ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକାଶ ର ଧାରା: ଓଡିଶା ସାରା ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

ବିକାଶ ର ଧାରା: ଓଡିଶା ସାରା ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

ମ, ରାମପୁର :- କେନ୍ଦ୍ର ସରକାର ଙ୍କ ୧୨ ବର୍ଷ ଓ ରାଜ୍ୟ ସରକାର ଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା :ଓଡିଶା ସାରା କାର୍ଯ୍ୟକ୍ରମ ମ, ରାମପୁର ପଞ୍ଚାୟତ ସମିତି ତରଫରୁ ଅନୁଷ୍ଠିତ ହୋଇ ଯାଇଛି | ମ, ରାମପୁର ପଞ୍ଚାୟତ ସମିତି ତରଫରୁ ଆୟୋଜିତ ବିଡ଼ିଓ ଶରତ କୁମାର ସେଠୀ ଙ୍କ ଅଧକ୍ଷତା ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ବ୍ଲକ ଅଧକ୍ଷା ମନ୍ଦାକିନୀ ସିଂହଦେଓ , ମୁଖ୍ୟ ବକ୍ତା ସାଂସଦ ପ୍ରତିନିଧି ପଦ୍ମଲୋଚନ ମିଶ୍ର,ସମ୍ମାନିତ ଅତିଥି ତହସିଲଦାର ମୀମାଂସା ସାହୁ,ସମିତି ସଭ୍ୟ ଗୋକୁଳାନନ୍ଦ ବିଶ୍ୱାଳ ଓ ଯଜ୍ଞ ସେନ ପଣ୍ଡା, ସଂଯୋଜକ ବିଜୟ ମହାଖୁଡ଼,ଯୋଗ ଦେଇ ଥିବା ବେଳେ ସାମ୍ବାଦିକ ହେମନ୍ତ ସାହୁ ସଭା ପରିଚାଳନା କରିଥିଲେ | ଏହି ଅବସରରେ ବିଭିନ୍ନ ଯୋଜନା ର ହିତାଧିକାରୀ ମାନଙ୍କୁ ଭତ୍ତା, ଅନ୍ତୋଦୟ ଗୃହ ର କାର୍ଯ୍ୟାଦେଶ, ଅଙ୍ଗନବାଡି କର୍ମୀ ଙ୍କୁ ସ୍ମାର୍ଟ ଫୋନ୍, ଶମିକ କାର୍ଡ, ବସୁନ୍ଧରା ଯୋଜନା ରେ ପଟ୍ଟା, ଇତ୍ୟାଦି ବଣ୍ଟନ କରା ଯାଇ ଥିଲା |. ଏବିଡ଼ିଓ ଲକ୍ଷ୍ମଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ | ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାଏକ, ଜିପି ଡି ଓ ରାଶି ମାଝୀ, ପ୍ରଗତି ସହାୟକ କୁଳ ମଣି ସିଂହ ରାୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରି ଥିଲେ | ଏହି କାର୍ଯ୍ୟକ୍ରମ ରେ ମ, ରାମପୁର ପଞ୍ଚାୟତ ସମିତିର ସମସ୍ତ ପଞ୍ଚାୟତ ରୁ ଜନ ପ୍ରତିନିଧି,ଜନ ସାଧାରଣ ଯୋଗଦେଇ ଥିଲେ |

ଦିଲୀପ କୁମାର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ୫ଟି ସଚିବ ,ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କଲେ 

ରେଡକ୍ରସର ଯୁବ ସ୍ବାଗତ ଉତ୍ସବ ଉଦଯାପିତ

masiha

ଡାବୁଗାଁରେ ନବଦିନ ବ୍ୟାପି ମାଁ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!