ରାଉରକେଲାରେ ମହରମ୍ ଶୋଭାଯାତ୍ରା : ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ଯାପକ ପୋଲିସ୍ ମୁତୟନ
ରାଉରକେଲା ୨୭/୬, ଆଜି ସନ୍ଧ୍ୟାରେ ରାଉରକେଲା ସହରର ମହରମ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ବ୍ଯାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ଚାରୋଟି ମହରମ୍ କମିଟି ପକ୍ଷରୁ ମହରମ୍ ଶୋଭାଯାତ୍ରା ଆୟୋଜନ କରାଯାଇଥିବା ବେଳେ, ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟରେ ରାଉରକେଲାର ବିଭିନ୍ନ ସ୍ଥାନରେ ପାରମ୍ପରିକ ତାଜିଆ ଶୋଭାଯାତ୍ରା ବାହାର କରାଯାଇଥିଲା। ଏଥିପାଇଁ ସହରର ମୁଖ୍ୟ ରାସ୍ତାରେ ବ୍ୟବସ୍ଥା କରାଯାଇଥିଲା।
ଶୋଭାଯାତ୍ରାଗୁଡ଼ିକୁ ସୁଗମ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପରିଚାଳନା କରିବା ପାଇଁ, ରାଉରକେଲା ପୋଲିସ ପକ୍ଷରୁ ପ୍ରମୁଖ ରାସ୍ତାଗୁଡ଼ିକରେ କଡ଼ା ଟ୍ରାଫିକ୍ ନିୟମ ଲାଗୁ କରାଯାଇଥିଲା। ଭିଡକୁ ରୋକିବା ଓ ଜରୁରୀକାଳୀନ ଯାନବାହାନଗୁଡ଼ିକର ଗତିବିଧିକୁ ସହଜ କରିବା ପାଇଁ ଶୋଭାଯାତ୍ରା ମାର୍ଗର ଉଭୟ ପାର୍ଶ୍ୱରେ ପାର୍କିଂ ନିଷେଧ କରାଯାଇଥିବା ବେଳେ ମାଇକ୍ ଯୋଗେ ଟ୍ରାଫିକ୍ ପରିଚାଳନା ଯୋଜନାର ଅଂଶ ସ୍ୱରୂପ, ପୋଲିସ ରାସ୍ତାରୁ ବେଆଇନ ଭାବେ ପାର୍କିଂ ହୋଇଥିବା ଯାନବାହାନ, ଠେଲା ରିକ୍ସା ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକକୁ ହଟାଇବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଗାଡିଗୁଡିକୁ ହଟାଇ ଦିଆଯାଇଥିଲା। ମହରମ୍ ଶୋଭାଯାତ୍ରାର ଅବାଧ ଗମନାଗମନ ଏବଂ ସାଧାରଣ ସୁରକ୍ଷା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ବିଭିନ୍ନ ମହରମ୍ କମିଟି ପକ୍ଷରୁ ସମଗ୍ର ସହରର ବିଭିନ୍ନ ସ୍ଥାନରେ ଷ୍ଟଲ୍ ସ୍ଥାପନ କରି ଶୋଭାଯାତ୍ରାରେ ଅଂଶଗ୍ରହଣକାରୀ ଏବଂ ଜନସାଧାରଣଙ୍କୁ ଖାଦ୍ୟ, ପାନୀୟ ଜଳ ଏବଂ ପାନୀୟ ବଣ୍ଟନ କରିଥିଲେ। ଯାହା ଏହି ଉତ୍ସବ ସହିତ ଜଡିତ ସେବା ଏବଂ ସାମ୍ପ୍ରଦାୟିକ ସଦ୍ଭାବନାର ଭାବନାକୁ ପ୍ରତିଫଳିତ କରିଛି।
ରାଉରକେଲା ପୋଲିସ ନାଗରିକମାନଙ୍କୁ ଟ୍ରାଫିକ୍ ନିୟମ ସହିତ ସହଯୋଗ କରିବାକୁ, ନିର୍ଦ୍ଦିଷ୍ଟ ରାସ୍ତାରେ ଅନାବଶ୍ୟକ ପାର୍କିଂ ଏଡାଇବାକୁ ଏବଂ ମହରମ୍ ସୁଗମ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବା ପାଇଁ ପୂର୍ବରୁ ଜାରି କରାଯାଇଥିବା ପରାମର୍ଶକୁ ପାଳନ କରି ପୋଲିସ ପ୍ରଶାସନକୁ ସହଯୋଗ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

