ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଣ୍ଣାଟକ ଠାରେ ଚାଲିଥିବା ଜାତୀୟ ଯୁବ ମହୋତ୍ସବ ରେ ନୂଆପଡ଼ା ଯୁବକଙ୍କ “ଧୁମ୍”

 ସଂପ୍ରତି କର୍ଣ୍ଣାଟକ  ରାଜ୍ୟ ଧରୱାଡ ଜିଲ୍ଲା ରେ ଚାଲିଥିବା 26 ତମ ଜାତୀୟ ସ୍ତରୀୟ ଯୁବ ମହୋତ୍ସବ ରେ ଓଡ଼ିଶା ସାଂସ୍କୃତିକ ଦଳର ନେତୃତ୍ୱ ନେଲେ ନୂଆପଡ଼ା ର ଯୁବକ । ନେହେରୁ ଯୁବ କେନ୍ଦ୍ର ନୂଆପଡ଼ା ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ଆଶିଷ ଠାକୁରଙ୍କ ତ୍ଵତ୍ୱାବଧାନ ରେ ଏଥିରେ ଭାଗ ନେବାକୁ ଯାଇଥିବା ନୂଆପଡ଼ା ଜିଲ୍ଲା ଯୁବ ପ୍ରତିଭା ଶ୍ରୀ ପବିତ୍ର ମହାନନ୍ଦ ଓ ଭଞ୍ଜକିଶୋର ନାୟକ ଜାତୀୟ ସ୍ତରରେ ଓଡ଼ିଶା କୁ ପ୍ରତିନିଧିତ୍ଵ କରି ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛନ୍ତି। ଧରୱାଡ ଠାରେ ଚାଲିଥିବା 26 ତମ ଯୁବ ମହୋତ୍ସବ ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯାଉଥିବା ପ୍ରତିଯୋଗୀ ମାନଙ୍କୁ ନେଇ ଏକ ଦଳ ଗଠନ କରି ସେଠାରେ ଓଡ଼ିଶାର ଆଦିବାସୀ ଲୋକ ପରମ୍ପରା କୁ ଦର୍ଶେଇ ଏକ ଅଭିନୟ ଓ ଲୋକନୃତ୍ୟ ପରିବେଷଣ କରିଥିଲେ। ଏହି ଦଳରେ ବରଗଡ଼ ଜିଲ୍ଲାର ଆଶୀର୍ବାଦ ମହାପାତ୍ର, କଳାହାଣ୍ଡି ଜିଲ୍ଲାର ଶ୍ରୀ ନବିନ ସାହୁ , ସମ୍ବଲପୁର ଜିଲ୍ଲାର ପ୍ରତାପ ସିଂ ଦେଓ ଏବଂ ଅନ୍ୟ ଜିଲ୍ଲାରୁ 16 ଜଣିଆ ଗୋଟିଏ ଦଳ ଏହୀ କାର୍ଯକ୍ରମ ରେ ସାମିଲ ଥିଲେ । ଶ୍ରୀ ମହାନନ୍ଦ ଙ୍କ ନେତୃତ୍ୱ ହୋଇଥିବା ଏହି କାର୍ଯ୍ୟକ୍ରମ ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ହେବା ପରେ ନୂଆପଡ଼ା ଜିଲ୍ଲା ରେ ଖୁସିର ଲହରୀ ଖେଳି ଯାଇଛି।

ମସିହା ନିଉଜ ସର୍ଭିସ୍ 

Related posts

ବାବାସାହେବଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

ନିଆଁ ଲାଗି ୫ ଏକରଚାଷ ଜମି ର ପନିପରିବା ଓ ଡାଲି ଜାତୀୟ ଫସଲ ନଷ୍ଟ 

Sunil Chandra Nayak

Leave a Comment

error: Content is protected !!