ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର 

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର 

ନବରଙ୍ଗପୁର:( ୨୬/୦୬/୨୦୨୬)(ରବି ନାରାୟଣ ମହାନ୍ତି) ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁର ତରଫରୁ ସରକାରୀ ନର୍ସିଂ କଲେଜ, ନବରଙ୍ଗପୁରର ଛାତ୍ରୀ ଏବଂ ପାରା ଲିଗାଲ ସ୍ୱେଛାସେବି ମହିଳାମାନଙ୍କୁ ନେଇ “ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧଚାଲାଣ ବିରୋଧୀ ଅନ୍ତର୍ଜାତୀୟ ଦିବସ” ଉପଲକ୍ଷେ ଏକ ଆଇନ ସଚେତନତା ଶିବିର ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ସଂଗ୍ରାମ କେଶରୀ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ଯୋଗଦେଇ ଛାତ୍ରୀ ମାନଙ୍କୁ ନିଶାଦ୍ରବ୍ୟ ସେବନ ଠାରୁ କିପରି ଦୂରେଇ ରହିବେ ସେ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ଅତିଥି ରୂପେ ପ୍ରସନ୍ନ ପ୍ରସାଦ ପଟ୍ଟନାୟକ, ମୁଖ୍ୟ ଲ.ଏ.ଡ଼ିସି.ଏସ.,ନବରଙ୍ଗପୁର, ମନୋରମ। ମାଝୀ, ସାମାଜିକ କର୍ମୀ, ନବରଙ୍ଗପୁର, କିଶୋରୀ ପଟ୍ଟନାୟକ, ସହଯୋଗୀ ଓକିଲ, ନବରଙ୍ଗପୁର ଯୋଗ ଦେଇ ଏହି ଦିବସର ମହତ୍ଵ ଓ ବିଭିନ୍ନ ଆଈନ ବିଷୟରେ ଆଲୋଚନା କରିଥିଲେ ଓ ପରିଶେଷରେ ମହାବିଦ୍ୟାଳୟର ଅଧକ୍ଷ୍ୟା ସସ୍ମୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ଵାରା ପରିଚାଳନା କରଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୪୦ତମ ବର୍ଷରେ ସ୍ୱର୍ଣଗିରି ଭେଙ୍କଟେଶ୍ୱର ମନ୍ଦିର ରୂପରେ ସଜେଇ ହେବ ଗଣେଶ ପଣ୍ଡାଲ

Sunil Chandra Nayak

ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ସପ୍ତାହ ପାଳନ

Sunil Chandra Nayak

ଅନ୍ତ୍ୟୋଦୟ ଗୃହ ଯୋଜନା ଦ୍ୱାରା ଶ୍ରୀ ଦିଗମ୍ବର ଠେଲାଙ୍କ ସ୍ୱପ୍ନ ସାକାର , ୪ ମାସ ମଧ୍ୟରେ ଗୃହନିର୍ମାଣ ସମ୍ପୂର୍ଣ୍ଣ

Sunil Chandra Nayak

Leave a Comment

error: Content is protected !!