ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶାମୁକ୍ତ ସମାଜ ଗଠନ ପାଇଁ ନୂଆପଡ଼ାରେ ଯୁବ ରାଲି ଓ ମାନବ ଶୃଙ୍ଖଳ ଅନୁଷ୍ଠିତ 

ନିଶାମୁକ୍ତ ସମାଜ ଗଠନ ପାଇଁ ନୂଆପଡ଼ାରେ ଯୁବ ରାଲି ଓ ମାନବ ଶୃଙ୍ଖଳ ଅନୁଷ୍ଠିତ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬ ପାଳନ ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଅବକାରୀ ବିଭାଗର ମିଳିତ ଆନୁକୂଳ୍ୟରେ ନୂଆପଡ଼ାରେ ଏକ ବିଶାଳ ଯୁବ ରାଲି ଏବଂ ମାନବ ଶୃଙ୍ଖଳ ଆୟୋଜିତ ହୋଇଯାଇଛି।

ସକାଳ ୭ଟା ସମୟରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରୁ ଆୟୋଜିତ ଏହି ଯୁବ ରାଲିକୁ ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ରାଲିଟି ଜ଼ିଲ୍ଲାପାଳ ଅଫିସରୁ ବାହାରି ଏକତା ଛକ ପର୍ଯ୍ୟନ୍ତ ଯାଇଥିଲା। ଏକତା ଛକ ଠାରୁ ଜ଼ିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ମାନବ ଶୃଙ୍ଖଳ ଗଠନ କରି ନିଶା ବିରୋଧୀ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା।

ରାଲି ସମୟରେ ନିଶାଦ୍ରବ୍ୟ ସେବନର କୁପ୍ରଭାବ, ଅବୈଧ ନିଶା କାରବାରର ନିରାକରଣ ଏବଂ ନିଶାମୁକ୍ତ ସମାଜ ଗଠନ ନେଇ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଦିଆଯାଇଥିଲା। 

ଯୁବପିଢ଼ିଙ୍କୁ ନିଶା ଠାରୁ ଦୂରେଇ ରହି ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ଶିକ୍ଷକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ l ସଂଗଠନର ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।।

Related posts

ଜେଡିସିଏ  କେବେ ଆକ୍କସନ ନେବେ,ସରକାରୀ ପ୍ରୟୋଗଶାଳାକୁ ଅଚଳ କରିଥିବା ଦୋଷୀ ପ୍ରତି ?

masiha

ଆସିକା ଏନ ଏ ସି ର କାଉନିସଲ ବୈଠକ

Sunil Chandra Nayak

ରାଜନୈତିକ ଦଳ ଓ ନିର୍ବାଚନ ଆୟୋଗଙ୍କ ସମ୍ପର୍କ ଅଭିଯାନ 

masiha

Leave a Comment

error: Content is protected !!