ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ 

ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ 

ଛତ୍ରପୁର ତା 18/6 : ଜିଲ୍ଲା ପ୍ରଶାସନ ତରଫରୁ ଆଜି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ (Disaster Management Exercise (DMEx)-୨୦୨୬ ଅନ୍ତର୍ଗତ ଏକ ଟେବୁଲ୍ ଟପ୍ ଏକ୍ସରସାଇଜ୍ ‘Table Top Exercise’ (TTEx) ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବିପର୍ଯ୍ୟୟ ସମୟର ପ୍ରସ୍ତୁତି, ସମନ୍ୱୟ କ୍ଷମତା ଏବଂ ପ୍ରତିକ୍ରିୟା ବ୍ୟବସ୍ଥାର କାର୍ଯ୍ୟକାରିତାକୁ ପରୀକ୍ଷା କରିବା ଥିଲା ଏହି ଅଭ୍ୟାସର ମୂଳ ଉଦ୍ଦେଶ୍ୟ।

ଗଞ୍ଜାମ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ, ବିଶେଷକରି ଘୂର୍ଣ୍ଣିଝଡ଼, ବନ୍ୟା ଏବଂ ବଜ୍ରପାତ ପ୍ରବଣ ଅଞ୍ଚଳ ହୋଇଥିବାରୁ, ଜିଲ୍ଲା ପ୍ରଶାସନ ବିଶେଷକରି କ୍ଷେତ୍ରସ୍ତରରେ ସଦାସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ବୈଠକରେ ମତପ୍ରକାଶ ପାଇଥିଲା। 

ଏହି ଟେବୁଲ୍ ଟପ୍ ଏକ୍ସରସାଇଜ୍ ମାଧ୍ୟମରେ ଏକ କଳ୍ପିତ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରାଯାଇ, ବିଭିନ୍ନ ବିଭାଗ ତରଫରୁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଓ କାର୍ଯ୍ୟପନ୍ଥା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।

ଅଭ୍ୟାସ ସମୟରେ ପ୍ରତ୍ୟେକ ବିଭାଗ ନିଜ ନିଜ ଦାୟିତ୍ୱ ଅନୁଯାୟୀ ବିପର୍ଯ୍ୟୟ ପୂର୍ବରୁ, ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପରେ କରାଯିବାକୁ ଥିବା କାର୍ଯ୍ୟାବଳୀ ସମ୍ପର୍କରେ ମତାମତ ଦେଇଥିଲେ । ଏହାଦ୍ୱାରା ବିଭିନ୍ନ ବିଭାଗର ପ୍ରସ୍ତୁତି ସ୍ଥିତି, ଉପଲବ୍ଧ ସମ୍ବଳ, ମାନବ ସମ୍ବଳ ଓ ସମନ୍ୱୟ ବ୍ୟବସ୍ଥାର ମୂଲ୍ୟାଙ୍କନ କରାଯାଇପାରିଛି।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ “ପ୍ରସ୍ତୁତି ହିଁ ଜୀବନ ରକ୍ଷାର ମୂଳମନ୍ତ୍ର”। ସମୟୋପଯୋଗୀ ପ୍ରସ୍ତୁତି, ସଠିକ୍ ସୂଚନା ପ୍ରବାହ ଏବଂ ଅନ୍ତଃବିଭାଗୀୟ ସମନ୍ୱୟ ହିଁ ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତିକୁ ସର୍ବନିମ୍ନ କରିଥାଏ । ଏହି ଅଭ୍ୟାସ ମାଧ୍ୟମରେ ଚିହ୍ନଟ ହୋଇଥିବା ଶକ୍ତି ଓ ଦୁର୍ବଳତା ଗୁଡ଼ିକୁ ବିଶ୍ଳେଷଣ କରି ଭବିଷ୍ୟତରେ ଜିଲ୍ଲାର ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରତିକ୍ରିୟା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ସମସ୍ତେ ମିଳିତ ଭାବେ ଏକ ସୁରକ୍ଷିତ, ସଚେତନ ଓ ସକ୍ଷମ ଗଞ୍ଜାମ ଗଢ଼ି ତୋଲିବା ନେଇ ବୈଠକରେ ସଂକଳ୍ପ ନିଆଯାଇଥିଲା। 

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ନିରୀକ୍ଷକ ତଥା ଓସଡମା (OSDMA)ର ଜେନେରାଲ୍ ମ୍ୟାନେଜର ବେବିତା ମଞ୍ଜରୀ ନାୟକ, ବିଭାଗୀୟ ଅଧିକାରୀ, ଡେପୁଟି କଲେକ୍ଟର (ଜରୁରୀକାଳୀନ) ସୁନୀଲ ସାଇ ଦେବାଶିଷ, ଜିଲ୍ଲା ପ୍ରକଳ୍ପ ଅଧିକାରୀ (OSDMA) ଦେବେନ୍ଦ୍ର ନାୟକ ଓ କ୍ଷେତ୍ରସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Related posts

କମ୍ୟୁନିଷ୍ଟ ନେତା ଭାଗବତ ପ୍ରଧାନଙ୍କ ପରଲୋକ

Sunil Chandra Nayak

ସିଆରପିଫ ୨୧୬ ବାଟାଲିୟନ ଯବାନ ମାନଙ୍କ ଦ୍ୱାରା ସିଭିକ ଆକ୍ସନ କାର୍ଯ୍ୟକ୍ରମ 

Sunil Chandra Nayak

ରାଇରଙ୍ଗପୁରରେ ଵାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ସପ୍ତାହବ୍ୟାପୀ ଭାଗବତ ପଠନ ଓ ପାରାୟଣ 

masiha

Leave a Comment

error: Content is protected !!