ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟ ରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ

ଧରାକୋଟ ରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ

ଆସିକା, ୨୮/୬/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ଙ୍କ ତତ୍ତ୍ଵାବଧାନରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ଯକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଛୋଟ ଛୋଟ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସମାଜସେବୀ ଶ୍ରୀମୟ ମହାପାତ୍ର, ଡାକ୍ତର ଶଙ୍କର ନାରାୟଣ ବେହେରା, ବି ପି ଏମ ଗୋଲକ ନାରାୟଣ ଗାରିଆଗଡୁ, ଏ ଏନ ଏକ କେ ବିଷ୍ଣୁପ୍ରିୟା ରେଡ୍ଡୀ, ସଙ୍ଗିତାଞ୍ଜଳି ପ୍ରଧାନ, ଆଶା କର୍ମୀ ଉର୍ମିଳା ବେହେରା, ରୀତାରାଣୀ ସ୍ୱାଇଁ, ଉଜ୍ଵଳା ସିଂ ଓ ବଙ୍ଗାଳୀ ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୁନ ରୁ ପାଞ୍ଚ ବର୍ଷ ଯାଏଁ ପିଲାଙ୍କୁ ଏହି ବୁନ୍ଦା ଖୁଆ ଯାଇଥିବା ବେଳେ ଆସନ୍ତା ସୋମବାର ଓ ମଙ୍ଗଳବାର ଦିନ 52 ଗୋଟି ବୁଥ ସମେତ ଘରକୁ ଘର ବୁଲି ଏହି ବୁନ୍ଦା ଶିଶୁ ମାନଙ୍କୁ ଖୁଆଯିବ । ସମଗ୍ର ବ୍ଲକରେ 11,002 ଜଣ ଶିଶୁଙ୍କୁ ଏହା ଖୁଆଯିବା ପାଇଁ ଲକ୍ଷଧାର୍ଯ୍ୟ ହୋଇଛି । ପୋଲିଓ ମୁକ୍ତ ଭାରତ ପାଇଁ ଏହି ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ଏକ ସଚେତନତା ରଥ କୁ ସୁପରି ଟେନଡେଣ୍ଟ ଡାକ୍ତର ଅଶୋକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଥିରେ ସ୍ୱାସ୍ଥ୍ୟକେନ୍ଦ୍ର ର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ।

Related posts

ପୁରୁଣାଘାଟି ରାଧେ ରାଧେ ସଂକୀର୍ତ୍ତନ କମିଟି ଆନୁକୂଲ୍ୟରେ ଷୋହଳ ପ୍ରହରୀ ନାମ ଯଜ୍ଞ ମହାସମାରୋହରେ ଅନୁଷ୍ଠିତ

masiha

ତିନୋଟି ସନ୍ତାନ ଥାଇ ସରପଞ୍ଚ ହୋଇଥିବାରୁ ପଦ ରୋଦ୍ଧ କଲେ କୋରାପୁଟ ଜିଲ୍ଲା ପାଳ ଭି କିର୍ତ୍ତୀବାସନ 

masiha

ବିଜାତଳା ରେ ଶ୍ରୀଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୬ତମ ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!