ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାରେ ଜିଲ୍ଳା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ,୨୦୨୬ ପାଳିତ 

ଭବାନୀପାଟଣାରେ ଜିଲ୍ଳା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ,୨୦୨୬ ପାଳିତ 

କଳାହାଣ୍ଡି ଜିଲ୍ଲା ରେ ଆନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୈଧ ଚାଲାଣ ନିଷିଦ୍ଧ ଦିବସ,୨୦୨୬ ଆଜି ଭବାନୀପାଟଣା ସ୍ଥିତ ଟାଉନ୍ ହଲ୍ ରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ୩୦୦ ରୁ ଅଧିକ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ନିଶାରୁ ସଫଳତା ପୂର୍ବକ ମୁକ୍ତି ପାଇ ଥିବା ୨ ଜଣ ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପୂର୍ବରୁ କଲେଜଗୁଡ଼ାକରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଶ୍ରୀ ତନ୍ମୟ କୁମାର ଦରୱାନ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ଯୋଗ ଦେଇ ଥିଲେ । ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଶ୍ରୀ ଯୁଗଳ କିଶୋର ପୋଢ଼, ଶ୍ରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସଂସ୍କୃତି ଅଧିକାରୀ, କଳାହାଣ୍ଡି, ଶ୍ରୀମତୀ ସାଗରିକା ପ୍ରଧାନ, ଡି ଏସ ପି, ଅବକାରୀ ବିଭାଗ କଳାହାଣ୍ଡି, ସମ୍ପାଦକ, ରାମ କ୍ରିଷ୍ଣା ଆଶ୍ରମ, ମ. ରାମପୁର, ବ୍ରହ୍ମାକୁମାରୀ ମଧୁ ମହୋଦୟ ଯୋଗ ଦେଇ ଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀ ଉମେଶ ଚନ୍ଦ୍ର ଶତପଥୀ ଯୋଗ ଦେଇ ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିନେଶ କୁମାର କହଁର କାର୍ଯ୍ୟକ୍ରମ ର ସଭାପତିତ୍ୱ କରିଥିଲେ। ସାମର୍ଥ୍ୟ ଦୃଷ୍ଟିହୀନ ସଂଘ, ଗୋଲାମୁଣ୍ଡା ବିଭିନ୍ନ ସାଂସ୍କୃତିକ ତଥା ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟରେ ଯୋଗଦାନ 

Sunil Chandra Nayak

ବଦାନ୍ୟତା ର ହାତ ବଢ଼ାଇଲା ନର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ 

masiha

ଏସ୍ ସି/ ଏସ୍ ଟି ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ରାଇରଙ୍ଗପୁରରେ ହଡତାଳ

masiha

Leave a Comment

error: Content is protected !!