ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିପଡା ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରୁପ୍ରା, ୨୮/୫ (ମନିସ ) : ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ବାଲିପଡ଼ା ଠାରେ ପାଳିତ ହୋଇ ଆସୁଥିବା ଦୁର୍ଗାପୂଜା ଚଳିତ ବର୍ଷ ୫୦ତମ ବର୍ଷ ରେ ପଦାର୍ପଣ କରିବାକୁ ଯାଉଛି, ତେଣୁ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଅଧ୍ୟକ୍ଷ ତଥା ଭାନପୁର ସରପଞ୍ଚ ଓ ନର୍ଲାବ୍ଲକ୍ ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଦୂର୍ଗା ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବଣିକ ସଂଘ ବାଲିପଡ଼ା ପୂଜାର ପରିଚାଳନା ଦାୟିତ୍ଵ ନିର୍ବାହ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ପଞ୍ଚାୟତ ଅଧିନ ସମସ୍ତ ଜନସାଧରଣ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ଦୁର୍ଗା ପୂଜାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ବହୁ ଆଡମ୍ବରରେ ଓ ଶାନ୍ତିପୂର୍ଣ୍ଣ ବାତାବରଣରେ ମଧ୍ୟରେ ଜଗତଜନନୀ ମା’ ଦୁର୍ଗା ଙ୍କର ନବ ରାତ୍ର ପୂଜା ପାଳନ କରିବା ପାଇଁ ସମସ୍ତ ଜନ ସାଧାରଣ ମତ ପ୍ରକାଶ କରିଥିଲେ । ଏହା ବ୍ୟତୀତ କଳସଯାତ୍ରା ଏବଂ ପ୍ରତ୍ୟେକ ରାତ୍ର ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ମାଦୁର୍ଗାଙ୍କର ଅନ୍ନ ଭୋଗ ସେବନର ବ୍ୟବସ୍ଥା କରାଯାଇଛି । ବିଶେଷ ଆକର୍ଷଣ ମିନା ବଜାରର ବ୍ୟବସ୍ଥା କରାଯାଇଥିବା କମିଟି ତରଫରୁ ସୂଚନା ପ୍ରଦାନ କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବ ବିଜାଘାଟିର କାଲିଆମାଳି ପାହାଡ 

masiha

ଶ୍ରୀ ଉଗ୍ରତରା ପଡ଼ିଆରେ ରାୟଗଡ଼ ବ୍ଲକ ସ୍ତରୀୟ ଚଇତି ଅନୁଷ୍ଠିତ

Sunil Chandra Nayak

ଅତିରୁ ଅତିପ୍ରବଳ ବର୍ଷା ଆଶଙ୍କାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!