ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦିବାସୀ ସମାଜକୁ ଅପମାନଜନକ ମନ୍ତବ୍ୟ ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଏଫ୍‌ଆଇଆର ଦେଲା ଆଦିବାସୀ ସଂଘ

ଆଦିବାସୀ ସମାଜକୁ ଅପମାନଜନକ ମନ୍ତବ୍ୟ ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଏଫ୍‌ଆଇଆର ଦେଲା ଆଦିବାସୀ ସଂଘ

ବଲାଙ୍ଗିର, ୨୦ ଜୁନ ୨୦୨୬:– ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ବଲାଙ୍ଗିର ତରଫରୁ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କ ବିରୋଧରେ ଆଦର୍ଶ ଥାନା, ବଲାଙ୍ଗିରରେ ଏକ ଲିଖିତ ଏଫ.ଆଇ.ଆର ଦାଖଲ କରାଯାଇଛି। ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଳତା ମାଝି ଦାଖଲ କରିଥିବା ଏହି ଅଭିଯୋଗରେ ବିଧାୟକ ଶ୍ରୀ ବାଗ ଆଦିବାସୀ ସମାଜ ସମ୍ପର୍କରେ ଅପମାନଜନକ ଓ ଜାତିଗତ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଗତ ୪ ଜୁନ ୨୦୨୬ ତାରିଖରେ ଏକ ଟେଲିଭିଜନ ସାକ୍ଷାତ୍କାର ସମୟରେ ବିଧାୟକ ଶ୍ରୀ ବାଗ ଆଦିବାସୀ ସମ୍ପ୍ରଦାୟକୁ ନେଇ ଅପମାନସୂଚକ ଶବ୍ଦ “ଆଦିବାସୀ ଦୂଷିତ”ପ୍ରୟୋଗ କରିଥିଲେ। ଏହି ମନ୍ତବ୍ୟ ଆଦିବାସୀ ସମାଜର ସମ୍ମାନ, ମର୍ଯ୍ୟାଦା ଓ ସାମାଜିକ ଗରିମା ପ୍ରତି ଗୁରୁତର ଆଘାତ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏପରି ବକ୍ତବ୍ୟ ଦ୍ୱାରା ସମଗ୍ର ଆଦିବାସୀ ସମ୍ପ୍ରଦାୟର ଭାବନା ଆହତ ହୋଇଥିବା ସହ ସମାଜ ର ଲୋକଙ୍କୁ ଜାଣିଶୁଣି ଅପମାନିତ କରାଯାଇଛି ବୋଲି ସଂଘ ଉଲ୍ଲେଖ କରିଛି l

ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗରେ ଉଲ୍ଲେଖ କରିଛି ଯେ, ଜନପ୍ରତିନିଧି ଭାବେ ଜଣେ ବିଧାୟକଙ୍କ ଠାରୁ ସମ୍ବିଧାନିକ ମୂଲ୍ୟବୋଧ ଓ ସାମାଜିକ ସମ୍ମାନ ପ୍ରତି ଅଧିକ ଦାୟିତ୍ୱଶୀଳ ଆଚରଣ ଆଶା କରାଯାଏ। କିନ୍ତୁ ଆଦିବାସୀ ସମାଜ ପ୍ରତି ଅପମାନଜନକ ଭାଷା ପ୍ରୟୋଗ କରି ସେ ସାମାଜିକ ସମ୍ପ୍ରୀତି ଓ ସମ୍ବିଧାନିକ ମୂଲ୍ୟବୋଧକୁ କ୍ଷୁଣ୍ଣ କରିଥିବା ଅଭିଯୋଗ ହୋଇଛି।ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନୃଶଂସତା ନିବାରଣ) ଆଇନ, ୧୯୮୯ (ସଂଶୋଧିତ ୨୦୧୫ ଓ ୨୦୧୮) ଏବଂ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ପ୍ରଯୁଜ୍ୟ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସଂଘ ର କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ବନଳତା ମାଝି ଏଫ ଆଇ ଆର ଦେଇଛନ୍ତି l ଥାନାରେ ଅଭିଯୋଗ ଦାଖଲ ସମୟରେ ବ୍ଲକ ସଭାପତି ପଳେଶ୍ୱର ଭୋଇ, ଅଚ୍ୟୁତ ଧରୁଆ,ମହାଦେବ ବରିହା, ମଧୁ ବିଶ୍ୱାଳ, ମହାଦେବ ଭୋଇ ସହିତ ସଂଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Related posts

ନୂଆପଡାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

କାଳୀକୃଷ୍ଣ ସଂଘର ନୂଆଁଖାଇ ଭେଟଘାଟ ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦର୍ଶନ ପୁସ୍ତକ ଉନ୍ମୋଚିତ

Sunil Chandra Nayak

ଗାଙ୍ଗପୁର ମଜଦୁର ମଞ୍ଚର ବାର୍ଷିକ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!