ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କିଆପଦର ଗ୍ରାମ ଠାରେ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଥୁଆମୂଳ ରାମପୁର ୧୪/୫ – ମ.ନି.ସ:– କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର ଗ୍ରାମ ଠାରେ ଚାଲିଥିବା ଗ୍ରାମାଞ୍ଚଳ କ୍ରିକେଟ ଖେଳ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଶନିବାର ଦିନ ଅନୁଷ୍ଠିତ ଫାଇନାଲ ଖେଳ ଦେଦୋର ଓ ଡାଲଗୁମା କ୍ରିକେଟ ଦଳଙ୍କ ମଧ୍ୟ ରେ ଫାଇନାଲ ଖେଳ ହୋଇଥିବାବେଳେ ଡାଲଗୁମା କ୍ରିକେଟ ଟିମ୍ ଚାମ୍ପିଅନ ହୋଇଥିଲା କିନ୍ତୁ ଏଥିରେ ଦେଦୋର ଟିମ୍ ପରାଜିତ ହୋଇଥିଲା। ବିଜୟୀ ଲାଭ କରିଥିବା ଡାଲଗୁମା କ୍ରିକେଟ ଦଳକୁ ୭୦୦୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଫାଇନାଲ ଖେଳରେ ପରାଜିତ ଦେଦୋର କ୍ରିକେଟ ଟିମ୍ କୁ ୫୦୦୦ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା। ଏହି ଟୁର୍ଣ୍ଣାମେଟ୍ ରେ ୩୨ ଟି ଦଳ ଅଂଶଗ୍ରହଣ କରିଥିଲେ କିଆପଦର ଗାଁ ର ଜୟପ୍ରକାଶ ଖେଳ ପଡିଆ ଠାରେ ଖେଳ ଅନୁଷ୍ଠିତ ହୋଇଥିଲା ସାପମଣ୍ଡି ଯୁବକ ସଂଘ ପକ୍ଷରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ। ଫାଇନାଲ ମ୍ୟାଚ୍ଚର ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କିଆପଦର ଗ୍ରାମପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ଲକିଧର ମାଝୀ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ସରଞ୍ଜିନୀ ମାଝୀ ଯୋଗାଣା ସହାୟକ କୃଷ୍ଣ ଚନ୍ଦ୍ର ଦୋଲେଇ ପ୍ରମୁଖ ଯୋଗଦେଇଥିବା ବେଳେ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା ଉପସ୍ଥିତ ରହି କ୍ରିକେଟ ଖେଳକୁ ଉପଭୋଗ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଜାତୀୟ ଖାଦ୍ୟ ସୁରକ୍ଷା ରେଙ୍କିଙ୍ଗ: ପ୍ରଥମ ସ୍ଥାନରେ ଓଡିଶା

ମର୍ମନ୍ତୁଦ ସଡକ ଦୁର୍ଘଟଣା , ଗଛକୁ ଧକ୍କା ଦେଲା ଦ୍ରୁତଗାମୀ କାର

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ।। ଦଗ୍ଧ ଏ ହୃଦତଳେ ।।

Sunil Chandra Nayak

Leave a Comment

error: Content is protected !!