ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଶ୍ରମିକ ନିରାକରଣ ପାଇଁ ରାଉରକେଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ଶୋଭାଯାତ୍ରା

ଶିଶୁ ଶ୍ରମିକ ନିରାକରଣ ପାଇଁ ରାଉରକେଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ଶୋଭାଯାତ୍ରା

ରାଉରକେଲା ୧୭/୬, ଶିଶୁ ଶ୍ରମିକ ନିରାକରଣ ପାଇଁ ରାଜ୍ୟ ଶ୍ରମ ବିଭାଗ ତଥା ରାଉରକେଲା ଯୁଗ୍ମ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ଯାଳୟ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ଆଜି ରାଉରକେଲା ରେଳଷ୍ଟେସନ୍ ନିକଟରୁ ବାହାରି ଉଦିତନଗର ଆମ୍ବେଦକର ଛକ ଦେଇ ଯୁଗ୍ମ ଶ୍ରମ ସଂସ୍ଥାପକଙ୍କ କାର୍ଯ୍ଯାଳୟରେ ପହଞ୍ଚିଥିଲା। 

    ଶୋଭାଯାତ୍ରାରେ ଶିଶୁ ଶ୍ରମିକ ନିରାକରଣ ତଥା ସଚେତନତା ପାଇଁ ବିଭିନ୍ନ ପ୍ରକାରର ସ୍ଲୋଗାନ ଦିଆଯାଇଥିଲା। ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଯାଉଥିବା ବ୍ୟକ୍ତି ସାବଧାନ ! ୧୪ ବର୍ଷରୁ କମ୍ ବୟସର ଶିଶୁକୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ ! ୧୫ରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାମରେ (ବୃତ୍ତି ଓ ପ୍ରକ୍ରିୟା) ନିୟୋଜନକୁ ବାରଣ କରାଯାଉଛି । ଏପରି କାମ କରାଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। କେବଳ ଜରିମାନା ନୁହେଁ, ବରଂ ଶିଶୁଙ୍କୁ କୌଣସି କାର୍ଯ୍ୟରେ ଓ କିଶୋରେଙ୍କୁ ବୃତ୍ତି ପ୍ରକ୍ରିୟାରେ ନିୟୋଜନ କରୁଥିଲେ, ୨ ବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି । ଏପରିକି ଉଭୟ ଜେଲଦଣ୍ଡ ଓ ଜୋରିମାନା ହୋଇପାରେ । ଏପରି ଭୁଲ ତୃତୀୟ ଥର ହେଲେ ୩ ବର୍ଷ ଯାଏଁ କାରାଦଣ୍ଡ ମଧ୍ୟ ହୋଇପାରେ ବୋଲି ସ୍ଲୋଗାନ ଦିଆଯାଇଥିଲା। ୧୪ ବର୍ଷରୁ କମ୍ ଶିଶୁକୁ କୌଣସି କାର୍ଯ୍ୟରେ ନିୟୋଜନ କରିବା ଏବଂ ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜନ କରିବା ଏକ ଧର୍ତ୍ତବ୍ଯ ଅପରାଧ ବୋଲି ସ୍ଲୋଗାନ ଦିଆଯାଇଥିଲା। 

      ଏଥିସହିତ ସଚେତନତା ସୃଷ୍ଟି ଉଦ୍ଦେଶ୍ଯରେ କୁହାଯାଇଥିଲା ଯେ, ଆପଣ ଜାଣିବାରେ ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ୍ ବୟସର ପିଲାଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ ବୃଦ୍ଧି ବା ପ୍ରକ୍ରିୟାରେ ନିୟୋଜନ କରିଛନ୍ତି ତେବେ ଅବିଳମ୍ବେ ନିଜ ଜିଲ୍ଲାର ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାନ୍ତୁ। ଏତଦ୍ ବ୍ୟତୀତ, ନିଶୁକ୍ଳ ଶ୍ରମିକ ସହାୟତା ହେଲପଲାଇନ ନଂ.୧୫୫୩୬୮ ଏବଂ ଚାଇଲ୍ଡ ଲାଇନ୍ ନଂ. ୧୦୯୮କୁ ଯୋଗାଯୋଗ କରିବାକୁ ସଚେତନତା ଶୋଭାଯାତ୍ରାରେ ଆହ୍ବାନ ଦିଆଯାଇଥିଲା। 

       ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭଗ ଓଡିଶା ସରକାରଙ୍କ ଦ୍ଵାରା ଶିଶୁ ଶ୍ରମ ମୁକ୍ତ ଓଡିଶା ଆମର ସଂକଳ୍ପ ବୋଲି ସଚେତନତା ଶୋଭାଯାତ୍ରାରେ ଜନସାଧାରଣଙ୍କୁ ଆହ୍ବାନ ଦିଆଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡି.ଆଇ.ଇ.ଟି ଢେଙ୍କାନାଳରେ ଜାତୀୟ ଅନ୍ତରିକ୍ଷ ଦିବସ ଓ ଭାରତରେ ବିଜ୍ଞାନ ପାଇଁ ପଦଯାତ୍ରା -୨୦୨୫ ଅନୁଷ୍ଠିତ 

Sunil Chandra Nayak

୧- ମା ଗଣ୍ଡାନା ସ୍ୱାମୀ ଙ୍କ ଘଟ ଯାତ୍ରା ଉଦଯାପିତ, ୨- ସିଜି ମାଳି ଖଣି ବିବାଦର ସ୍ଥିତି ଅନୁଧ୍ୟାନ କରିବ ଅଖିଳ ଭାରତ ହିନ୍ଧୁ ମହାସଭାର ସ୍ୱତନ୍ତ୍ର ଦଳ

ଉପଖଣ୍ଡ ଯୁବ ପ୍ରତ୍ରକାର ସଂଘ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!