ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବାଇକ୍ କୁ ପିଟିଲା ହାଇଡ୍ରା; ବାଇକ୍ ଚୁରମାର ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ

ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବାଇକ୍ କୁ ପିଟିଲା ହାଇଡ୍ରା; ବାଇକ୍ ଚୁରମାର ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ

ରାଇରଙ୍ଗପୁର – ୪/୦୭। ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ରାଇରଙ୍ଗପୁର – ଗୈରୁମହିଷାଣୀ ରାସ୍ତାର ୩ କିମି ଦୂର ଦୁବୁଲାବେଡା ରାସ୍ତା ପାର।ଶ୍ବରେ ଏକ ବାଇକ୍ ଛିଡ଼ା ହୋଇଥିବା ଅବସ୍ଥାରେ ଏକ ବାଇକ୍ କୁ ରାସ୍ତାରେ ଆସୁଥିବା ହାଇଡ୍ରା ଧକ୍କା ଦେବା ଫଳରେ ବାଇକ୍ ଚୁରମାର ହୋଇଥିବା ଅଭିଯୋଗ ହୋଇଛି ।ସୂଚନାଯୋଗ୍ୟ ଵହଳଦା ବ୍ଳକର ଡଲସରା ଗ୍ରାମର ଆଇଁଠୁ ଟୁଡୁ, ଏବଂ ସାଙ୍ଗ ସୁନାରାମ କିସ୍କୁ ତାଙ୍କ ମାମୁଁ ଘର ଗ୍ରାମ ଦେଉରାଡିହି କୁ ଆଜି ସକାଳେ ନିଜ ବାଇକ୍ OD11J5123 ରେ ଯାଉଥିବାବେଳେ ଦୁଵୁଲାବେଡା ରାସ୍ତାକଡ଼ରେ ବାଇକ୍ ରଖି ପରିସ୍ରା କରୁଥିଲେ ।ହଠାତ୍ ଏକ ଢୋ ଶବ୍ଦ ଶୁଭିଲା । ସେମାନେ ଚମକି ପଡ଼ି ଆଗକୁ ଦୌଡିଲେ ।ପଛରୁ ଅନେଇ ଦେଖନ୍ତି ତ ତାଙ୍କ ବାଇକ କୁ ଏକ ହାଇଡ୍ରା ଗାଡ଼ି ଧକ୍କା ଦେଇଛି । ହାଇଡ୍ରା ଗାଡ଼ି ରାଇଭର ଗାଡ଼ି ରଖି ଜଙ୍ଗଲ ଭିତରକୁ ପ୍ରାଣ ବିକଳରେ ଦୌଡ଼ି ପଳାଇଲା ।ବାଇକ ଟି ଚୁରମାର ହୋଇଥିଲା ।ପରେ ଖବର ପାଇ ରାଇରଙ୍ଗପୁର ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜଵତ କରିବା ସହ ତଦନ୍ତ କରୁଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା ଅନ୍ତର୍ଗତ ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍

masiha

ଡୋକରୀ ଚଞ୍ଚରା ଜଳପ୍ରପାତ ରେ ନିଖୋଜ ଯୁବକ ୪୮ ଘଣ୍ଟା ପରେ ଦମକଲ କର୍ମଚାରୀ ଙ୍କ ଉଦ୍ଧାର କାର୍ଯ୍ୟ ପରେ ଶବ ଠାବ

masiha

ରାଜ୍ୟ ଲିଫ୍ଟିଂ ଚମ୍ପିୟାନସିପ ଆସନ୍ତା ୭ ରେ….

masiha

Leave a Comment

error: Content is protected !!