ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ରାଇରଙ୍ଘପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନରେ ରାଇରଙ୍ଘପୁର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ

ରାଇରଙ୍ଗପୁର – ୪/୦୭ ସାରା ରାଜ୍ୟରେ ୧୦ ଦଫା ଦାବି ନେଇ ଓମ୍ସା ର ଡାକ୍ତରମାନେ କାର୍ଯ୍ୟବନ୍ଦ କରିଛନ୍ତି ।ଓମ୍ସା ର ନିଷ୍ପତ୍ତି କ୍ରମେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବାମନଘାଟୀ ଉପଖଣ୍ଡର ଡାକ୍ତରମାନେ ନିଜର ହକ୍ ପାଇଁ କାର୍ଯ୍ଯଵନ୍ଦ କରିଛନ୍ତି ।କିନ୍ତୁ ଅପରପକ୍ଷେ ରେ ଦେହ ଅଛି ତ ରୋଗ ଅଛି । ବାମନଘାଟୀ ଉପଖଣ୍ଡର ଆଦିବାସୀ ଅଧ୍ୟୁଷିତ ପାହାଡ଼ ଇଲାକା ଦୁର୍ଗମ ଅଞ୍ଚଳର ରୋଗୀ, ଦୁର୍ଘଟଣାଗ୍ରସ୍ତ ,ସାପ କାମୁଡା, କୁକୁର କାମୁଡ଼ା, ମେଲେରିଆ ଆକ୍ରାନ୍ତ,ଥାଲାସେମିଆ, ପ୍ରସୂତିଋ ମହିଳା , ବୟସ୍କ ବୃଦ୍ଧବୃଦ୍ଧା ମାନେ ନିଜର ସ୍ଵାସ୍ଥ୍ଯ ଚିକିତ୍ସା ପାଇଁ ସୁଦୂର ରୁ ଆସି ଡାକ୍ତରୀ ସେବା ନ ପାଇ ନାନା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ଆଜି ଶନିବାର ଦିନ ପୂର୍ବାହ୍ନରେ ଡାକ୍ତରଖାନାରେ ବିକଳ ଦୃଶ୍ୟ ଦେଖୁଥିବା ମିଳୁଥିଲା ।ଡାକ୍ତରଖାନା ଖାଁ ଖାଁ ଲାଗୁଛି ।ରୋଗୀଶଯ୍ଯା ଖାଲି ପଡିଛି ।ଆୟୂଷ ଡାକ୍ତରଙ୍କ ସେବାରେ ଚାଲିଥିଲା ରୋଗୀ ସେବା ।ଗୁରୁତର ରୋଗୀଙ୍କୁ ଜିଲ୍ଲା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା ।ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା ।ସରକାର ତୁରନ୍ତ ସମସ୍ୟାର ସମାଧାନ କରି ରୋଗୀମାନେ କିଭଳି ଡାକ୍ତରୀ ସେବା ପାଇଁ ପାରିବେ ବ୍ୟବସ୍ଥା କରିବା ପାଇଁ ଜନସାଧାରଣ ଦାବି କରୁଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ତେରେସିଂହା ବଡ଼ ପୋଖରୀରେ ବଡ଼ ସମସ୍ୟା

Sunil Chandra Nayak

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଫେଇ କାର୍ଯକ୍ରମ

masiha

ଚିଲିଗୁଡ଼ା ହାଇ ସ୍କୁଲରେ ୩୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!