ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱପ୍ନେଶ୍ୱର ମଣ୍ଡଳସ୍ଥିତ ଗୋବର୍ଦ୍ଧନପୁରଠାରେ ଯୁବମୋର୍ଚ୍ଚା ପକ୍ଷରୁ” ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ 

ସ୍ୱପ୍ନେଶ୍ୱର ମଣ୍ଡଳସ୍ଥିତ ଗୋବର୍ଦ୍ଧନପୁରଠାରେ ଯୁବମୋର୍ଚ୍ଚା ପକ୍ଷରୁ” ମା ପାଇଁ ଗଛଟିଏ ” କାର୍ଯ୍ୟକ୍ରମ 

ଜଳେଶ୍ଵର,୨୩/୬-(ମନିସ)-କେନ୍ଦ୍ରସରକାରଙ୍କ ୧୨ବର୍ଷ ଓ ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ ଓ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତର ବାଲେଶ୍ଵର ଜିଲ୍ଲା ସଭାପତି ଆଇନଜୀବି ଫାଲଗୁନି ପାଣିଗ୍ରାହୀଙ୍କ ଉପସ୍ଥିତିରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସ୍ୱପ୍ନେଶ୍ୱର ମଣ୍ଡଳସ୍ଥିତ ଗୋବର୍ଦ୍ଧନପୁରଠାରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା “ମା ପାଇଁ ଗଛଟିଏ” ଅଭିଯାନରେ ସାମିଲ ହୋଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଅଳକା ଜେନା ପରିଚାଳନା କରିଥିବା ବେଳେ ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସତ୍ୟବ୍ରତ ପଣ୍ଡା, ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ରାମକୃଷ୍ଣ ମାଝୀ, ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦୁର୍ଗାଶଙ୍କର ଜେନା, ପ୍ରଭାକର ନାଥ, ବିଶ୍ୱନାଥ ମହାନ୍ତି, ଜିତାଂଶୁ ନାଥ, ସତ୍ୟସାଧନ ନାଥ, ରତନ ନାଥ, ସଦାଶିବ ଜେନା, ସଞ୍ଜୟ ନାଥ, ଧରଣୀ ଜେନା, ବିବେକ ଜେନା, ଦିଲ୍ଲୀପ ଜେନା, ସାଗର ନାଥ, ଗୁଗୁଲୁ ଜେନା, ଲକ୍ଷ୍ମୀ ଜେନା, ଶ୍ରୀଧର ବେହେରା, ଶିଶିର ଜେନା ମନୋଜ ବଡୁ, ଶ୍ରବଣ ନାଥ,ରାଜା ଜେନା, ନରୋତ୍ତମ ନାଥ ପ୍ରମୁଖ ଉପସ୍ଥିତ ଥିଲେ।ଗଛ କେବଳ ପରିବେଶର ସନ୍ତୁଳନ ରକ୍ଷା କରେ ନାହିଁ, ଏହା ଆମ ଆଗାମୀ ପିଢ଼ି ପାଇଁ ସୁସ୍ଥ ଓ ସବୁଜ ଭବିଷ୍ୟତର ଭିତ୍ତି ସ୍ଥାପନ କରେ। ଆମେ ସମସ୍ତେ ନିଜ ମା’ଙ୍କ ସମ୍ମାନରେ ଗୋଟିଏ ଗଛ ଲଗାଇ ପରିବେଶ ସୁରକ୍ଷାର ଏହି ମହାନ ଅଭିଯାନକୁ ସଫଳ କରିବାକୁ ଜିଲ୍ଲା ସଭାପତି ଶ୍ରୀ ପାଣିଗ୍ରାହୀ ବକ୍ତବ୍ୟ ମାଧ୍ଯମରେ ସମସ୍ତଙ୍କୁ ନିବେଦନ କରିଥିଲେ l

Related posts

ଧରାକୋଟ ରେ ଧାନ ମଣ୍ଡି ଉଦ୍ଘାଟିତ 

masiha

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଙ୍କ ଉଦ୍ୟମ ରେ ଜିଲ୍ଲା ଶିକ୍ଷାବ୍ୟବସ୍ଥା ସୁଧୃଢ଼ ହେବା ରେ ଲାଗିଛି

Sunil Chandra Nayak

କଳା ବ୍ୟାଜ୍ ପିନ୍ଧି କାର୍ଯ୍ୟରେ ଯୋଗ ଦେଲେ ପିଇଓ

Sunil Chandra Nayak

Leave a Comment

error: Content is protected !!