ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ରାଉରକେଲା, ୨୧ ଜୁନ୍ ୨୦୨୬: ରାଉରକେଲା ମହାନଗର ନିଗମ ତରଫରୁ ଯୋଗ ମହୋତ୍ସବ ସମିତି, ରାଉରକେଲା ମହାନଗର ସହଯୋଗରେ ସ୍ଥାନୀୟ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ୫୦୦ରୁ ଉର୍ଦ୍ଧ୍ଵ ଲୋକ ସମବେତ ହୋଇ ଯୋଗାଭ୍ୟାସ କରିଥିଲେ। 

 ଏହି କାର୍ଯ୍ୟକ୍ରମରେ ମାନ୍ୟବର ରାଉରକେଲା ବିଧାୟକ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ, ମାନ୍ୟବର ବିଧାୟକ ରଘୁନାଥପାଲି ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀ ଉପସ୍ଥିତ ରହି ବିଶ୍ୱକୁ ଭାରତ ଦେଇଥିବା ଉପହାର ମଧ୍ୟରେ ଯୋଗ ଅନ୍ୟତମ ବୋଲି କହିବା ସହ ସବୁ ବର୍ଗର ଲୋକଙ୍କୁ ସୁସ୍ଥ ରଖିବାରେ ଯୋଗ ଆଜି ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଥିଲେ। ଏହା ସହ ଏକ ସୁସ୍ଥ ଜୀବନଶୈଳୀ ପାଇଁ ଦୈନନ୍ଦିନ ଜୀବନରେ ଯୋଗ ନିତାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ। 

ଏଥିରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍, ରାଉରକେଲା ବନଖଣ୍ଡ ଅଧିକାରୀ ଶ୍ରୀ ରବି ମୀନା, ରାଉରକେଲା ମହାନଗର ନିଗମ ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଶ୍ରୀଯୁକ୍ତ ତରୁଣ କାନ୍ତ, ସହକାରୀ ଆୟୁକ୍ତ ଅଜିତ କୁମାର ପଟ୍ଟନାୟକ, ପାନପୋଷ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ ମଲ୍ଲିକ, ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୋଏଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ

Sunil Chandra Nayak

NAC ତାଲିକାରୁ ଖଇରା ବାଦ୍, ଦୃଢ ନିନ୍ଦା କଲେ ଯୁବନେତା ଇଂ. ରାଜେଶ ମୋହକୁଡ 

masiha

ଓଡିଶା ଅମଲା ସଂଘର ସପ୍ତଦଶ ରାଜ୍ୟ ସମ୍ମିଳନୀ ଉଦଯାପିତ 

Leave a Comment

error: Content is protected !!