ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଦୁଇ ଦିନ ଧରି ସ୍କୁଲ ପରିସରରେ ଧାରଣା 

ଶିଶୁସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ଦୁଇ ଦିନ ଧରି ସ୍କୁଲ ପରିସରରେ ଧାରଣା 

ହିଞ୍ଜିଳିକାଟୁ,୨୬/୦୬ ହିଞ୍ଜିଳିକାଟୁ ବ୍ଲକ ଭାବନ୍ଧ ପଞ୍ଚାୟତ ଅନ୍ତର୍ଗତ ଭାବନ୍ଧ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିକୁ ନେଇ ଗୁରୁତର ଅନିୟମିତତା ଅଭିଯୋଗ ଉଠିଛି। ଏହି ଅଭିଯୋଗ ଆଣି ଭାରତୀ ଦାସ ନାମକ ଜଣେ ମହିଳା ଗତ ଦୁଇ ଦିନ ଧରି ବିଦ୍ୟାଳୟ ପରିସରରେ ଧାରଣା ଜାରି ରଖିଛନ୍ତି। ଭାରତୀ ଦାସଙ୍କ ଅଭିଯୋଗ ଅନୁସାରେ, କିଛି ମାସ ପୂର୍ବେ ଶିଶୁସେବିକା ପଦବୀ ପାଇଁ ବିଦ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ଚାରିଜଣ ମହିଳା ଆବେଦନ କରିଥିବାବେଳେ ପ୍ରମାଣପତ୍ର ଅଭାବରୁ ଦୁଇଜଣଙ୍କ ଆବେଦନ ନାକଚ କରାଯାଇଥିଲା। ଅବଶିଷ୍ଟ ଦୁଇଜଣଙ୍କ ମଧ୍ୟରେ ଚୟନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ତାଙ୍କ ଦାବି ଅନୁଯାୟୀ, ଯୋଗ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନରେ ଥିବା ଜଣେ ମହିଳାଙ୍କୁ ପ୍ରଥମ ସ୍ଥାନରେ ଥିବା ଦର୍ଶାଇ ନିଯୁକ୍ତି ଦିଆଯାଇଛି। କୌଣସି ସଠିକ୍ ଅନୁଧ୍ୟାନ ନକରି ତରବରିଆ ଭାବେ ଏହି ନିଷ୍ପତ୍ତି ନିଆଯାଇଥିବାରୁ ସେ ପ୍ରତିବାଦ ସ୍ୱରୂପ ଧାରଣାରେ ବସିଥିବା କହିଛନ୍ତି । ଅନ୍ୟପଟେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଜାନି ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ପରିଚାଳନା କମିଟିର ସଭାପତି ଓ ସଦସ୍ୟମାନଙ୍କ ଅନୁମୋଦନ କ୍ରମେ ସମ୍ପୂର୍ଣ୍ଣ ନିୟମାନୁସାରେ ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଏହି ଘଟଣା ସମ୍ପର୍କରେ ଭାରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଚାନ୍ଦିନୀ ପଣ୍ଡା କହିଛନ୍ତି, ଅଭିଯୋଗକାରିଣୀ ଲିଖିତ ଭାବେ ଅଭିଯୋଗ ଦାଖଲ କଲେ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ଏବଂ ତଦନ୍ତରେ ଅନିୟମିତତା ପ୍ରମାଣିତ ହେଲେ ନିୟମାନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ।

Related posts

ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଶ୍ରମିକ ବଦଳ ରେ ମେସିନ କରିଛି କାମ!   

masiha

ଶିକ୍ଷକ ସାରଙ୍ଗ ବହିଦାରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!