ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୁଲିସ ର ବୈଠକ

ଆମ ପୁଲିସ ର ବୈଠକ

ରାଉରକେଲା: ସେକ୍ଟର ୧୯ ଥାନା ର ଆମ ପୁଲିସ କମିଟି ତରଫରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ପ୍ରଭାରୀ ବୈଦ୍ୟନାଥ ସାହୁ ଙ୍କ ଅଧ୍ୟକ୍ଷତା ଓ ଆବାହକ ଡ ସୁମନ ଦତ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସନ୍ତା ରଥଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା,ସାଇବର ଅପରାଧ, ଦୃତ ଗତିରେ ଗାଡି ଚାଳନା, ପରିବେଶ, ପରିଚ୍ଛନ୍ନତା, ଟ୍ରାଫିକ ସମସ୍ୟା,ବୟସ୍କ ନାଗରିକଙ୍କ ସୁରକ୍ଷା ଆଦି ଉପରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ସବଇନ୍ସପେକ୍ଟର ଦୁର୍ଯୋଧନ ପ୍ରଧାନ, ଏଏସଆଇ ମନୋରଞ୍ଜନ ପରିଡା ଓ ସୁରେଶ ଦାସ ଓ ଆମ ପୁଲିସ ତରଫରୁ କୁଞ୍ଜବିହାରୀ ରାଉତ, ନିହାର ଦାସ, ସୁବାସ କୁମାର ଗୁପ୍ତା, ସଂଗ୍ରାମ ମହାନ୍ତି, ଶ୍ୟାମସୁନ୍ଦର ସ୍ବାଇଁ, ମୁରଲୀଧର ମିଶ୍ର, ଦିବାକର ନାୟକ, ଭଗବାନ ବିଶ୍ବାଳ, ବିନୋଦ କୁମାର ଚୈ।ଧୁରୀ, ଚନ୍ଦ୍ରକାନ୍ତ ସାହୁ,ଟିଙ୍କୁ ପାଲ,ସମସାଦ ଆଲାମ, ଅଜୟ କୁମାର ଦାସ, ସସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସବଇନ୍ସପେକ୍ଟର ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ତରଫରୁ ସ୍ଵତନ୍ତ୍ର ଶିବିର

masiha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ, ୨୦୨ ଜଣ ନିର୍ମାଣ ଶ୍ରମିକଙ୍କୁ ୧୩ କୋଟି ୯୩ ଲକ୍ଷ ୫ ହଜାର ସହାୟତା ପ୍ରଦାନ

Sunil Chandra Nayak

ପୂଜ୍ୟପାଦ ଆଚାର୍ଯ୍ୟ ଦେବଙ୍କ ଜୁନାଗଡ଼ ସତସଙ୍ଗ କେନ୍ଦ୍ର ପରିଦର୍ଶନ 

masiha

Leave a Comment

error: Content is protected !!