ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ ଅଭିଯାନ’ ସଚେତନତା ରାଲି 

ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ ଅଭିଯାନ’ ସଚେତନତା ରାଲି 

ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଦ୍ୱାରା ନିର୍ଦ୍ଦେଶିତ ନିଶାମୁକ୍ତ ଭାରତ ଅଭିଯାନ-2026 ର ପାଳନ ଅବସର ରେ 23.06.2026 ତାରିଖ ରେ ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ ଅଭିଯାନ’ ସଚେତନତା ରାଲି ଆୟୋଜିତ ହୋଇ ଯାଇଛି l ଚଳିତ ବର୍ଷ ଏହି ଅଭିଯାନ ପାରିପାଳନ ତା-17.6.2026 ରୁ ଆରମ୍ଭ ହୋଇ ୨୬.୦୬.୨୦୨୬ ତାରିଖରେ ‘ଆନ୍ତର୍ଜାତୀୟ ମାଦକ ଦ୍ରବ୍ୟ ଦୁର୍ବ୍ୟସନ ଓ ଅବୈଧ ଚାଲାଣ ବିରୋଧୀ ଦିବସ’ ପାଳନ ସହ ପରିସମାପ୍ତି ହେବ l ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ୧୭.୦୬.୨୦୨୬ ରୁ ୨୬.୦୬.୨୦୨୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକର ସମନ୍ୱୟ ରେ ବିଭିନ୍ନ ସଚେତନତା କାର୍ୟକ୍ରମ ଆୟୋଜନ କରାଯାଉଛି। ଏହି ବର୍ଷର ଥିମ୍ “ନଶା ମୁକ୍ତ ଭାରତ ଅଭିଯାନ, ବିକସିତ ଭାରତ କି ପହେଚାନ” ରହିଛି।

ଏହି ପରିପ୍ରେକ୍ଷିତରେ ଆଜି ଭବାନୀପାଟଣାରେ ‘ନଶା ମୁକ୍ତ ଭାରତ’ ସଚେତନତା ରାଲି ଆୟୋଜିତ ହୋଇଥିଲା। ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମହୋଦୟ ଓ ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ରଞ୍ଜନ ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ସଚେତନତା ରାଲିରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ମାଦକ ବିରୋଧୀ ସନ୍ଦେଶ ପ୍ରଚାର କରିଥିଲେ। କାର୍ୟକ୍ରମଟି ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ , କଳାହାଣ୍ଡି ଶ୍ରୀ ଦିନେଶ କୁମାର କନ୍ହରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। କାର୍ୟକ୍ରମର ସଫଳ ବ୍ୟବସ୍ଥାପନା ପାଇଁ DSSO ଓ DDRC ର କର୍ମଚାରୀମାନେ ସହଯୋଗ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ପ୍ରକୃତି ବନ୍ଧୁ ପୁରସ୍କାର ପାଇବେ ରାହୁଲ ତାଣ୍ଡି (ଛବି) 

ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନ ଙ୍କ ୯୧ ତମ ଜୟନ୍ତୀ

Sunil Chandra Nayak

ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ ଦରଖାସ୍ତ

Sunil Chandra Nayak

Leave a Comment

error: Content is protected !!