ରଜ ମହୋତ୍ସବ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । କଳାର ପୂଜାରୀ ଶ୍ରୀଯୁକ୍ତ ମିଶ୍ର ଏହି ମର୍ଯ୍ୟାଦା ଜନକ ସମ୍ବର୍ଧନା କଟକ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଠାରୁ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଏହି ଖ୍ୟାତି ସମ୍ପନ୍ନ ନାଟ୍ୟ ନିର୍ଦ୍ଦେଶକ,ଲୋକପ୍ରିୟ ମଂଚ ଅଭିନେତା ତଥା ବରିଷ୍ଠ ସାମ୍ବାଦିକ ସର୍ବେଶ୍ୱର ମିଶ୍ର ତିନି ଦଶନ୍ଧି ଧରି ସାଂବାଦିକତା କରିବା ସହ ଦୀର୍ଘ ପଚିଶ ବର୍ଷ ହେବ ଯାତ୍ରା ବା ଡ୍ରାମା ଜଗତରେ ଏକ ଶହ ରୁ ଉର୍ଦ୍ଧ ନାଟକରେ ଅଭିନୟ କରିବା ଓ ଚାଳିଶରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସାରସ୍ଵତ ସାଧକ ପଣ୍ଡିତ ଶ୍ରୀଯୁକ୍ତ ମିଶ୍ରଙ୍କୁ ସମଗ୍ର କଟକ ସଦର ଅଞ୍ଚଳରୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ୩ୟ ଓ ୫ ମ ଶ୍ରେଣୀ ବୃତ୍ତି ପରୀକ୍ଷା -୨୦୨୩ 

masiha

ଗଭୀର କୂଅ ରୁ ଏକ ବଳଦ ଉଦ୍ଧାର କଲା ଅଗ୍ନିଶମ ବିଭାଗ 

masiha

ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା (ବିସିଟି) ଅଧ୍ୟକ୍ଷ ଇଂ.ବିମଳ ଚଂଦ୍ରଙ୍କ ୪୬ ତମ ଜନ୍ମ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି 

Leave a Comment

error: Content is protected !!