ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଯୋଗର ବାର୍ତ୍ତା: କୋଇଡାରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ

ସୁସ୍ଥ ଶରୀର ଓ ସୁସ୍ଥ ମନ ପାଇଁ ଯୋଗର ବାର୍ତ୍ତା: କୋଇଡାରେ ପାଳିତ ହେଲା ଆନ୍ତର୍ଜାତୀୟ ଯୋଗ ଦିବସ 

କୋଇଡା, -ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କୋଇଡା +୨ କଲେଜ ହଲ୍ ପରିସରରେ ଏକ ସାମୂହିକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ” କୁ ଆଧାର କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ, ଶିକ୍ଷାନୁଷ୍ଠାନ ଓ ସାଧାରଣ ଜନସାଧାରଣଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମରେ କୋଇଡା ବ୍ଲକ ଉନ୍ନୟନ ଅଧିକାରୀ ରଶ୍ମିରେଖା ପାତ୍ର, ସାଂସଦ ପ୍ରତିନିଧି ଚେତନଦୀପ ନାୟକ, କୋଇଡା +୨ କଲେଜର ଅଧ୍ୟାପକ ପଟ୍ଟନାୟକ ସାର, ସାହୁ ସାରଙ୍କ ସମେତ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ଯୋଗ ପ୍ରଶିକ୍ଷକଙ୍କ ନିର୍ଦ୍ଦେଶନାରେ ଉପସ୍ଥିତ ସମସ୍ତେ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ ଯୋଗଗୁରୁ ଯୋଗର ଉପକାରିତା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ନିୟମିତ ଯୋଗାଭ୍ୟାସ ଶାରୀରିକ ସୁସ୍ଥତା, ମାନସିକ ସନ୍ତୁଳନ ଓ ଜୀବନଶୈଳୀର ଉନ୍ନତିରେ ସହାୟକ ହୋଇଥାଏ। ଆଜିର ବ୍ୟସ୍ତ ଜୀବନରେ ଯୋଗ ହେଉଛି ସୁସ୍ଥ ଜୀବନର ଏକ ପ୍ରଭାବଶାଳୀ ମାଧ୍ୟମ।ସମସ୍ତଙ୍କ ସକ୍ରିୟ ସହଯୋଗ ଓ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଉତ୍କଳମଣି ଗୋପବନ୍ଧୁ ପ୍ରୌଢ଼ ନିବାସ ରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ 

Sunil Chandra Nayak

ଶିକ୍ଷକ ନୀଳଲୋହିତ ସିଂ ମାଝୀଙ୍କ ଦଶାହ କ୍ରିୟାରେ ପ୍ରାଥମିକ ଶିକ୍ଷକ ସଂଘର ମାନବିକ ସହଯୋଗ

ରାଇରଙ୍ଗପୁରରେ ସମ୍ବାଦ ସାହିତ୍ୟ ଘର ଜିଲ୍ଲାସ୍ତରୀୟ ୯ମ ବାର୍ଷିକ ଉତ୍ସବ                

Sunil Chandra Nayak

Leave a Comment

error: Content is protected !!