ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୮ ବର୍ଷ କାମ କରିବା ପରେ ଅଫିସ ରୁ ବାହାର କରି ଦିଆଯାଇଥିବା ଅଭିଯୋଗ

୨୮ ବର୍ଷ କାମ କରିବା ପରେ ଅଫିସ ରୁ ବାହାର କରି ଦିଆଯାଇଥିବା ଅଭିଯୋଗ

ଉପ ଜିଲ୍ଲାପାଳ ଙ୍କୁ ଗୁହାରୀ କଲେ BSNL କର୍ମଚାରୀ

ଦୀର୍ଘ ୨୮ ବର୍ଷ ଧରି ବି ଏସ ଏନ୍ ଏଲ ରେ କାମ କରି ଆସୁଥିବା ଓ ବିନା କାରଣରେ ଅଫିସ ରୁ ହଟାଇ ଦିଆ ଯିବା ପ୍ରତିବାଦରେ ବିମ୍ବାଧର ଦୁର୍ଗା ନାମକ ଜୈନିକ ୫୭ ବର୍ଷୀୟ କର୍ମଚାରୀ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କୁ ପୁର୍ନବାର କାମରେ ରଖା ନଗଲେ ଅଫିସ ସମ୍ମୁଖରେ ଧାରଣା ଦେବା ସହ ତାଙ୍କୁ ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବାକୁ ଲିଖିତ ଗୁହାରି କରିଛନ୍ତି।

ଅଭିଯୋଗ ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ଗୁଡା ର ବିମ୍ବାଧର ଦୁର୍ଗା ୧୯୯୮ ମସିହାରୁ ଧର୍ମଗଡ଼ BSNL ଅଫିସ ରେ କାର୍ଯ୍ୟ କରି ଆସୁଥିଲେ। ନୂତନ ଭାବେ ଯୋଗ ଦେଇ ଥିବା BSNL ଅଧିକାରୀ ତାଙ୍କୁ କାମରୁ ବାହାର କରି ଦେଇଛନ୍ତି।

୫୭ ବର୍ଷ ବୟସରେ ସେ ଅନ୍ୟ ସ୍ଥାନରେ କାମ ପାଇ କିପରି ପରିବାର ପ୍ରତିପୋଷଣ କରିବେ ଏନେଇ ସେ ବାରମ୍ବାର ଅଧିକାରୀ ଙ୍କ ନିକଟରେ ହାରି ଗୁହାରି କରିଥିଲେ ମଧ୍ୟ ତାଙ୍କୁ କାମରେ ଲଗା ଯାଉନାହିଁ। ଏନେଇ ଆଜି ବିମ୍ବାଧର ଦୁର୍ଗା ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।

ଅଫିସ ରେ ତାଙ୍କୁ ପୁନର୍ବାର ରଖା ନ ଗଲେ କାର୍ଯ୍ୟଳୟ ସମ୍ମୁଖରେ ପରିବାର ସହ ଧାରଣା ଦେବି ଓ ମୋତେ ପୁନର୍ବାର କାମରେ ରଖା ନଗଲେ ଆତ୍ମହତ୍ୟା କରିବେ ବୋଲି ସେ ଅଭିଯୋଗ ପତ୍ର ଦେଇ ଗୁହାରି କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଧାୟକ ଦୁର୍ଗାଙ୍କ ଉପସ୍ଥିତିରେ ତିଲକାନଗର ବସ୍ତି ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ

ପ୍ରେସ କ୍ଲବ ର ୨୭ ତମ ବାର୍ଷିକ ଉତ୍ସବ ପାଳିତ

masiha

Super Specialty Clinic Inaugurated at Koraput Medical College

masiha

Leave a Comment

error: Content is protected !!