ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବନ୍ଧୁଗାଁ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ,୨- ବରିଷ୍ଟ ବିଜେଡି କର୍ମୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ , ୩- ବ୍ଲକ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା 

ବନ୍ଧୁଗାଁ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

ବନ୍ଧୁଗାଁ ତା,୨୧.୬.୧୦୨୬,ରବିବାର ସକାଳେ ବନ୍ଧୁଗାଁ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବ୍ଲକ ଯୋଗ ସଂଯୋଜକ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷକ ଙ୍କ ସହଯୋଗରେ ତାଲିମ ପ୍ରଦାନ କରିଥିଲେ । ଉକ୍ତ ଯୋଗାସନ ରେ ବନ୍ଧୁଗାଁ ସରପଞ୍ଚ ଉପସ୍ଥିତ ରହି ସୁସ୍ଥ ଶରୀର ପାଇଁ ଯୋଗର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ର ଓ ବନ୍ଧୁଗାଁ ପଞ୍ଚାୟତ ର ସରପଞ୍ଚ କାଡ୍ରାକା ଲଷ୍ମୀ ବନ୍ଧୁଗାଁ ବ୍ଲକର ନୀଲାଵାଡି,ଆଲମଣ୍ଡା କୁମ୍ଭାରି ପୁଟ ସହ ବନ୍ଧୁଗାଁ ପଞ୍ଚାୟତ ର ଗୃହ ଭିତରେ ବନ୍ଧୁଗାଁ ସରପଞ୍ଚଙ୍କ ସହ କିଛି ବୟସ୍କ ଓ ଯୁବକ ମାନେ ଉପସ୍ଥିତ ରହିବା ସହ ଅନେକ ସ୍ଥାନରେ ଯୋଗାଶନ କରି ସ୍ୱାସ୍ଥ୍ୟ କୁ ସୁସ୍ଥ ଶବଳ ରଖିବା ପାଇଁ ନିତି ଯୋଗାସନ କରୁଥିବା କର୍ମକର୍ତ୍ତା ଉପସ୍ଥିତ ରହି ଯୋଗାଭ୍ୟାସ କରିଥିବାର ପ୍ରାୟ ସ୍ଥାନରେ ଦେଖିବାକୁ ମିଳିଥିଲା I 

ବରିଷ୍ଟ ବିଜେଡି କର୍ମୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ 

ବନ୍ଧୁଗାଁ ତା ୨୦/୬/୨୬କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକ ବିଜେଡି ଦଳର ପୂର୍ବତନ ସମ୍ପାଦକ ଓ ବରିଷ୍ଟ କର୍ମୀ ଅଭିମନ୍ୟୁ ଭାଣ୍ଡି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ସେ ଅନେକ ଦିନ ହେବ ଦେହ ଅସୁସ୍ଥତା କାରଣରୁ ଝିଅ ମାନଙ୍କ ପାଖରେ ରହି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରି ଆସୁଥିଲେ। ପୁଣି କିଛି ମାସ ବ୍ୟବଧାନରେ ଡାକ୍ତରଙ୍କ ପାଖକୁ ଯାଇ ଅସୁସ୍ଥତା ପାଇଁ ପରୀକ୍ଷା କରି ଆସୁଥିଲେ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ଅଧିକ ଭଲ ଚିକିତ୍ସା କରିବା ପାରି ନଥିଲେ। ଅଳ୍ପ ଦିନ ତଳେ ଅଧିକ ଅସୁସ୍ଥତା ଅନୁଭବ ହେବାରୁ ବିଶାଖାପାଟଣାର ମେଡି କୋଭର ମେଡିକାଲରେ ଚିକିତ୍ସିତ ହେଉଥିଲେ। ଏଥି ପାଇଁ ବିଜେଡି କର୍ମୀ ମାନଙ୍କୁ ଚିଠି ଲେଖି ଆର୍ଥିକ ସହାୟତା ପାଇଁ ଅନୁରୋଧ କରିଥିଲେ। ମୃତ୍ୟୁ ବେକକୁ ପାଖରେ ଝିଅ, ଯୁହିଁ ଓ ସ୍ତ୍ରୀ ଉପସ୍ଥିତ ରହି ଥିଲେ। ଆସନ୍ତା କାଲି ସକାଳ ପରିବାର ପରିଜନ, ବିଜେଡି କର୍ମୀ, ନେତା ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ପରେ ଶବ ଦାହ କରାଯିବ। ସେ ବିଜେଡି ଦଳକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟ ଭୂମିକା ନିଭାଇଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କର୍ମୀ ମାନଙ୍କ ମଧ୍ୟରେ ଦୁଃଖ କରିବା ସହିତ ବିଜେଡି ଜଣେ ଆଗଧାଡ଼ିର କର୍ମୀକୁ ହରାଇ ବହୁତ କ୍ଷତି ହୋଇଛି।

ବ୍ଲକ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା 

ବନ୍ଧୁଗାଁ ତା ୧୮/୬/୨୬ ବନ୍ଧୁଗାଁ ବ୍ଲକ କାର୍ଯ୍ୟଳୟ ପରିସରରେ ବ୍ଲକ ସ୍ତରୀୟ ବିକାଶର ଧାରା ଓଡ଼ିଶା ସାରାର ତିନି ଦିନର କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ଵାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଓ ବିଜେପି ଦଳର ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ କୈଳାଶ ଚନ୍ଦ୍ର କୁଳେଶିକା, ବିଡିଓ ଅସିତ କୁମାର ମହାନ୍ତି , ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ବାଗ, ସିଡ଼ିପିଓ ଗୀତାଞ୍ଜଳୀ ମହାରଣା,ବିଜେପି ମଣ୍ଡଳ ପ୍ରଭାରୀ ଓ ବରିଷ୍ଟ କାର୍ଯ୍ୟକର୍ତ୍ତା ଶରତ ପାତ୍ର, ବିଜେପି ମଣ୍ଡଳ ସଭାପତି ଦାଶା ମେଲେକା, ଜୀତେନ୍ଦ୍ର ପିଡିକା ଓ କଂଗ୍ରେସ ବିଧାୟକ ପ୍ରତିନିଧି ଡି ଏଙ୍କାଟି ପ୍ରମୁଖ ଉପସ୍ଥିତ ରହି ଥିଲେ।ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ରେ ସଫଳତା ଓ ବିକାଶ ମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବିକାଶର ଧାରା ଓଡ଼ିଶା ସାରା ରେ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ପ୍ରଥମ ଦିନ ଅନୁଷ୍ଠିତ ହୋଇଯାଇଛି। ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଅତିଥି ମାନେ ସ୍ଥଳରେ ଥିବା ଷ୍ଟଲ ଗୁଡିକ ଉଦଘାଟନ କରିବା ସହିତ ବୁଲି ଦେଖି ଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ଜାତି ଜନଜାତି ବର୍ଗର ବୃଦ୍ଧବୃଦ୍ଧା, ଜନପ୍ରତିନିଧି, ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ରାଜ୍ଯ ସରକାରଙ୍କ ଶିକ୍ଷା, ପାନୀୟ ଜଳ, ସ୍ୱାସ୍ଥ୍ୟ, କୃଷି , ବାର୍ଦ୍ଧକ୍ୟ ଭତ୍ତା, ଶାରୀରିକ ଅକ୍ଷମ ଙ୍କୁ ସହାୟତା, ବର୍ଦ୍ଧିତ ଚାଉଳ ଯୋଗାଇବା,ଓ ଜନଜାତି କଲ୍ୟାଣ ଉପରେ ବିକାଶ ମୂଳକ କାମ ସମ୍ପର୍କରେ ଅବଗତ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ ଜନଜାତିର ଲୋକ ଙ୍କ ସହିତ ମତ ବିନିମୟ କରିବା ସହ ସରକାରଙ୍କ ଯୋଜନାର ସୁଫଳ ଓ ଭବିଷ୍ୟତ ବିକାଶ ସମ୍ପର୍କରେ ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମକୁ ବ୍ଲକ ୱି ଇ ଓ ଚନ୍ଦନ କୁମାର ସ୍ବାଇଁ ଅତି ସୁନ୍ଦର ଭାବରେ ପରିଚାଳନା କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ଉପସ୍ଥିତ ରହି ଥିଲେ।

 ସଞ୍ଜିବ କୁମାର ବାଙ୍ଗାରୀ

Related posts

ମକର ପାଇଁ ବିଜାତଳା ସାପ୍ତାହିକ ହାଟରେ ପ୍ରବଳ ଭିଡ଼

masiha

ଧର୍ମଗଡ଼: ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ 

masiha

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ: ଶିଳ୍ପୀଙ୍କ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!