ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନବିଭାଗ ଓ ପୋଲିସର ମିଳିତ ଚଢାଉ/ ଶାଳ ଓ ଶାଗୁଆନ କାଠ ଜବତ, ୧ ଅଟକ

ବନବିଭାଗ ଓ ପୋଲିସର ମିଳିତ ଚଢାଉ/ ଶାଳ ଓ ଶାଗୁଆନ କାଠ ଜବତ, ୧ ଅଟକ

କାମାକ୍ଷାନଗର- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କଇଁବିଲି ଗାଁରୁ ୨୦ ରୁ ଅଧିକ ସିଫ୍ଟର ଶାଳ ଓ ଶାଗୁଆନ କାଠ ଜବତ କରିଛି ବନବିଭାଗ। ଏଥିରେ ସମ୍ପୃକ୍ତ କଇଁବିଲି ଗାଁର ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ବନବିଭାଗ। ତେବେ ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ପୋଲିସ ଓ ପଶ୍ଚିମାଞ୍ଚଳ ରେଞ୍ଜର ଙ୍କ ନେତୃତ୍ୱରେ ଫରେଷ୍ଟର ଏବଂ ଟିମ କଇଁବିଲି ଗ୍ରାମରେ ଚଢ଼ାଉ କରିଥିଲେ। ଗ୍ରାମର ଅଖିଳ ସାହୁଙ୍କ ଘରେ ଥିବା ପ୍ରାୟ ୨୦ ସିଫ୍ଟରୁ ଅଧିକ ଶାଗୁଆନ ଓ ଶାଳ କାଠକୁ ଜବତ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ। ଏ ନେଇ କାଠ ଜବତ କରିବା ସହ ଅଟକ ବ୍ୟକ୍ତିକୁ ପଚରା ଉଚରା ଜାରି ରଖିଛି ବନବିଭାଗ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଡକାୟତ ଉଦ୍ୟମ କରୁଥିବା ୩ ଆନ୍ତଃ ରାଜ୍ୟ ଦୁର୍ଦାନ୍ତ ଅପରାଧୀଙ୍କୁ ବାନ୍ଧିବା ରାଇରଙ୍ଗପୁର ପୋଲିସ 

masiha

ବନ୍ୟ ଜନ୍ତୁ ଶିକାର ଏବଂ ବନ୍ଧୁକ ରଖିବା ଅଭିଯୋଗରେ ଦୁଇ ଗିରଫ

Sunil Chandra Nayak

ରାଇରଙ୍ଗପୁର କୋର୍ଟ! ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ 

masiha

Leave a Comment

error: Content is protected !!