ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ୱାଦିକଙ୍କୁ ପେନସନ୍‌‍ ପ୍ରସଙ୍ଗ : ତିନି ମାସ ଭିତରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

ସାମ୍ୱାଦିକଙ୍କୁ ପେନସନ୍‌‍ ପ୍ରସଙ୍ଗ : ତିନି ମାସ ଭିତରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ/ବ୍ରହ୍ମପୁର, 26/6 : ସାମ୍ବାଦିକଙ୍କୁ ପେନସନ ପ୍ରଦାନ ପ୍ରସଙ୍ଗକୁ ନେଇ ଦାୟର ମାମଲାରେ ହାଇକୋର୍ଟ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଉପଯୁକ୍ତ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ତିନି ମାସ ସମୟ ପ୍ରଦାନ କରିଛନ୍ତି। ସମସ୍ତ ପ୍ରକାରର ପ୍ରଶାସନିକ ପଦକ୍ଷେପ, ସଂସାଧନ, ଆର୍ଥିକ ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସଂଗକୁ ବିଚାରକୁ ନେଇ ସାମ୍ବାଦିକଙ୍କୁ ପେନସନ ପ୍ରଦାନ ସଂକ୍ରାନ୍ତରେ ସରକାର ତିନି ମାସ ଭିତରେ ଉପଯୁକ୍ତ ନିଷ୍ପତି ଗ୍ରହଣ କରିବେ ଡକ୍ଟର ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସିନିୟର ଜର୍ଣାଲିଷ୍ଟ ଆସୋସିଏସନ, ଓଡ଼ିଶା (ଏସଜେଏଓ) ତରଫରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଯଦି ଧାର୍ଯ୍ୟ ସମୟସୀମା ଭିତରେ ଏହି ପ୍ରସଂଗରେ ପଦକ୍ଷେପ ନିଆ ନ ଯାଏ ତେବେ ଆବେଦନକାରୀ ସାନି ଅଦାଲତ ଅବମାନନା ମାମଲା ରୁଜୁ କରି ପାରିବେ ବୋଲି ହାଇକୋର୍ଟ କହିଛନ୍ତି । ମାମଲାର ଶୁଣାଣି ସମୟରେ ବରିଷ୍ଠ ସାମ୍ବାଦିକଙ୍କୁ ରାଜ୍ୟରେ ପେନସନ ପ୍ରଦାନ କରାଯାଉ ନଥିବା ପ୍ରସଂଗରେ ଆବେଦନକାରୀଙ୍କ ତରଫରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ପେନସନ ଯୋଜନାରେ ରାଜ୍ୟର ବରିଷ୍ଠ ସାମ୍ବାଦିକଙ୍କୁ ସାମିଲ ପ୍ରସଂଗରେ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି। ଉପଯୁକ୍ତ ନିଷ୍ପତି ନେବା ପାଇଁ ତିନି ମାସ ସମୟ ପ୍ରଦାନ କରାଯାଉ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପ୍ରତ୍ୟୁଷା ନାଇଡୁ ମାମଲା ପରିଚାଳନା କରୁଥିଲେ ।

ବରିଷ୍ଠ ସାମ୍ୱାଦିକ ସଂଗଠନ ପକ୍ଷରୁ ଗତ କିଛିଦିନ ଧରି ଲଗାତର ଭାବେ ସାମ୍ୱାଦିକ ପେନସନ ବ୍ୟବସ୍ଥା ଲାଗୁ କରିବା ପାଇଁ ସ୍ଵର ଉତ୍ତୋଳନ ଓ ଉଦ୍ୟମ ଜାରି ରଖିଥିବାରୁ ଓଡ଼ିଶା ସାମ୍ୱାଦିକ ସଂଘର ପୂର୍ବତନ ସଭାପତି, ସାଧାରଣ ସମ୍ପାଦକ ରବି ରଥ ସଂଗଠନ ପ୍ରତି କୃତଜ୍ଞତା ଜଣାଇବା ସହ ଏବଂ ଆଶା ପ୍ରକାଶ କରିଛନ୍ତି ଗତ ଚାରି ଦଶନ୍ଧି ଧରି ଓଡ଼ିଶାରେ ସାମ୍ୱାଦିକ ପେନସନ ଲାଗୁ କରିବା ପାଇଁ ବିଭିନ୍ନ ସରକାର କହି ଆସିଥିଲେ ମଧ୍ୟ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ । ଇତିମଧ୍ୟରେ ଭାରତ ବର୍ଷର 18ଟି ରାଜ୍ୟରେ ସାମ୍ୱାଦିକ ପେନସନ ବ୍ୟବସ୍ଥା ଲାଗୁ ହୋଇଛି । ଭାଜପାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମ୍ୱାଦିକଙ୍କକୁ ପେନସନ, ସୁରକ୍ଷା ଏବଂ ଅଧିସ୍ଵୀକୃତି କମିଟି ଗଠନ ପାଇଁ ଦେଇଥିବା ପ୍ରତିଶ୍ରୁତି ଖୁବଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଥିଲେ । ଏହା ଖୁବଶୀଘ୍ର ଫଳପ୍ରଦ ହେବ ବୋଲି ଶ୍ରୀ ରଥ ଆଶା ପ୍ରକଟ କରିଛନ୍ତି ।

Related posts

ଜୁଏଲ ଓ ଦୁର୍ଗା ତନ୍ତୀଙ୍କୁ ସମ୍ବର୍ଦ୍ଧନା ଓ ମତଦାତାଙ୍କୁ ଅଭିନନ୍ଦନ

masiha

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୬ ଜନ୍ମଜୟନ୍ତୀ ଅବସରରେ ଧର୍ମଗଡ କୋର୍ଟ ପରିସରରେ ସଫେଇ କାର୍ଯ୍ୟକ୍ରମ

masiha

ରାଇରଙ୍ଗପୁରରେ ଅଲ୍ ଇଣ୍ଡିଆ ଡେମୋକ୍ରେଟିକ ୟୁଥ୍ ଅରଗାନାଇଜେସନ ଆନୁକୁଲ୍ୟରେ ୮ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା

masiha

Leave a Comment

error: Content is protected !!