ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋପାଳପୁର ବେଳାଭୂମିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସହ ଏସ୍ଆଇଆର୍ କାର୍ଯ୍ୟକ୍ରମ

ଗୋପାଳପୁର ବେଳାଭୂମିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସହ ଏସ୍ଆଇଆର୍ କାର୍ଯ୍ୟକ୍ରମ

ବ୍ରହ୍ମପୁର,ତା.୨୧/୦୬ ‘ଯୋଗ’ ଶରୀର, ମନ ଓ ଆତ୍ମାକୁ କରେ ସକାରାତ୍ମକ ଭାବେ ପ୍ରଭାବିତ l ‘ଯୋଗ’ କରେ ସଂଯୋଗ ଐଶ୍ଵରୀୟ ଚେତନା ସହିତ l ସମଗ୍ର ବିଶ୍ଵକୁ ଏକ ସୂତ୍ରରେ ବାନ୍ଧି ରଖିବାର ପ୍ରୟାସରେ ପ୍ରତିବର୍ଷ ପାଳନ କରାଯାଇଆସୁଥିବା ଅନ୍ତର୍ଜାତୀୟ ଯୋଗ ଦିବସର ମହତ୍ତ୍ବ ତଥା ମହତ ବାର୍ତ୍ତା ଆଜି ବିଶ୍ଵର କୋଣ ଅନୁକୋଣରେ ଗୁଞ୍ଜରିତ l ଏହି ପରିପ୍ରେକ୍ଷୀରେ ଗୋପାଳପୁର ବେଳାଭୂମି ପରି ଏକ ମନୋରମ ସ୍ଥାନରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସ l ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚ଼ନ ଅଧିକାରୀ ମନୋଜ ନାହାକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ଦିବସରେ ଯୋଗ ଦେଇ ବ୍ରହ୍ମପୁର ସବ୍ କଲେକ୍ଟର ଅବିନାଶ କୁମାର (ଆଇଏଏସ୍) ସାଂପ୍ରତିକ ସ୍ଥିତିରେ ‘ଯୋଗ’ର ଗୁରୁତ୍ୱ ସଂପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ l ନୀରୋଗ ଶରୀର, ସୁସ୍ଥ ମନ, ସୁସ୍ଥ ଜୀବନ, ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ନିୟମିତ ଯୋଗାଭ୍ୟାସ ଅବଶ୍ୟ କରଣୀୟ ବୋଲି ସେ କହିଥିଲେ l ଏଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍ ଆଇ ଆର୍) କାର୍ଯ୍ୟକ୍ରମ ସଂପର୍କରେ ମଧ୍ୟ ପ୍ରଚାରପ୍ରସାର ନିମନ୍ତେ ଉପସ୍ଥିତ ଜନସାଧାରଣଙ୍କୁ ସେ ପରାମର୍ଶ ଦେଇଥିଲେ l ଆନ୍ତରିକ ଭାବେ ସମ୍ମିଳିତ ପ୍ରଚେଷ୍ଟା ହିଁ ଏସ୍ଆଇଆର୍ କାର୍ଯ୍ୟକ୍ରମର ବ୍ୟାପକ ସଫଳତା ଦିଗରେ ଅଭିପ୍ରେତ ବୋଲି ସେ ଅଭିହିତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଅଲେଖ ରଞ୍ଜନ ମହାଙ୍କୁଡ଼ଙ୍କ ସମେତ ବହୁ ଅଧିକାରୀ, କର୍ମଚାରୀ ଏବଂ ଯୋଗପ୍ରେମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ନିଜ ନିଜର ଭୂମିକା ସୁଚାରୁରୂପେ ନିର୍ବାହ କରିଥିଲେ l

Related posts

Niyamagiri Dongoria Kandha women tie rakhi to CM and seek development intervention

Sunil Chandra Nayak

ବିଳରେ ରହିଛି ଧାନ ବର୍ଷା କୁ ଦେଖି ଚାଷୀ ଙ୍କ ଚିନ୍ତା 

masiha

ବାରିପଦା ଠାରେ “ସୁସ୍ଥ ନାରୀ, ସଶକ୍ତ ପରିବାର” ଅଭିଯାନ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!