ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଚନ୍ଦନଲାଗି ବେଶ

ଚନ୍ଦନଲାଗି ବେଶ

 

ଆଲୋ ମିତଣୀ 

ଚନ୍ଦନବେଶ ଦେଖିବା

ଡେରି ହେଲାଣି,

ପଶ୍ଚିମ ଆକାଶେ ବୁଡ଼ିଲେ ସୂରୁଜ

ନିତି ହୁଏ ସଞ୍ଜ ଧୂପ

ସେ ସଞ୍ଜ ଧୂପ ରେ ମଧୁ ଭାବ ଝରେ

ଦେଖିବୁ ଅପୂର୍ବ ରୂପ।

ମୋ ସାଆନ୍ତେ ଖୁସି

ବିଡ଼ିଆ ମଣୋହି ସାରି

ଚନ୍ଦନ ଲାଗି ହୋଇବେ ବ୍ରହ୍ମ ମୁରାରୀ ।

ଚନ୍ଦନ କର୍ପୂର ସୁଗନ୍ଧ ଦରବ

ହାତେ ଧରି ଘଟୁଆରୀ

ରୂପା ପିଙ୍ଗଣ ରେ ଯତନେ ରଖନ୍ତି

ସରାଗେ ଶିଳରେ ଘୋରି।

ପଢ଼ିହାରୀ ବେତ ଧରି

“ଆଗେଇଯା “ବୋଲି ପକାନ୍ତି ହୁରି,

ଚନ୍ଦନ ଲାଗି ହୋଇବେ

 କଳା ମୁରାରୀ ।

ଶୁଣ ଲୋ ମିତଣି ସେ ବେତ କାହାଣୀ

ଗୌରୀ ବେତ ଅଟେ ସେହି

ବେତ ମାଡ ଖାଇ ଯିବୁ ଧନ୍ୟ ହୋଇ

ବୈକୁଣ୍ଠ ଲଭିବୁ ତୁହି,

 “ମଣିମା ହେ” ସେବାୟତ

 ପକାନ୍ତି ହୁରୀ,

ଚନ୍ଦନ ଲାଗି ହୋଇବେ ଦାରୁ ମୁରାରୀ ।

ନାୟକ ଅକ୍ଷୟ ରାଜହସ୍ତୀ

ଢ଼େଙ୍କାନାଳ

Related posts

ତୀର୍ଯ୍ୟକ

Sunil Chandra Nayak

ଜୁନାଗଡ଼ ରେ ବିଜେପିର ମୁକେଶ ଅଗ୍ରୱାଲ ଅଧ୍ୟକ୍ଷ ନିର୍ବାଚିତ

Sunil Chandra Nayak

ଆଜି ଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!