ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିପଡା ଦୁର୍ଗାପୂଜାର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ରୁପ୍ରା, ୨୮/୫ (ମନିସ ) : ନର୍ଲା ବ୍ଲକ୍ ଭାନପୁର ପଞ୍ଚାୟତ ଅଧିନ ବାଲିପଡ଼ା ଠାରେ ପାଳିତ ହୋଇ ଆସୁଥିବା ଦୁର୍ଗାପୂଜା ଚଳିତ ବର୍ଷ ୫୦ତମ ବର୍ଷ ରେ ପଦାର୍ପଣ କରିବାକୁ ଯାଉଛି, ତେଣୁ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଅଧ୍ୟକ୍ଷ ତଥା ଭାନପୁର ସରପଞ୍ଚ ଓ ନର୍ଲାବ୍ଲକ୍ ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଦୂର୍ଗା ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବଣିକ ସଂଘ ବାଲିପଡ଼ା ପୂଜାର ପରିଚାଳନା ଦାୟିତ୍ଵ ନିର୍ବାହ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ପଞ୍ଚାୟତ ଅଧିନ ସମସ୍ତ ଜନସାଧରଣ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ । ଦୁର୍ଗା ପୂଜାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ବହୁ ଆଡମ୍ବରରେ ଓ ଶାନ୍ତିପୂର୍ଣ୍ଣ ବାତାବରଣରେ ମଧ୍ୟରେ ଜଗତଜନନୀ ମା’ ଦୁର୍ଗା ଙ୍କର ନବ ରାତ୍ର ପୂଜା ପାଳନ କରିବା ପାଇଁ ସମସ୍ତ ଜନ ସାଧାରଣ ମତ ପ୍ରକାଶ କରିଥିଲେ । ଏହା ବ୍ୟତୀତ କଳସଯାତ୍ରା ଏବଂ ପ୍ରତ୍ୟେକ ରାତ୍ର ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ମାଦୁର୍ଗାଙ୍କର ଅନ୍ନ ଭୋଗ ସେବନର ବ୍ୟବସ୍ଥା କରାଯାଇଛି । ବିଶେଷ ଆକର୍ଷଣ ମିନା ବଜାରର ବ୍ୟବସ୍ଥା କରାଯାଇଥିବା କମିଟି ତରଫରୁ ସୂଚନା ପ୍ରଦାନ କରିଛନ୍ତି।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଟୁନା ପଣ୍ଡାଙ୍କ ନିମନ୍ତେ ଖେଳାଳିଙ୍କ ଶ୍ରଦ୍ଧାଞ୍ଜଳି

Sunil Chandra Nayak

କୋଣାର୍କ ସ୍ପିନିଙ୍ଗ ମିଲ ପୁନଃ ଉଦ୍ଧାର ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ସାକ୍ଷାତ କଲେ ସାଇନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ

masiha

ଯୋଜନା ଓ ସଂଯୋଜନ ବିଭାଗ ସ୍ଵତନ୍ତ୍ର ସଚିବ ଶ୍ରୀ ତେମଜେନ୍ ଓ୍ୱାପାଙ୍ଗ ଏଓ ଙ୍କ ଦୁଇ ଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତ,କ୍ଷେତ୍ର ପରିଦର୍ଶନ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ର ସମୀକ୍ଷା

Sunil Chandra Nayak

Leave a Comment

error: Content is protected !!