ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୬ କାର୍ଯ୍ଯକ୍ରମ ଉଦ୍ ଯାପିତ

ଢେଙ୍କାନାଳ ଜିଲ୍ଲାସ୍ତରରେ ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ ଦିବସ-୨୦୨୬ କାର୍ଯ୍ଯକ୍ରମ ଉଦ୍ ଯାପିତ 

ଢେଙ୍କାନାଳ : ତା.୧୮.୦୫.୨୦୨୬ ରିଖ 🙁 ମ ନି ସ) ଢେଙ୍କାନାଳ ପୁରୁଣା ଜିଲ୍ଲା ପରିଷଦ ହଲ୍‌ଠାରେ ସୋମବାର ଅପରାହ୍ଣ ୪ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୧୩ ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ୍ ଦିବସ- ୨୦୨୬ କାର୍ଯ୍ଯକ୍ରମ ଉଦ୍ ଯାପିତ ହୋଇଯାଇଛି।କାର୍ଯ୍ଯକ୍ରମ ଆବାହକ ସାମ୍ବାଦିକ ଅଥୟ କୁମାର ସାହୁଙ୍କ ପୌରୋହିତ୍ୟରେ,ସୁଶାନ୍ତ କୁମାର ପାଣିଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ଜୟନ୍ତୀ ପାତ୍ର, ପୌରାଧ୍ୟକ୍ଷା,ଢେଙ୍କାନାଳ ମ୍ୟୁନିସିପାଲିଟି,ମୁଖ୍ୟବକ୍ତା ଗୋପାଳ ପାତ୍ର,ସଭାପତି ଜିଲ୍ଲା ଓକିଲ ସଂଘ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ କହିଲେ ଯେ,ଦେବାରେ ଆନନ୍ଦ ଥାଏ।ଆର୍ଟ ଅଫ୍ ଗିଭିଂ ଏକ ଜୀବନ ଦର୍ଶନ।କିନ୍ତୁ,ନିସ୍ୱାର୍ଥପର ଭାବେ ଦାନ,ସାହାଯ୍ଯ ଓ ସହଯୋଗ କଲେ ଆର୍ଟ ଅଫ୍ ଗିଭିଂର ପ୍ରକୃତ ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ସଫଳ ହୋଇପାରିବ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଶିଳ୍ପୀ ପରେଶଚନ୍ଦ୍ର ପଟ୍ଟନାୟକ, ସମାଜସେବୀ ସୁକାନ୍ତ କୁମାର ମିଶ୍ର,ଶିକ୍ଷାବିତ୍ ତଥା ଅଧ୍ୟକ୍ଷ ଡ.ସମୀର କୁମାର ସାହୁ,ପ୍ରାକ୍ତନ ସାହିତ୍ୟ ଏକାଡ଼େମୀ ସଦସ୍ୟା ତଥା ଅଧ୍ୟାପିକା ଡ.ପୁଷ୍ପଲତା ରଥ,କଳା ସଂସ୍କୃତି ସଂଘ ଉପସଭାପତି ଅବନୀ ମିଶ୍ର,ବ୍ୟଙ୍ଗ କବି ଶତୃଘ୍ନ ମାଟି,ବିଶ୍ୱନାଥ ବେହେରା,ସତ୍ୟସ୍ୱରୁପ ଦାସ,ସଂପାଦକ ଜିଲ୍ଲା ସାମ୍ବାଦିକ ସଂଘ,କବି ନିର୍ମଳା ମହାପାତ୍ର,ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ବରିଷ୍ଠ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ ଆର୍ଟ ଅଫ୍ ଗିଭିଂ ର ଲକ୍ଷ୍ୟ ଓ ନିଜ କ୍ଷମତା ଅନୁସାରେ ଅନ୍ୟକୁ ସାହାଯ୍ଯ ଓ ସହଯୋଗ କଲେ ସମାଜର କଲ୍ଯାଣ ହୋଇପାରିବ ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ କିଟ୍ ଅନୁଷ୍ଠାନର ଡେପୁଟି ମ୍ୟାନେଜର ମାନସ ମିଶ୍ର ଆର୍ଟ ଅଫ୍ ଗିଭିଂ ଦିବସର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଏହି ଦିବସ ପାଳନ ପାଇଁ ଅନୁଷ୍ଠାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରି ୨୦୧୩ ମସିହାରୁ ବିଶ୍ଵବ୍ୟାପୀ ଏହି ଦିବସ ଓ ଆର୍ଟ ଅଫ୍ ଗିଭିଂ ପ୍ରୟାସ ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ଆରମ୍ଭ ହୋଇ ଆଜି ବିଶ୍ଵସାରା ୧୩ତମ ଆନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଂ -୨୦୨୬ ପାଳିତ ହେଉଛି।ଏଥିପାଇଁ ପ୍ରତିବର୍ଷ ବିଭିନ୍ନ ବିଷୟବସ୍ତୁ ରଖାଯାଇ ଏହାକୁ ପାଳନ କରାଯାଇଥିବା ବେଳେ ଚଳିତ ବର୍ଷର ଆର୍ଟ ଅଫ୍ ଗିଭିଙ୍ଗ୍ ର ବିଷୟବସ୍ତୁ ରହିଅଛି “(ସ୍ୱେଚ୍ଛାସେବା ମାଧ୍ୟମରେ ଚମକାଇବା ପାଇଁ ସେୟାର କରନ୍ତୁ )”।ଦୟା,ଯତ୍ନ ଏବଂ ସଂପର୍କର ଛୋଟ ଛୋଟ କାର୍ଯ୍ୟ ସ୍ୱେଚ୍ଛାସେବା ମାଧ୍ୟମରେ ଚମକାଇବା ପାଇଁ ସେୟାର କରନ୍ତୁ।କାର୍ଯ୍ଯକ୍ରମ ଆବାହକ ସାମ୍ବାଦିକ ଅଥୟ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ ଓ ସୁଶାନ୍ତ ପାଣି ସଭା ସଂଯୋଜନା କରିଥିଲେ।ପ୍ରାରମ୍ଭରେ ଆର୍ଟ ଅଫ୍ ଗିଭିଂ ସମ୍ପର୍କରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ,ଆର୍ଟ ଅଫ୍ ଗିଭିଂ ଲୋଗୋ ଉନ୍ମୋଚନ ଓ ପରିଶେଷରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା।ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ବୃନ୍ଦ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଚନ୍ଦନ, ଧୂପ,ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ,ମଙ୍ଗଳାଚରଣ ଗାନ, ଶାନ୍ତିପାଠ,ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଛ,ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ସେହିଭଳି ସେହିଦିନ ସକାଳ ୯ ଘଟିକା ସମୟରେ ଗୋବିନ୍ଦପୁରସ୍ଥିତ ଦୟାନନ୍ଦ ସର୍ଭିସ ମିଶନ୍ ଶିଶୁଗୃହ,ଅନାଥ ଆଶ୍ରମ ଶିଶୁଗୃହ,ବରିଷ୍ଠ ନାଗରିକ ଗୃହ,ଜରାଶ୍ରମ ଅନ୍ତେବାସୀମାନଙ୍କୁ ନେଇ ମଞ୍ଚାସୀନ ଅତିଥି ବୃନ୍ଦଙ୍କ ଦ୍ବାରା ଶ୍ରଦ୍ଧାର ସହ ଉପହାର ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ କଳିଙ୍ଗ ଟିଭିର ଜିଲ୍ଲା ପ୍ରତିନିଧି ଅଥୟ କୁମାର ସାହୁ ସୁପରିଚାଳନା କରିଥିବା ବେଳେ କିଟ୍‌ର ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଢେଙ୍କାନାଳ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଏଥିରେ ବହୁସଂଖ୍ୟାରେ ଯୋଗଦାନ କରିଥିଲେ।ପ୍ରକାଶ ଥାଉକି ଏହି ଆର୍ଟ ଅଫ୍ ଗିଭିଂ ଦିବସ ପାଳନ ଉପଲକ୍ଷେ ତା ୧୬.୦୫.୨୦୨୬ ରିଖ ଓ ତା ୧୭.୦୫.୨୦୨୬ ରିଖ ଦୁଇଦିନ ଢେଙ୍କାନାଳ ଜିଲ୍ଲାର ପ୍ରତିଟି ବ୍ଳକ୍ ରେ ଏହି ଉପଲକ୍ଷେ ବନ୍ଧୁତ୍ୱପୂର୍ଣ୍ଣ ଭଲିବଲ୍ ମ୍ୟାଚ୍ ମଧ୍ୟ କରାଯାଇଥିଲା।କିଟ୍ ଓ କିସ୍ ଅନୁଷ୍ଠାନର ବହୁ କର୍ମଚାରୀ, ଢେଙ୍କାନାଳ ଜିଲ୍ଲା ଆର୍ଟ ଅଫ୍ ଗିଭିଂ ଶାଖାର,ମୋ ଢେଙ୍କାନାଳର ତଥା ଗୁରୁଦେବଜୀ ଫାଉଣ୍ଡେସନ୍ ର ପ୍ରମୁଖ ସ୍ଵେଚ୍ଛାସେବୀ ଇଂ.ସୌମ୍ୟବ୍ରତ ସାହୁ,କାଦମ୍ବରୀ ମହାଖୁଡ, ସତ୍ୟନାରାୟଣ ବେହେରା,କାକଳୀ ମହାଖୁଡ,କାଦମ୍ବିନୀ ମହାଖୁଡ,ସ୍ମୃତି ରଞ୍ଜନ ନାୟକ,ସଞ୍ଜୟ କୁମାର ବେହେରା, ଆର୍ଟ ଅଫ୍ ଗିଭିଂ ଢେଙ୍କାନାଳ ଶାଖାର ଆଜୀବନ ସଦସ୍ୟ ଶିକ୍ଷାବିତ୍ ଡା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଅନେକ ସହଯୋଗୀ ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୂଖ ଭୂମିକା ନିର୍ବାହ କରିଥିଲେ।

ଢେଙ୍କାନାଳରୁ ଡା. ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

420 ଶିକ୍ଷୟତ୍ରୀ ଶିକ୍ଷକ ଡ୍ରେସ କୋଡ଼ ବର୍ଜନ କଲେ

Sunil Chandra Nayak

କାମାକ୍ଷାନଗର ମହିଳା ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଓ ଜାତୀୟ ଭୋଟର ଦିବସ ପାଳିତ 

Sunil Chandra Nayak

ସୁଭଦ୍ରା ଟ୍ରକ ମାଲିକ ମହାସଂଘ ଓଡିଶା ପକ୍ଷରୁ ସମ୍ବର୍ଦ୍ଧନା

Leave a Comment

error: Content is protected !!