ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟସାଇ ସେବା ଗୃଫ ପକ୍ଷରୁ ରକ୍ତଦାନ ଶିବିର 

ସତ୍ୟସାଇ ସେବା ଗୃଫ ପକ୍ଷରୁ ରକ୍ତଦାନ ଶିବିର 

ଆସିକା, ୨୭/୬/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଗଡର ସତ୍ୟସାଇ ସେବା ଗୃଫ ତରଫରୁ ସ୍ଥାନୀୟ ସାଇ ବାବାଙ୍କ ମନ୍ଦିର ପରିସରରେ ଏକ ଗ୍ରୀଷ୍ମ କାଳୀନ ରକ୍ତଦାନ ଶିବିର ବା ଅମୃତ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଭାରପ୍ରାପ୍ତ ଡାକ୍ତର ଏମ ଭି କେ ଅଶୋକ ଏହାର ଉଦଘାଟନ କରିଥିବା ବେଳେ ଅତିଥି ଭାବରେ ଉପଦେଷ୍ଟା ଅଶୋକ କୁମାର ପାଢ଼ୀ,ସମାଜସେବୀ ଗୋପାଳ କୃଷ୍ଣ ଜେନା, ଶିବ ଶଙ୍କର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ସତ୍ୟସାଇ ସେବା ଗୃଫ ତରଫରୁ ଚନ୍ଦ୍ରହାସ ବରାଡ, ଶିବ ପ୍ରସାଦ ମହାନ୍ତି, ଘନ ଶ୍ୟାମ ଗୌଡ, ଗଗନ ବିହାରୀ ସ୍ୱାଇଁ, ଗୌର ହରି ଦାସ, ମଧୁସୂଦନ ପାତ୍ର,ମନୋଜ ନାୟକ, ଶ୍ୟାମ ସୁନ୍ଦର ତ୍ରିପାଠୀ , ମନୋଜ ନାୟକ,ପ୍ରଭାକର ମୁନି, ଅଶୋକ ବରାଡ,ଭଗବାନ ପାଣିଗ୍ରାହୀ, ସାଇ ସୁମିତ ମହାନ୍ତି,ପ୍ରମିଳା ମୁନି, ଗୀତାଞ୍ଜଳି ସାହୁ,ସଂଯୁକ୍ତା ପଟନାୟକ, ଜୟନ୍ତୀ ବରାଡ ଓ ଗୀତାଞ୍ଜଳି ପାତ୍ର ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। ବ୍ରହ୍ମପୁର ରକ୍ତଭଣ୍ଡାର ର କର୍ମଚାରୀ ମାନଙ୍କ ସହାୟତାରେ ଶିବିରରେ 37 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ବ୍ରହ୍ମପୁର ବାସିନ୍ଦା ଶିବରାମ ସାହୁ ନିଜର 61 ତମ ରକ୍ତଦାନ ଏହି ଶିବିରରେ କରିଥିଲେ ।

Related posts

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭାରତରତ୍ନ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ 

masiha

ଆଗଲପୁର ବ୍ଲକ ରୋତ ଗାଁ ରେ ବିନ୍ଧ୍ୟବାସିନୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କଲେ ରାଜ୍ୟସଭା ସାଂସଦ

masiha

କାଉଡୋଳା ଗ୍ରାମର ସରକାରୀ ଜମି ଚିହ୍ନଟ ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!