ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନାଚକ୍ର 

ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନାଚକ୍ର 

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ତରଫରୁ ମାସିକ ସାରସ୍ଵତ ସମାବେଶରେ ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନାଚକ୍ର ଓ ରଜମଉଜ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ସାରନଗରୀ ସ୍ଥିତ ଚିନ୍ମୟ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଶାଖାର କାର୍ଯ୍ୟକାରୀ ସଭାପତି ତଥା ଏକାଡେମୀ ର ନିର୍ଦ୍ଦେଶକ ତ୍ରିନାଥ ଦାଶ ମୋହିନୀ ଙ୍କ ସଭାପତିତ୍ବ ଓ ସହ ସମ୍ପାଦିକା ଶ୍ବେତାଲିନା ଶତପଥୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ରୁକ୍ମିଣୀ ସାହୁ ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ଦେବବ୍ରତ ପଟ୍ଟନାୟକ ବିଷୟ ବିଶେଷଜ୍ଞ ଓ ଶିକ୍ଷାବିତ ବିଜୟ କୁମାର ମିଶ୍ର ଓ ଶ୍ରୀନାଥ ଚନ୍ଦ୍ର ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ ଆମ ପରମ୍ପରାରେ ରଜ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ରଜପର୍ବ ଓଡ଼ିଶାର ଏକ ଗଣପର୍ବ ତଥା ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସମସ୍ତେ ମିଳିତ ପ୍ରୟାସ କରିବାକୁ ଆହ୍ବାନ ଦେଇଥିଲେ। ଏହି ପର୍ବ ଉତ୍କଳୀୟ ଅସ୍ମିତା ର ଅନନ୍ୟ ନାମ। ଶାରୀରିକ ଓ ମାନସିକ ବିଶ୍ରାମର ପର୍ବ ରଜ। ପ୍ରକୃତି,ମା ମାଟିକୁ ସମ୍ମାନ ଦେବା ଏହି ପର୍ବର ଲକ୍ଷଣ। ମାଟି ସହ ଆକାଶର ମହା ମିଳନ ହିଁ ରଜ। ଭାଇଚାରା,ସ୍ନେହ, ବଂଧୁତ୍ବ , ଭକ୍ତି ଓ ଶକ୍ତିର ପ୍ରତୀକ ହେଉଛି ରଜ ପର୍ବ ବୋଲି ଅତିଥି ମାନେ ମତ ରଖିଥିଲେ। ପ୍ରାରମ୍ଭରେ ଉପସଭାପତି ସୁବାସ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସଭାପତି ଶ୍ରୀ ମୋହିନୀ ସଭାପତିତ୍ବ ଅଭିଭାଷଣ ସହ ଆଲୋଚ୍ୟ ପ୍ରସଙ୍ଗରେ ବକ୍ତବ୍ୟ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟ ସହ ସମ୍ପାଦିକା ଶୁଚିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ରଜ ମଉଜ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଦେବବ୍ରତ ପଟ୍ଟନାୟକ,ପ୍ରତ୍ୟୁଷା ମିଶ୍ର, ଲକ୍ଷ୍ମୀପ୍ରିୟା ସାହୁ, ଆରତୀ ବେହେରା, ବୀଣାପାଣି ସାହୁ,ପ୍ରଭାତୀ ନାୟକ, ସୈ।ଦାମିନୀ ମହାକୁଳ,ବିଜୟ କୁମାର ମିଶ୍ର, ଶ୍ରୀନାଥ ଚନ୍ଦ୍ର ନାୟକ, ରୁକ୍ମିଣୀ ସାହୁ, କୁଞ୍ଜବିହାରୀ ରାଉତ,ଶ୍ବେତଲିନା ଶତପଥୀ ଓ ଶୁଚିସ୍ମିତା ପଣ୍ଡା ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ ସାଧାରଣ ସମ୍ପାଦକ ମନୋଜ କୁମାର ଚୈ।ଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଶାନ୍ତନୁ ମୁଦାଲି, ଆଦିତ୍ୟ କୁମାର ଷଡଙ୍ଗୀ, ପ୍ରତିଭା ଦାଶ ମୋହିନୀ, ଗୀତାଞ୍ଜଳି ମହାରଣା, ସରିତା ସିଂ,ମାଧୁରୀ ପ୍ରଧାନ,ରୀତାରାଣୀ ପ୍ରଧାନ, ସୁନିତା ସାହୁ, ପ୍ରଭଞ୍ଜନ ମିଶ୍ର, ଅନ୍ନପୂର୍ଣ୍ଣା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସର୍ବନିମ୍ନ ଇପିଏଫ ପେନସନ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବୀ 

masiha

ନର୍ଲାକୁ ଏନଏସି ମାନ୍ୟତା ମିଳିବାରୁ ଉତ୍ସବ ମୁଖର ନର୍ଲା ସହର 

masiha

ଆଦି କର୍ମଯୋଗୀ ଅଭିଯାନ କାର୍ଯ୍ୟକ୍ରମ ର ଜିଲ୍ଲା ପ୍ରକ୍ରିୟା ପ୍ରୟୋଗଶାଲା ତିନି ଦିନିଆ ଆବାସିକ ପ୍ରଶିକ୍ଷଣ ସମାପନ

Sunil Chandra Nayak

Leave a Comment

error: Content is protected !!