ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବକୁ ସରପଞ୍ଚ ସଂଘର ବିରୋଧ, ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବକୁ ସରପଞ୍ଚ ସଂଘର ବିରୋଧ, ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଦାବିପତ୍ର

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବାକୁ ଥିବା ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମରେ ଅସହଯୋଗ କରିବାକୁ ଚେତାବନୀ ଦିଆଯାଇଛି। ଏନେଇ ଗୁରୁବାର ଦିନ ସଂଘ ପକ୍ଷରୁ ଯୋଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ସରପଞ୍ଚ ସଂଘ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୨୦୨୨ ମସିହାରୁ ସରପଞ୍ଚମାନେ ପଞ୍ଚାୟତର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଗ୍ରାମାଞ୍ଚଳର ବିକାଶ ଓ ଲୋକଙ୍କ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ନିରନ୍ତର କାର୍ଯ୍ୟ କରି ଆସୁଛନ୍ତି। ତେବେ ବିଗତ ଦୁଇ ବର୍ଷ ମଧ୍ୟରେ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟାନ୍ବୟନରେ ଅନେକ ସମସ୍ୟା ଦେଖାଦେଇଥିବାରୁ ସାଧାରଣ ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି।

ସଂଘର ଅଭିଯୋଗ ଅନୁଯାୟୀ, ପ୍ରତ୍ୟେକ ପଞ୍ଚାୟତରେ ୨୦୦ରୁ ୩୦୦ ଜଣ ଯୋଗ୍ୟ ବ୍ୟକ୍ତି ଭତ୍ତା ଓ ରାସନ କାର୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ସାମିଲ କରାଯାଇନାହିଁ। ଏହାସହ ତିନି ମାସ ଧରି ଅନେକ ହିତାଧିକାରୀ ଭତ୍ତା ପାଇନଥିବା ବେଳେ ନୂତନ ଯୋଗ୍ୟ ହିତାଧିକାରୀଙ୍କ ନାମ ମଧ୍ୟ ତାଲିକାରେ ଯୋଡ଼ାଯାଇନାହିଁ।

ସେହିପରି ଆବାସ ଯୋଜନାର ହିତାଧିକାରୀମାନେ କିସ୍ତି ଓ ବୋନସ ରାଶି ପାଇବାରୁ ବଞ୍ଚିତ ହେଉଥିବା ବେଳେ, ଉଜ୍ଜ୍ୱଳା ଗ୍ୟାସ ଯୋଜନା ପାଇଁ ପୋର୍ଟାଲ ଖୋଲାଯାଉନଥିବା ଏବଂ ହରିଶ୍ଚନ୍ଦ୍ର ସହାୟତା ଯୋଜନାରେ ଦୁଇ ବର୍ଷ ଧରି ଅନେକ ହିତାଧିକାରୀ ଆର୍ଥିକ ସହାୟତା ପାଇନଥିବା ଅଭିଯୋଗ କରାଯାଇଛି।

ଏଭଳି ପରିସ୍ଥିତିରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ ପଞ୍ଚାୟତ ସ୍ତରରେ ପାଳନ କରାଗଲେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ପ୍ରଶ୍ନ ସୃଷ୍ଟି ହେବା ସହ ଅପ୍ରୀତିକର ପରିସ୍ଥିତି ଉପୁଜିବାର ଆଶଙ୍କା ରହିଥିବା ସରପଞ୍ଚମାନେ କହିଛନ୍ତି। ତେଣୁ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟକ୍ରମରେ ଅସହଯୋଗ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ଅନ୍ୟପଟେ, ଏହି ଦାବିପତ୍ର ପାଇବା ପରେ ଯୋଡ଼ା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡେନିଶ ବେହେରା କହିଛନ୍ତି ଯେ, ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ନେଇ ଆଲୋଚନା ମାଧ୍ୟମରେ କାର୍ଯ୍ୟକ୍ରମକୁ ସଫଳ ଭାବେ ସମ୍ପନ୍ନ କରିବା ପାଇଁ ପ୍ରୟାସ କରାଯିବ।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଉକ୍ରଳମଣିିିିିିଙ୍କ ୧୪୬ ତମ ଜୟନ୍ତୀ ଓ ଉକ୍ରଳମଣି ସେବା ସଂସ୍ଥାର ପଂଚଦଶ ବାର୍ଷିକ ଉତ୍ସବ ପାଳନ

masiha

ବିଜେପିର ଜନସମ୍ପର୍କ ଅଭିଯାନ ପାଇଁ ସାହାଡ଼ା ମଣ୍ଡଳରେ ପ୍ରସ୍ତୁତି ବୈଠକ

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ୧୮୩ତମ ଜୟନ୍ତୀ ପାଳିତ.

masiha

Leave a Comment

error: Content is protected !!