ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ରେ ପ୍ରଥମ ଘଟଣା, ଅଵସର ଦିନ ଫାଇନାଲ ପେନସନ ଗ୍ରହଣ କଲେ ପ୍ରଧାନ ଶିକ୍ଷକ

କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ରେ ପ୍ରଥମ ଘଟଣା, ଅଵସର ଦିନ ଫାଇନାଲ ପେନସନ ଗ୍ରହଣ କଲେ ପ୍ରଧାନ ଶିକ୍ଷକ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜବାହାର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ୩୦/୦୬/୨୬ ମଙ୍ଗଳବାର ଦିନ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିଛନ୍ତି।ତେବେ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ଅଵସର ଦିନ ହିଁ ଜଣେ ଶିକ୍ଷକ ଙ୍କୁ ଫାଇନାଲ ପେନସନ ପ୍ରଦାନ କରାଯାଇଛି,ଯାହାକି କଳାହାଣ୍ଡି ଶିକ୍ଷା ବିଭାଗ ର ପ୍ରଥମ ଘଟଣା।ଯାହାକୁ ନେଇ ଶିକ୍ଷା ବିଭାଗ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ମଙ୍ଗଳବାର କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କୁ କଳାହାଣ୍ଡି ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଅବସର ଫାଇନାଲ ପେନସନ ପ୍ରଦାନ କରିବା ସହ ଶିକ୍ଷା ପ୍ରତି ତାଙ୍କ ସମର୍ପିତ ତ୍ୟାଗ ଓ ମନୋଭାବ କୁ ସମ୍ମାନ ଜଣାଇ ତାଙ୍କ ଅବସର କାଳୀନ ଜୀବନ ର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଏଡିଓ ହେମ ସାଗର ମହାନନ୍ଦ,ଏଡିଓ ତପିମଣି ଯାନୀ, କୋକସରା ବ୍ଲକ ଓଷ୍ଟା ଶିକ୍ଷକ ସଂଘ ର ସମ୍ପାଦକ ସାମନ୍ତ କୁମାର ପଟ୍ଟଯୋଶୀ, ଆମପାଣି ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମାଝୀ,ବରିଷ୍ଠ କିରାଣୀ ମନୋରଞ୍ଜନ କୁମାର,ଜିଲ୍ଲା ଶିକ୍ଷା ବିଭାଗ କର୍ମଚାରୀ ଜିତେନ୍ଦ୍ର ମୁଣ୍ଡ,ଟଙ୍କଧର ସାହୁ,ସୁଶାନ୍ତ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କୋକସରା ବ୍ଲକ ଓଷ୍ଟା ଶିକ୍ଷକ ସଂଘ ସମ୍ପାଦକ ସାମନ୍ତ କୁମାର ପଟ୍ଟଯୋଶୀ ଓ ସଙ୍ଘ ପକ୍ଷରୁ ଜିଲ୍ଲା ଶିକ୍ଷା ବିଭାଗ କୁ ଏହି କାର୍ଯ୍ୟ ପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଆସନ୍ତା ୧୪ରୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଆଜି ରାହାଗିରିରେ ଝୁମିଲା କଳାହାଣ୍ଡି ….

masiha

ଆସିକା ଶାସ୍ତ୍ରୀନଗରର ପରୋପକାରୀ ମହିଳା କୃଷ୍ଣପ୍ରିୟାଙ୍କ ଦେହାନ୍ତ

Sunil Chandra Nayak

“ଲକ୍ଷାଧିକ ଟଙ୍କା ବର୍ବାଦ-ସମୟ ବର୍ବାଦ” ଅଯୋଗ୍ୟ ପାଇଁ ବାଟ’ବଣା ନର୍ଭେରାମର ପ୍ଲାଣ୍ଟ ନିର୍ମାଣ

masiha

Leave a Comment

error: Content is protected !!