ରାୟ ମଉସାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ରାଉରକେଲା: ଇସ୍ପାତ ଫିଟନେସ ପାଥ୍ ର ସଭାପତି ବର୍ଷିଆନ ନିମାଇଁ ଚରଣ ରାୟ ଓରଫ ରାୟ ମଉସା ଙ୍କ ବିୟୋଗରେ ଫିଟନେସ ପାଥ୍ ପରିସରରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ମୃତ୍ୟୁ ବେଳକୁ ୯୮ ବର୍ଷ ହୋଇଥିଲା। ସଦାସର୍ବଦା ଚଳଚଞ୍ଚଳ,ହସହସ ମୁହଁ,ପରକୁ ଆପଣାର କରିପାରୁଥିବା ବ୍ୟବହାର ତାଙ୍କର ଅନନ୍ୟ ଗୁଣ ଥିଲା। ପାଥ୍ ର ସଂପାଦକ ଅକ୍ଷୟ ରାଉତଙ୍କ ଆବାହକରେ ଆୟୋଜିତ ଏହି ସଭାରେ ଦୈନିକ ଫିଟନେସ ପାଥ୍ କୁ ଆସୁଥିବା ବ୍ୟକ୍ତିବିଶେଷ ରାୟ ମଉସାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଅମାୟିକ ଗୁଣ କୁ ବର୍ଣ୍ଣନା କରି ଭାବ ବିହ୍ୱଳିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ବାର୍ଦ୍ଧକ୍ୟ ଜନିତ ମୃତ୍ୟୁ ହୋଇଥିଲେ ହେଁ ସହଜରେ କେହି ଏହାକୁ ଗ୍ରହଣ କରି ପାରିନଥିଲେ। ୧୯୯୦ ମସିହାରୁ ରାଉରକେଲା ଆସିଥିବା ରାୟ ମଉସା ୧୯୨୮ ମସିହା ଜାନୁଆରୀ ୧୮ ତାରିଖରେ ଯାଜପୁର ଜିଲ୍ଲାର କାଇପଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଗୋଟିଏ ପୁଅ ପ୍ରଶାନ୍ତ କୁମାର ରାୟ, ପୁତ୍ରବଧୂ ମିନତୀ ରାୟ,୪ଝିଅ ପ୍ରତିଭା, ତିଳିମା, ଅନିମା, ମିନର୍ଭା ଓ ଜ୍ୱାଇଁ ରଜନୀକାନ୍ତ ଜେନା, ସନ୍ତୋଷ କୁମାର ନାୟକ,ଶୈଳେନ୍ଦ୍ର ରାଉତ, ଅର୍ଜୁନ ଧଳଙ୍କ ସମେତ ନାତି ନାତୁଣୀ ପ୍ରମୁଖଙ୍କୁ ଛାଡ଼ି ଯାଇଛନ୍ତି। ରାୟ ମଉସାଙ୍କ ମୃତ୍ୟୁ ଖବର ପାଇ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ,ଡା କୃପାସିନ୍ଧୁ ନାୟକ, ପ୍ରଶାନ୍ତ ସେଠୀ, ଆରଏସପି ଅଫିସର ଆସୋସିଏସନର ସଭାପତି ଅବକାଶ ବେହେରା, ଅଜୟ ପୁଜାରୀ, ଡ଼ଃ ସୁମନ ଦତ୍ତ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଏକ ପଟୁଆରରେ ତାଙ୍କ ମରଶରୀରକୁ ଫିଟନେସ ପାଥ୍ କୁ ଅଣାଯାଇ ସେ ବସୁଥିବା ନିର୍ଦ୍ଧିଷ୍ଟ ସ୍ଥାନରେ ରଖାଯାଇ ପରେ ଶୋଭାଯାତ୍ରାରେ ବେଦବ୍ୟାସ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁତ୍ର ପ୍ରଶାନ୍ତ ମୁଖାଗ୍ନି ଦେଇଥିଲେ। ସେହିପରି ଫିଟନେସ ପାଥ୍ ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିମଳ,ସୁମନ, ଅବକାଶ, ଜ୍ଞାନରଞ୍ଜନ, ଚିତ୍ତରଞ୍ଜନ, ନିହାର ରଞ୍ଜନ, ପି ବିଜୟନ,ଡିମ୍ପଲ, ରାଜୁ, ଚନ୍ଦ୍ର କୁମାର,ସନ୍ତୋଷ, ବିକାଶ, ପ୍ରଦୀପ,ମନୋରଞ୍ଜନବ ,ଅଲେଖ, ପ୍ରଫୁଲ୍ଲ, ପ୍ରସନ୍ନ, କୈଳାଶ, ବିଷ୍ଣୁ,ରୋମାଞ୍ଚ, ତାରାକାନ୍ତ,ରଘୁ, ବିବେକାନନ୍ଦ, କୁଞ୍ଜବିହାରୀ ପ୍ରମୁଖ ଶତାଧିକ ବ୍ୟକ୍ତି ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ତାଙ୍କ ସ୍ମୃତିଚାରଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

