ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକ

ବିଦ୍ୟୁତ୍ ବିଭ୍ରାଟ ପ୍ରତିବାଦରେ ରାସ୍ତାରୋକ

ବିଦ୍ୟୁତ ବିଭାଗର ମନମାନି ଯୋଗୁ ଦୁଇ ଦିନ ଅନ୍ଧାରରେ ଅଂଚଳ ବାସୀ 

ଢେଙ୍କାନାଳ- ଢେଙ୍କାନାଳ ସଦର ବ୍ଲକ ସପ୍ତଶଯ୍ୟା ପଂଚାୟତର ଚାରିଗୋଟି ଗ୍ରାମ ବିଦ୍ୟୁତ୍ ବିଚ୍ଛିନ୍ନ ଯୋଗୁଁ ଦୁଇଦିନ ଧରି ଅଞ୍ଚଳବାସୀ ଅନ୍ଧାରରେ ରହିଥିଲେ | ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଫୋନ୍ କଲେ ମଧ୍ୟ ସେମାନେ ଫୋନ ଉଠାଇଲେ ନାହିଁ କିମ୍ବା ବିଦ୍ୟୁତ୍ ସଂଯୋଗ ଦେଲେ ନାହିଁ। ଏହାର ପ୍ରତିବାଦରେ ଦିନ ୩ ଘଟିକାରୁ ଢେଙ୍କାନାଳ – ଶଙ୍କର ପୁର ରାସ୍ତା ର ପଦଲାପୁର ଛକ ଠାରେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ଗାଡ଼ିମଟର ଅଟକି ରହିଥିଲା | ଖବରପାଇ ଗୋବିନ୍ଦପୁରଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରାଇବା ସହ ବିଦ୍ୟୁତ୍ ବିଭାଗକୁ ଅବଗତ କରାଇଥିଲେ । ବିଦ୍ୟୁତ ବିଭାଗର ଅଧିକାରୀ ମଧ୍ୟ ଘଟଣା ସ୍ଥଳରେ ପହଂଚି ତୁରନ୍ତ ସମାଧାନ କରିବାସହ ସଂପୃକ୍ତ ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା |

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ମହାବୀର ସମ୍ମାନରେ ସମ୍ମାନୀତ ହେବେ ଜୟନ୍ତ କୁମାର ବେହେରା

masiha

ବିଦ୍ୟୁତ ବିଭାଗର ଚରମ ଅବହେଳା ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ୨ ମୃତ, ୧ ଗୁରୁତର   

masiha

ରାଇରଙ୍ଗପୁର ନୂତନ ଗୋଷ୍ଠୀ ଶିକ୍ଷାଧୀକାରୀ ଭାବେ ଭାଗ୍ଯରଥୀ ମହାନ୍ତି ଙ୍କ ଯୋଗଦାନ

Leave a Comment

error: Content is protected !!