ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନଝରୀ ଗ୍ରାମ ପଞ୍ଚାୟତ ରେ ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଛତା ଓ ଚପଲ ବଣ୍ଟନ: ଗୋଲାମୁଣ୍ଡା ବ୍ଲକର ସବୁ ପଞ୍ଚାୟତରେ ଚାଲିବ ଅଭିଯାନ

ମାନଝରୀ ଗ୍ରାମ ପଞ୍ଚାୟତ ରେ ବିନ୍ଦୁମିନା ସେବା ଫାଉଣ୍ଡେସନ ପକ୍ଷରୁ ଛତା ଓ ଚପଲ ବଣ୍ଟନ: ଗୋଲାମୁଣ୍ଡା ବ୍ଲକର ସବୁ ପଞ୍ଚାୟତରେ ଚାଲିବ ଅଭିଯାନ

ଜୁନାଗଡ଼ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରୀ ଗ୍ରାମ ପଞ୍ଚାୟତରେ ଆଜି ଏକ ବଦାନ୍ୟତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳର ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇ ପ୍ରଶଂସନୀୟ କାର୍ଯ୍ୟ କରିଛି “ବିନ୍ଦୁମିନା ସେବା ଫାଉଣ୍ଡେସନ”। ଫାଉଣ୍ଡେସନ ତରଫରୁ ମାନଝରି ଗ୍ରାମ ପଞ୍ଚାୟତ ର ଗରିବ ବୃଦ୍ଧ ବୃଦ୍ଧା, ବିଧବା ମାଁ, ଦିବ୍ୟାଙ୍ଗ ଏବଂ ଅସହାୟ ମାଁ-ବାପାଙ୍କୁ ମିଶାଇ ସମୁଦାୟ ୮୦୯ ଜଣଙ୍କୁ ଛତା ଓ ଚପଲ ବଣ୍ଟନ କରାଯାଇଛି।ଏହି ସେବାମୂଳକ ବଣ୍ଟନ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଯୋଗଦେଇ ନିଜ ହାତରେ ସମସ୍ତ ହିତାଧିକାରୀଙ୍କୁ ଏହି ସାମଗ୍ରୀ ବଣ୍ଟନ କରିଥିଲେ। ଏହି ଅବସରରେ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି ଯେ, ଗୋଲାମୁଣ୍ଡା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତଗୁଡ଼ିକରେ ପର୍ଯ୍ୟାୟ କ୍ରମେ ଏହି ବଣ୍ଟନ କାର୍ଯ୍ୟ ଜାରି ରହିବ।ଆଜିର ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଜୟନ୍ତ ସିଂ, ସୁଧାଂଶୁ ମୁଣ୍ଡ, ଜଗୁଜୀବନ ଅଘରିଆ, ମନୋଜ ଅଗ୍ରୱାଲ, ଗଙ୍ଗାବିଷ୍ଣୁ ମୁଣ୍ଡ,ରାଇଚନ ନାଏକ, ଅଶ୍ୱିନ ମଲ୍ଲିକ,ପଙ୍କଜ ସାହୁ,ରାଇଚନ ଅଘରିଆ, ବିଦ୍ୟା ସାହୁ,ଉପେନ୍ଦ୍ର ମଲ୍ଲିକ, ସାଧୁରାମ ବଗର୍ତ୍ତି, ଚତୁର୍ଭୁଜ ଅଘରିଆ ଏବଂ ବିଘ୍ନେରାମ ତେଜି ପ୍ରମୁଖ ଉପସ୍ଥିତ ରହି ଏହି ମହତ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଫାଉଣ୍ଡେସନର ଏଭଳି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣ ଉଚ୍ଚ ପ୍ରଶଂସା କରିଛନ୍ତି।

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ

ନୂଆପଡାରେ ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟୀ ଓ ଆମ ବସ୍ ଷ୍ଟାଣ୍ଡ ନୋଡାଲ କମିଟି ବୈଠକ ଅନୁଷ୍ଠିତ

masiha

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!