ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାପାଲି ଓ ଗଣ୍ଡାଵାହାଲିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ 

ସିନାପାଲି ଓ ଗଣ୍ଡାଵାହାଲିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ 

ସିନାପାଲି:୨୧/୦୬- ନୂଆପଡ଼ା ଜିଲ୍ଲା ସିନାପାଲି ଓ ଗଣ୍ଡାବାହାଲି ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି ା ସିନାପାଲି ବ୍ଲକ ପ୍ରଶାସନ, ପତଞ୍ଜଳି ଯୋଗ ସମିତି ଓ ଗାୟତ୍ରୀ ଶକ୍ତିପୀଠର ମିଳିତ ଉଦ୍ଯମରେ ସିନାପାଲି ଗାୟତ୍ରୀ ଶକ୍ତି ପୀଠ ଠାରେ ଆୟୋଜିତ ଏହି ବ୍ଲକ ସ୍ତରୀୟ ଯୋଗ ସମାବେଶରେ ଯୋଗ ସମିତିର ସଂପାଦକ ନବୀନଚଂଦ୍ର ମେହେର ସ୍ୱାଗତ କରିଥିଲେ ା କାର୍ଯ୍ଯକ୍ରମକୁ ତହସିଲ ପ୍ରଭାରୀ ହୃଷିକେଶ ମେହେର ପରିଚାଳନା କରିଥିବା ବେଳେ ଅତିଥି ଭାବରେ ଏବିଡ଼ିଓ ସୁବ୍ରତ କୁମାର ପରିଡା, ବିଏସଏସଓ ହରେକୃଷ୍ଣ ନାଏକ, ସହବିଏସଏସଓ ଓମପ୍ରକାଶ ମାଝୀ, ଡବ୍ଲୁଇଓ ସୁନୀଲ ସାମଲ, ଜୁନିଅର ଇଞ୍ଜିନିୟର ଲିଲେଶ୍ୱର ମାଝୀ, ପୂର୍ଣ୍ଣଚଂଦ୍ର ମେହେର, ତୁଳସୀରାମ ମେହେର, ମନିଷ ପଟେଲ, ତ୍ରିନାଥ ମେହେର, ପ୍ରିୟରଞ୍ଜନ ମେହେର, ନନ୍ଦକୁମାର ପାତ୍ର, ଖୁସିରାମ ମେହେର,ବଂଶୀଧର ଜଗତ, ରାଜେଶ ଅଗ୍ରୱାଲ, ତରୁଣ କୁମାର ମେହେର ଓ ଯୋଗାଗୁରୁ ଭାବରେ ତ୍ରିନାଥ ମେହେର ଯୋଗଦେଇଥିଲେ l ସେହିପରି ଗଣ୍ଡାଵାହାଲି ହାଇସ୍କୁଲ ପଡ଼ିଆ ଠାରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତତ୍ତ୍ଵାଵଧାନରେ ସ୍ଥାନୀୟ ହାଇସ୍କୁଲ, ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀ ତଥା ଜନସାଧାରଣଙ୍କୁ ନେଇ ଅନୁଷ୍ଠିତ ଯୋଗ ଶିବିରରେ ମୁଖ୍ୟ ଅତିଥି ଭାବରେ ଗଣ୍ଡାଵାହାଲି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଡ.ଵିଦ୍ୟାଭୁଷଣ ବାରିକ , ସମ୍ମାନିତ ଅତିଥି ଭାବେ ପ୍ରଧାନ ଶିକ୍ଷକ ଜଗନ୍ନାଥ ସେଠୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମସାଗର ସାହୁ ଯୋଗଦାନ କରିଥିଲେ l ଯୋଗାଗୁରୁ ଭାବରେ ଦ୍ରୋଣେଶ୍ଵର ଜଗତ ଏଵଂ ଗୀତାଞ୍ଜଳୀ ମେହେର ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଗୁପ୍ତେଶ୍ୱର ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ବିଜ୍ଞାନ ଶିକ୍ଷକ କୈଳାସ ଚନ୍ଦ୍ର ଦାସ ଯୋଗ ଦିବସ ଅବସରରେ ହୋଇଥିବା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କ ପୁରସ୍କାର ବିତରଣ କାର୍ଯ୍ୟକ୍ରମରକୁ ପରିଚାଳନା କରିଥିଲେ । ଉଭୟ କାର୍ଯ୍ୟକ୍ରମରେ ସାଂପ୍ରତିକ ସମୟରେ ଶାରୀରିକ ଓ ମାନସିକ ସନ୍ତୁଳନ ବଜାୟ ରଖିବାରେ ପ୍ରତ୍ଯେକଙ୍କ ପାଇଁ ଯୋଗର ଆବଶ୍ଯକତା ରହିଥିବା ମତ ପ୍ରକାଶ ପାଇଥିଲା l

ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ୍ 

Related posts

ଉତ୍କଳଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ଶିବିର 

masiha

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ନେଇ ଧର୍ମଗଡ଼ ରେ ଶୋକସଭା

masiha

ବରିଷ୍ଠ ନାଗରିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ 

Sunil Chandra Nayak

Leave a Comment

error: Content is protected !!