ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲୁଗା ବ୍ୟବସାୟୀ ଘରୁ ଦୁଇ ଲକ୍ଷ ଟଙ୍କା ସୁନା ଲୁଟ, ଥାନାରେ ଅଭିଯୋଗ 

ଲୁଗା ବ୍ୟବସାୟୀ ଘରୁ ଦୁଇ ଲକ୍ଷ ଟଙ୍କା ସୁନା ଲୁଟ, ଥାନାରେ ଅଭିଯୋଗ 

ଆସିକା, ୨୬/୬/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ପଙ୍କଳବାଡ଼ି ଗ୍ରାମର ଏକ ଲୁଗାଦୋକାନ ମାଲିକ ଙ୍କ ଘରେ ନଗଦ ଦୁଇ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟ ନେଇ ଧରାକୋଟ ଥାନା ରେ ଅଭିଯୋଗ ହୋଇଛି I ଏହି ଗ୍ରାମର ପିତାମ୍ବର ଗୌଡ଼ ଙ୍କ ଘରେ ଗତକାଲି ମଧ୍ୟରାତ୍ର ରେ ଦୁବୃତ୍ତ ମାନେ ଘର ପଛ ପଟ କବାଟ ଭାଙ୍ଗି ମଝି ଘରେ ପହଂଚି ଆଲମାରୀ ରୁ ନଗଦ ଦୁଇ ଲକ୍ଷ ଟଙ୍କା ସମେତ ପ୍ରାୟ ୧୫ ଭରି ସୁନା ଅଳଂକାର କୁ ମଧ୍ୟ ଚୋରି କରିଥିବା ନେଇ ଅଭିଯୋଗ ହୋଇଛି I ଖବର ମିଳିବା ପରେ ଧରାକୋଟ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି l ଥାନା କେସ ନମ୍ବର ୨୬୧/୨୬ ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଏବଂ ସନ୍ଧନୀ କୁକୁର ପହଂଚିଛନ୍ତି l ଅଞ୍ଚଳରେ ଜଣାଶୁଣା ଲୁଗା ବ୍ୟବସାୟୀ ପିତାମ୍ବର ଗୌଡ଼ ଓ ତାଙ୍କ ପରିବାର ଲୋକେ ଘର ମଧ୍ୟରେ ଶୋଇଥିବା ବେଳେ ଘର ବାରିପଟ କବାଟ ଭାଙ୍ଗି ଘରୁ ସମସ୍ତ ସୁନା ଅଳଙ୍କାର ଓ ଦୁଇ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୁତ୍ତ l ପ୍ରକାଶ ଥାଉକି ଗତ ମାସ ୨୨ ତାରିଖରେ ଧରାକୋଟ ଥାନା ଢଉଗାଁ ବଡ ଦାଣ୍ଡ ସାହିର ଅବସର ପ୍ରାପ୍ତ ସୈନିକ ବନମାଳୀ ବେହେରାଙ୍କ ଘରୁ ନଗଦ ପଚାଶ ହଜାର ଟଙ୍କା ସହ ଦଶ ଭରି ସୁନା ଅଳଙ୍କାର ଲୁଟ ହୋଇଥିଲା l ସେହି ଘଟଣା ରେ କେହି ଦୁବୃତ୍ତ ଆଜି ପର୍ଯ୍ୟନ୍ତ ଧାରା ପଡ଼ିନାହାନ୍ତି l ଗୋଟିଏ ପଂଚାୟତ ରେ ଦୁଇଟି ଚୋରି ସମାନ ଢଙ୍ଗ ରେ ହେଉଛି l ଏଣୁ ଏହା ପେସାଦାର ଚୋର ଦଳର କାମ ବୋଲି ସନ୍ଦେହ ସୃଷ୍ଚି ହୋଇଛି । ଅନ୍ୟ ପକ୍ଷରେ ପୋଲିସ ନିଶ୍ଚିତ ଭାବେ ଏହି ଦୁବୃତ୍ତ ମାନଙ୍କୁ ଧରାଯିବ ବୋଲି ପ୍ରକାଶ କରିଛି l

Related posts

କ୍ରସର ମାଲିକ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲା। ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବିତ….

masiha

ବାଇକ୍ ଚୋରି ଅଭିଯୋଗ ରେ ଜଣେ କୋର୍ଟ ଚାଲାଣ

Sunil Chandra Nayak

ଜୟପାଟଣା ଢୁଲୁଘାଟିରେ ଲୁଟ୍ ଘଟଣା, ଜଣେ ଗିରଫ, ତିନି ଫେରାର..

masiha

Leave a Comment

error: Content is protected !!