ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ ଆଇ ଆର୍ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ

ଏସ ଆଇ ଆର୍ ଉପରେ ରାଜନୈତିକ ଦଳଗୁଡ଼ିକ ସହିତ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, ୨୪/୦୬/୨୬: ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତି ମଧ୍ୟରେ ଜିଲ୍ଲାର ସମସ୍ତ ସାତ ଟି(୭ ଗୋଟି) ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରିଗଣନା ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ମଧ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହେଇଛି।  ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସଦଭାବନା ଭବନ ଠାରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମସ୍ତ ରାଜନୈତିକ ଦଳ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ଶ୍ରୀ ଅଭିମନ୍ୟୁ ମାଝୀ, ତଳସରା ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା ଏବଂ ରାଜ୍ୟର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଜିଲ୍ଲାରେ ମୋଟ ୧୪୬୪୫୪୭ ଜଣ ଭୋଟର ରହିଛନ୍ତି । ସେହିଭଳି ୧୩୭୬୯୧୨ ଗୋଟି (୯୪%) ପରିଗଣନା ଫର୍ମ ର ଡିଜିଟାଇଜେସନ ହୋଇଅଛି ଏବଂ ଅବଶିଷ୍ଟ ୬% କୁ ଅନୁପସ୍ଥିତ, ସ୍ଥାନାନ୍ତର , ମୃତ୍ୟ ତାଲିକା ରେ (ASD list) ଅନ୍ତର୍ଭୁକ୍ତ କରାଯାଇଅଛି। 

  ବୈଠକରେ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଭୋଟର ତାଲିକା ଏବଂ ASD ତାଲିକା ର ତଥ୍ୟ ପ୍ରଦାନ କରାଯାଇଅଛି। ସେହିଭଳି ବି.ଏଲ୍.ଓ ଏବଂ ବୁଥ ସ୍ତରୀୟ ଏଜେଣ୍ଟ ମାନଙ୍କ ମଧ୍ୟରେ ସମନ୍ବୟ ବୈଠକ କରିବାକୁ ଆଲୋଚନା କରାଯାଇଅଛି। ସମସ୍ତ ବି ଏଲ ଓ ମାନେ ସେମାନଙ୍କ ସମ୍ପୃକ୍ତ ବୁଥ ସ୍ତରୀୟ ଏଜେଣ୍ଟ ମାନଙ୍କ ସହ ବୈଠକ କରି ଏହି ASD ତାଲିକା ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। 

 ସେହିଭଳି ଯଦି ଅବଶିଷ୍ଟ ୬ ପ୍ରତିଶତ (ASD ତାଲିକା) ମଧ୍ୟରେ କୌଣସି ଯୋଗ୍ୟ ଭୋଟର ଥାଆନ୍ତି, ତେବେ ତାଙ୍କୁ ତୁରନ୍ତ ଚିହ୍ନଟ କରି ଭୋଟର ତାଲିକାରେ ସାମିଲ କରିବାରେ ସହଯୋଗ କରିବାକୁ ସମସ୍ତ ରାଜନୈତିକ ଦଳ ମାନଙ୍କୁ ପ୍ରସାଶନ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିରେ ସମସ୍ତ ରାଜନୈତିକ ଦଳ ମାନେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବେ ବୋଲି କହିଥିଲେ ଏବଂ ଏଥି ନିମନ୍ତେ ବୁଥ ସ୍ତରୀୟ ଅଧିକାରୀ ମାନେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି କହିଥିଲେ।   ଏହି ଅବସରରେ ଭୋଟର ତାଲିକା କୁ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।

   ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯଥା – ଶ୍ରୀ ଭେଷଜ ରଥ, ଶ୍ରୀ ଜୟ ନାରାୟଣ ତ୍ରିପାଠୀ, ଶ୍ରୀ ଅଜିତ ପ୍ରସାଦ, ଶ୍ରୀ ଅମିୟ କୁମାର ପ୍ରଧାନ, ଶ୍ରୀମତୀ କୁସୁମ ଟେଟେ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଉତ୍କେଲା ରେ କଲ୍ୟାଣ ମଣ୍ଡପ ଏବଂ ଖୋଲା ବ୍ୟାୟାମଶାଳା ଜମି ଚି଼ହ୍ନଟ ପାଇଁ କେସିଙ୍ଗା ବିଡ଼ିଓ ଙ୍କୁ ବିକାଶ ମଞ୍ଚ ର ଦାବିପତ୍ର 

Sunil Chandra Nayak

ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଚରଣ ମହାନ୍ତିଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ୩ ହେକ୍ଟର ଜମିରେ କାଜୁ ଚାରା ରୋପଣ 

Sunil Chandra Nayak

Leave a Comment

error: Content is protected !!